କଳିଙ୍ଗା ଘାଟିରେ ଡକାୟତି: କାର୍‌ ମାଲିକଙ୍କୁ ଆକ୍ରମଣ କରି ଲୁଟ୍‌

ଜି.ଉଦୟଗିରି/ଶଙ୍କରାଖୋଲ,୩୧ା୫(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଜି.ଉଦୟଗିରି ଥାନା କଳିଙ୍ଗା ଘାଟିରେ ଶନିବାର ରାତିରେ ଦୁର୍ବୃତ୍ତମାନେ ଏକ କାର୍‌କୁ ଅଟକାଇ ମାଲିକଙ୍କୁ ଆକ୍ରମଣ କରିବା ସହ ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି। ଏନେଇ କାର ମାଲିକ ଶଙ୍କରାଖୋଲ ଗ୍ରାମର ଦ୍ୱିତୀକୃଷ୍ଣ ପାଢୀଙ୍କ ଏତଲାକ୍ରମେ ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଦ୍ୱିତୀକୃଷ୍ଣ ତାଙ୍କ କାର୍‌ (ନଂ.ଓଡି୦୨ଏସ୍‌-୧୦୦୭)ରେ ଶନିବାର ମହାରାଷ୍ଟ୍ରରୁ ଆସିଥିବା ଝିଅ-ଜ୍ୱାଇଁଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରୁ ଆଣି ଗଞ୍ଜାମ ଜିଲା ବେଲଗୁଣ୍ଠାରେ ଛାଡ଼ିଥିଲେ। ସେଠାରୁ ନିଜ ଗ୍ରାମ ଶଙ୍କରାଖୋଲକୁ ଏକାକୀ ଫେରୁଥିବା ବେଳେ କଳିଙ୍ଗା ଘାଟିରେ ରାତି ପ୍ରାୟ ୧୨ଟାବେଳେ ବିଭିନ୍ନ ମାରଣାସ୍ତ୍ରଧାରୀ ୫ରୁ ୭ଜଣ ଦୁର୍ବୃତ୍ତ ରାସ୍ତାରେ ବାଲିବସ୍ତା ପକାଇ ଅଟକାଇଥିଲେ। କାର୍‌ ଅଟକିବା ପରେ ତାଙ୍କୁ ଆକ୍ରମଣ କରି ଦଶହଜାର ଟଙ୍କା ଓ ମୋବାଇଲ ଲୁଟି ନେବା ସହ କାର୍‌ କାଚ ଭାଙ୍ଗି ଦେଇଥିଲେ। ଲକ୍‌ଡାଉନ୍‌ ଯୋଗୁ ଘାଟିରାସ୍ତା ଶୁନ୍‌ଶାନ୍‌ ରହୁଥିବାରୁ ଏପରି ବାରମ୍ବାର ଡକାୟତି ହେଉଛି। ଜି.ଉଦୟଗିରି ଓ ଭଞ୍ଜନଗର ପୋଲିସ ପାଟ୍ରୋଲିଂ କଡାକଡି କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri