ଲକ୍‌ଡାଉନରେ ନିର୍ଯାତିତ ଠିକା ଶ୍ରମିକ

ଲଖନପୁର,୨୪।୫(ଡି.ଏନ୍‌.ଏ) ମହାମାରୀ କରୋନାକୁ ନେଇ ସାରାଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି। ଏହାର ପ୍ରଭାବ କଳକାରଖାନା ଉପରେ ପଡିଛି । ଏଥିରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଯେମିତି ପ୍ରଭାବିତ ନ ହେବେ ଏଥିପାଇଁ ସରକାର କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଓପିଜିସିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଇଛି ।
ଖାଇବାକୁ ନ ମିଳିବାରୁ ୬ଜଣ ଠିକା ଶ୍ରମିକ ଶନିବାର ଓପିଜିସିରୁ ବାହାରି ନିଜ ଘର ଉତ୍ତରପ୍ରଦେଶ ଯିବା ପାଇଁ ୧୦ କିଲୋମିଟର ଚାଲି ଚାଲି ଲଖନପୁର ନିକଟ ବେହେରାଗୁଡାରେ ପହଞ୍ଚିଥିଲେ। ଏ ସମ୍ପର୍କରେ ଖବର ପାଇ କେତେକ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ଶ୍ରମିକମାନଙ୍କୁ ପଚରାଉଚରା କରିଥିଲେ। ପରେ ଏ ନେଇ ସେମାନେ ଜିଲା ପ୍ରଶାସନ ଓ ଜିଲା ଶ୍ରମ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ଜାଣିବା ପରେ ଜିଲା ଶ୍ରମ ଅଧିକାରୀ କୃଷ୍ଣମୋହନ ରାଉତ ଓପିଜିସି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ଓପିଜିସିର ବରିଷ୍ଠ ଅଧିକାରୀ ପି.କେ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ବିଜିଆର ଠିକାସଂସ୍ଥାର ଏକ ଗାଡି ଯାଇ ଶ୍ରମିକମାନଙ୍କୁ ଅଧା ରାସ୍ତାରୁ ଫେରାଇ ଆଣିଛି। ଶ୍ରମିକମାନେ ଏବେ ପମ୍ପହାଉସ ଲେବର କ୍ୟାମ୍ପରେ ହିଛନ୍ତି। ସେମାନେ ନିଜ ଘର ଉତରପ୍ରଦେଶ ଯିବା ପାଇଁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜିଲା ଶ୍ରମ ଅଧିକାରୀ ରାଉତ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଓପିଜିସିରେ କାର୍ଯ୍ୟରତ ବିଜିଆର୍‌ ଏନର୍ଜି ନାମକ ଠିକାସଂସ୍ଥା ଅଧୀନରେ ରହିଥିବା ସବକଣ୍ଟ୍ରାକ୍ଟର ଏଭି କନ୍‌ଷ୍ଟକଶନରେ ଏହି ଶ୍ରମିକମାନେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନରେ ଶ୍ରମିକମାନେ ବସିରହିବା ଫଳରେ ସବ୍‌କଣ୍ଟ୍ରାକ୍ଟର ସେମାନଙ୍କୁ ଖାଇବାକୁ ଦେଇ ନ ଥିଲେ। ଭୋକ ଉପବାସରେ ୧୫ଦିନ ରହିବା ପରେ ସେମାନେ ନିଜ ଘରକୁ ଯିବା ପାଇଁ ଚାହିଁଥିଲେ । ଏ ନେଇ ଲଖନପୁର ବ୍ଲକ, ତହସିଲ, ପଞ୍ଚାୟତ କାର୍ଯ୍ୟାଳୟ ଓ ଥାନାକୁ ଯାଇ ନିରାଶ ହେବା ପରେ ଚାଲି ଚାଲି ଯିବା ପାଇଁ ସ୍ଥିର କରିଥିଲେ । ଏ ସମ୍ପର୍କରେ ଠିକାସଂସ୍ଥା ଜାଣିଥିଲେ ମଧ୍ୟ ଶ୍ରମିକମାନଙ୍କୁ ଯିବା ପାଇଁ ବାରଣ କରି ନ ଥିଲେ । ଫଳରେ ଶ୍ରମିକମାନେ ଘର ଅଭିମୁଖେ ଚାଲି ଚାଲି ବାହାରିଥିବୋଲି ସେମାନେ ଅଭିଯୋଗ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri