ବୃତ୍ତି ହରାଇଲେ ୧୦୦୦ ଠିକା ବିଦ୍ୟୁତ୍‌ କର୍ମଚାରୀ

ଢେଙ୍କାନାଳ ଅଫିସ, ୧୯।୫
ଢେଙ୍କାନାଳ ଜିଲା ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଚାକିରି ଚୁକ୍ତି ଅବଧି ମାର୍ଚ୍ଚ ୩୧ରେ ସରିଛି। ଫଳରେ ସେସୁ ଅଧୀନରେ ବିଦ୍ୟୁତ୍‌ ଡିଭିଜନରେ କାର୍ଯ୍ୟ କରୁଥିବା ୧୦୦୦ କର୍ମଚାରୀ ଜୀବିକା ହରାଇଛନ୍ତି। କରୋନା ସଙ୍କଟ ସମୟରେ ବୃତ୍ତି ହରାଇବା ସେମାନଙ୍କ ପରିବାରକୁ ଦୁର୍ଦ୍ଦିନକୁ ଟାଣିନେଇଛି। ସରକାରଙ୍କ ତୁରନ୍ତ ଏହାର ପ୍ରତିକାର ନ କଲେ ବାଧ୍ୟ ହୋଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ ଏବଂ ଆବଶ୍ୟକ ପଡ଼ିଲେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ସମ୍ପୃକ୍ତ କର୍ମଚାରୀମାନେ ନିଜ ସମସ୍ୟା ସମ୍ପର୍କରେ ସୋମବାର ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏଥିସହ ଏମ୍‌ପି, ଖଣିମନ୍ତ୍ରୀ, ଜିଲାର ସମସ୍ତ ବିଧାୟକ, ଏସ୍‌ପି, ଶ୍ରମ ଅଧିକାରୀ, ସେସୁ ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ଜିଲା ଓକିଲ ସଂଘକୁ ମଧ୍ୟ ଅବଗତ କରାଇଛନ୍ତି।
ଅଭିଯୋଗରୁ ଜଣାପଡ଼ିଛି, ଢେଙ୍କାନାଳ ବିଦ୍ୟୁତ୍‌ ଡିଭିଜନରେ ୧୦୦୦ରୁ ଊର୍ଦ୍ଧ୍ୱ ଠିକା ବିଦ୍ୟୁତ୍‌ କର୍ମଚାରୀ ୨୦୧୨ରୁ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଛନ୍ତି। ବାତ୍ୟା, ବନ୍ୟା, ଗ୍ରୀଷ୍ମପ୍ରବାହ ଏପରି କି କରୋନା ମହାମାରୀ ସମୟରେ ମଧ୍ୟ ସେମାନେ ନିଜ କର୍ତ୍ତବ୍ୟ ଭୁଲିନାହାନ୍ତି। ହେଲେ ସେସୁକୁ ୨୫ବର୍ଷ ପାଇଁ ଘରୋଇକରଣ କରାଯିବା ସହ ଅନ୍ୟ ଏକ କମ୍ପାନୀ ହାତକୁ ଟେକିଦିଆଯାଇଛି। ଫଳରେ ଠିକା କର୍ମଚାରୀ ଜୀବିକା ହରାଇଛନ୍ତି। କରୋନା ସମୟରେ କର୍ମଚାରୀଙ୍କୁ ଛଟେଇ ନ କରିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଥିବାବେଳେ ଏପରି ବ୍ୟତିକ୍ରମକୁ ନେଇ ସମ୍ପୃକ୍ତ ଠିକା କର୍ମଚାରୀମାନେ କ୍ଷୋଭବ୍ୟକ୍ତ କରିଛନ୍ତି। ବୃତ୍ତି ହରାଇଥିବା କର୍ମଚାରୀଙ୍କୁ ଥଇଥାନ କରିବା ଦିଗରେ ପଦକ୍ଷେପ ନେବାକୁ ମନୋରଞ୍ଜନ ବେହେରା, ରଣଜିତ ବାସ୍କେ, ଅଭୟ ମିଶ୍ର, ବିବେକ ମହାପାତ୍ର, ଦେବାଶିଷ ବେହେରା, ଦେବାଶିଷ ଲେଙ୍କା ପ୍ରମୁଖ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟ ସରକାର ବୃତ୍ତି ହରାଇଥିବା କର୍ମଚାରୀଙ୍କୁ ଥଇଥାନ ନ କଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri