ବାରିପଦାରେ ଆରମ୍ଭ ହେଲା କରୋନା ଟେଷ୍ଟିଂ

ବାରିପଦା ଅଫିସ,୩୧ା୫- ମୟୂରଭଞ୍ଜ ଜିଲା ବାରିପଦାର ରଙ୍ଗମାଟିଆସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ରବିବାରଠାରୁ କରୋନା ଟେଷ୍ଟିଂ ଆରମ୍ଭ ହୋଇଛି। ଜିଲାପାଳ ବିନୀତ ଭରଦ୍ୱାଜ ଏହି ଟେଷ୍ଟିଂ ଲ୍ୟାବ୍‌କୁ ଉଦ୍‌ଘାଟନ କରିଛନ୍ତି। ପ୍ରତିଦିନ ଏଠାରେ ୧୦୦ ଜଣଙ୍କ ସ୍ବାବ୍‌ ପରୀକ୍ଷା ହେବ ଓ ଆଗକୁ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ମାଇକ୍ରୋ ଭାଓରୋଲୋଜି ବିଭାଗ ପକ୍ଷରୁ ୨ଟି ଲ୍ୟାବ୍‌ରେ ୨ଟି ମେଶିନ୍‌ରେ ପରୀକ୍ଷା କରାଯିବ। ପୂର୍ବରୁ କରୋନା ସନ୍ଦେହରେ ଯେଉଁ ସ୍ବାବ୍‌ ସାମ୍ପୁଲ ସଂଗ୍ରହ କରାଯାଉଥିଲା ତାହା କଟକ ଓ ଭୁବନେଶ୍ୱରକୁ ପରୀକ୍ଷା ପାଇଁ ପଠାଯାଉଥିଲା। ବର୍ତ୍ତମାନ ଆଉ ସେଭଳି କରା ନ ଯାଇ ଯେଉଁ ଦିନ ସାମ୍ପୁଲ ସଂଗ୍ରହ କରାଯିବ ସେହିଦିନ ରିପୋର୍ଟ ଆସିପାରିବ। ମାଗଣାରେ ଏହି ପରୀକ୍ଷା କରାଯିବ। କରୋନା ସନ୍ଦେହ ବ୍ୟକ୍ତି, ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତି, ବୃଦ୍ଧାବୃଦ୍ଧ, ଗର୍ଭବତୀ, ପ୍ରବାସୀ, ପଜିଟିଭି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସ୍ବାବ୍‌ ପରୀକ୍ଷା କରାଯିବାକୁ ପ୍ରାଥମିକତା ଦିଆଯିବ। ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମେଡ଼ିକାଲ କଲେଜର ଡିନ୍‌ ଏବଂ ଅଧ୍ୟକ୍ଷ ଡା. ରାମାରମଣ ମହାନ୍ତି, ମାଇକ୍ରୋବାୟୋଲୋଜି ବିଭାଗ ପ୍ରଫେସର ଡା.ଦୀପ୍ତିଲତା ପଣ୍ଡା, ପ୍ରଫେସର ବୈକୁଣ୍ଠନାଥ ମହାପାତ୍ର, ଅତିରିକ୍ତ ଜିଲାପାଳ ବିବେକାନନ୍ଦ ସାହୁ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ରୂପଭାନୁ ମିଶ୍ର , ମେଡ଼ିକାଲ ଅଫିସର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ମୟୂରଭଞ୍ଜ ଜିଲାରେ ମୋଟ ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୧୨ ଜଣ ବାଙ୍କିଶୋଳସ୍ଥିତ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ରେ ଖୋଲାମେଲାରେ ଯାତାୟାତ କରୁଛନ୍ତି ଯାତ୍ରୀ: ଅଭିଯୋଗ ଆଣିଲେ ଯୁବ ସମାଜସେବୀ

ଦାରିଙ୍ଗବାଡି, ୩୧।୮(ଅରୁଣ ସାହୁ):ଗଞ୍ଜାମର ବ୍ରହ୍ମପୁରରୁ କନ୍ଧମାଳ ଜିଲା ବାଲିଗୁଡାକୁ ଦାରିଙ୍ଗବାଡି ଦେଇ ସରକାରୀ ବସ ଚଳାଚଳ କରୁଛି। ଏହି ଯାତ୍ରୀବାହୀ ବସର ଡୋର ଗ୍ଲାସଟି ଭାଙ୍ଗି ଯାଇଥିବାରୁ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ଟିଚ୍‌ କନ୍ଧମାଳ: ଲାଲ ବାହାଦୁର ବିଦ୍ୟାପୀଠରେ ପାଠ ପଢ଼ାଇଲେ ବିଡିଓ ପ୍ରୀତିରଞ୍ଜନ, ସିଆଙ୍ଗବାଲିରେ ଉପଜିଲାପାଳ

ଦାରିଙ୍ଗବାଡ଼ି, ୩୧/୮ (ଅରୁଣ ସାହୁ): କନ୍ଧମାଳ ଜିଲା ରେ ଶିକ୍ଷାର ବିକାଶ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ଉଦ୍ଦେଶ୍ୟରେ ଜିଲାର ବିଭିନ୍ନ ବିଭାଗର…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ଫସିଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଶ୍ଵସ୍ତି ମିଳିଛି । ଆଜି ବିକ୍ରମ ପଣ୍ଡାଙ୍କ ଜାମିନ…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଜାରି, ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ

ଦାରିଙ୍ଗବାଡ଼ି, ୩୧/୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ କିଛି ଦିନ ହେଲା ଲଘୁଚାପଜନିତ ବର୍ଷା ଲାଗିରହିଛି। ଦିନରାତି ଝିପିଝିପି ବର୍ଷା ହେଉଥିବା ବେଳେ…

ଫୋରିୟର ଟ୍ରାନ୍ସଫର୍ମର

ଚିନ୍ତା କରନ୍ତୁ, ଆପଣ ରଥଯାତ୍ରା ଦେଖିବାକୁ ଯାଇଛନ୍ତି, ବାୟୁ ଚାପର ତୀବ୍ର ପରିବର୍ତ୍ତନ ଯୋଗୁ ଆପଣଙ୍କ କାନରେ ଏକ ଗୋଳମାଳିଆ ଓ ପ୍ରକମ୍ପିତ ଶବ୍ଦ ତରଙ୍ଗ ଆସି…

ଗୁଡାରି ଏନଏସିକୁ ମିଳିଲା ଦୁଇ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀ….

ଗୁଡାରି,୩୧।୮(ପ୍ରମୋଦ କୁମାର ପତି ): ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri