ଆମ ଜିଲା ଖବର

ଜିଲା ବାହାର ଶ୍ରମିକଙ୍କୁ ନେଇ ଠିକାସଂସ୍ଥାରେ ଉତ୍ତେଜନା

ଦାରିଙ୍ଗବାଡ଼ି,୧୧।୫(ଡି.ଏନ.ଏ)- ସରକାର ଗ୍ରୀନ୍‌ଜୋନ୍‌ରେ ଚାଷକାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନମୂଳକ କାମ ସାମାଜିକ ଦୂରତା ରଖି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏକ ଠିକାସଂସ୍ଥାରେ ଜିଲା ବାହାର ଶ୍ରମିକ କାମ କରୁଥିବା ନେଇ ରବିବାର ଉତ୍ତେଜନା ପ୍ରକାଶ ପାଇଛି। ପ୍ରକାଶ…

ଫୁଟିଲା ପାରିଜାତ

ବୈଶିଙ୍ଗା,୧୧ା୫(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୈଶିଙ୍ଗା ଗ୍ରାମର ରାଜୀବ କୁମାର ଜେନାଙ୍କ ବାଡ଼ିରେ ରବିବାର ସକାଳେ ଏକ ପାରିଜାତ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି। ଖବର ପ୍ରଚାରିତ ହେବା ପରେ ଏହାକୁ ଦେଖିବା ପାଇଁ ସେଠାରେ ଲୋକେ ଭିଡ଼ ଜମାଇଥିଲେ।…

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଆଇସିଏମ୍‌ଆର୍‌, ଡବ୍ଲ୍ୟୁଏଚ୍‌ଓ ପ୍ରତିନିଧି ଦଳ

ଗୋପାଳପୁର,୧୧ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଦ୍ରୁତ ଗତିରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ଡବ୍ଲ୍ୟୁଏଚ୍‌ଓ, ଆଇସିଏମ୍‌ଆର ପ୍ରତିନିଧି ଦଳ ରବିବାର ଦୁଇଟି ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଛନ୍ତି। ମଧ୍ୟାହ୍ନରେ ଆଇସିଏମ୍‌ଆର ବୈଜ୍ଞାନିକ ଡାକ୍ତର ଜୟପ୍ରକାଶ କ୍ଷତ୍ରୀ ଓ ଡବ୍ଲୁଏଚ୍‌ଓ ଷ୍ଟେଟ୍‌…

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪୪ ଧାରା ଜାରି

କେନ୍ଦୁଝର, ୧୧ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲାରେ ମହାମାରୀ କରୋନା ଭାଇରସ କୋଭିଡ୍‌-୧୯ର ସଂକ୍ରମଣ ପ୍ରତିରୋଧ ଉଦ୍ଦେଶ୍ୟରେ ଜିଲାର ସମସ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟର, ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆଇସୋଲେସନ ସେଣ୍ଟରରେ ଜିଲାପାଳ ଓ ଜିଲା ମାଜିଷ୍ଟ୍ରେଟ ଆଶିଷ ଠାକ୍‌ରେ ସିଆର୍‌ପିସିର ୧୪୪ ଧାରା ଜାରି…

ବାଘ ଛାଲ ଜବତ ଘଟଣା: ୪ କୋର୍ଟ ଚାଲାଣ

ଠାକୁରମୁଣ୍ଡା ,୧୧ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅଧୀନସ୍ଥ ଟଙ୍ଗାବିଲାଠାରେ ଥିବା ଏକ ପରିତ୍ୟକ୍ତ ଘରେ କଲରାପତରିଆ ବାଘ ଚମଡ଼ାକୁ ବିକ୍ରି ପାଇଁ ମସୁଧା ଚାଲିଥିଲା। ଖବରପାଇ ଶନିବାର ବନ ବିଭାଗର ଏକ ଟିମ୍‌ ସେଠାରେ ଚଢ଼ାଉ କରି…

ଆଇସୋଲେଶନ ସେଣ୍ଟରକୁ ବିରୋଧ

ବିଶୋଇ,୧୧ା୫(ଡି.ଏନ୍‌.ଏ.)- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବାହାର ରାଜ୍ୟରୁ ପ୍ରବାସୀଓଡ଼ିଆ ମାନେ ନିଜ ଅଞ୍ଚଳକୁ ଆସି ପ୍ରଥମେ ଆଇସୋଲେଶନ ସେଣ୍ଟରରେ ରହିବା ନିୟମ ଥିବାରୁ ଏହି ସେଣ୍ଟରକୁ ଲାଗି ରହୁଥିବା ଜନସାଧାରଣ ଭୟଭୀତ ହୋଇ ପଡ଼ିଛନ୍ତି। ମୟୂରଭଞ୍ଜ…

କୁମ୍ପି ଭାଙ୍ଗି କୋଭିଡ୍‌ ଫଣ୍ଡକୁ ଅର୍ଥଦାନ କଲେ ଛାତ୍ର

କବିସୂର୍ଯ୍ୟନର,୧୦ା୫(ଡି.ଏନ୍‌.ଏ.)- ବର୍ଷକର ପକେଟ ମନିକୁ ସପ୍ତମ ଶ୍ରେଣୀ ଛାତ୍ର ସାର୍ଥକ କୁମାର କବିସୂର୍ଯ୍ୟନଗର ତହସିଲଦାର ପ୍ରକାଶ କୁମାର ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (କୋଭିଡ୍‌)କୁ ଦାନ କରିଛନ୍ତି। ବାପା ମା’ ଦେଇଥିବା ପକେଟ ମନିକୁ ଖର୍ଚ୍ଚ ନ କରି ସେ…

ଅନ୍ତେବାସୀଙ୍କୁ ଗାଳିଦେଇ ଶିକ୍ଷକ ନିଲମ୍ବିତ

ଦିଗପହଣ୍ଡି,୧୦ା୫(ଡି.ଏନ.ଏ.)- ସଙ୍ଗରୋଧ ଗୃହରେ ଅନ୍ତେବାସୀଙ୍କୁ ଗାଳିଗୁଲଜ କରିବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ଏନେଇ ଭିଡିଓ ଭାଇରାଲ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ବିଇଓ ନିଲମ୍ବନ କରିଛନ୍ତି। ସେ ହେଲେ ଜକର ନୋଡାଲ ୟୁପି ସ୍କୁଲର ସହକାରୀ ଶିକ୍ଷକ ବିଶ୍ୱଜିତ୍‌ ପ୍ରଧାନ। ଦିଗପହଣ୍ଡି…

ସୂର୍ଯ୍ୟ ଚାରିପଟେ ବଳୟ ଦୃଶ୍ୟମାନ

ଜି.ଉଦୟଗିରି,୧୦ା୫(ଡି.ଏନ.ଏ.)- ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର ପୂବାହ୍ନ ପ୍ରାୟ ୧୧ଟା ୧୫ରୁ ଅଧ ଘଣ୍ଟା ଧରି ସୂର୍ଯ୍ୟଙ୍କ ଚାରିପଟେ ଏକ ବଳୟ ଦୃଶ୍ୟମାନ ମିଳିଥିଲା। ବହୁ ଲୋକ ବାହାରକୁ ଆସି ଏହି ଦୃଶ୍ୟ ଦେଖିଥିଲେ। ସୂର୍ଯ୍ୟ ଦେବତା ବଳୟ…

୪୮ ଘଣ୍ଟା ଶଟ୍‌ଡାଉନ ଘୋଷଣା କଲେ ଖଇରା ସରପଞ୍ଚ

ଖଇରା, ୧୦ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବଜାରରେ ଜନଗହଳି ଉପରେ କଟକଣା ଲଗାଇବା ଉଦ୍ଦେଶ୍ୟରେ ସ୍ଥାନୀୟ ସରପଞ୍ଚ ସୁଦର୍ଶନ ସେଠୀ ୪୮ଘଣ୍ଟିଆ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଆସନ୍ତା ମଙ୍ଗଳବାର ସକାଳ ୬ଟାରୁ ଗୁରୁବାର ସକାଳ ୬ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀ…

ରକ୍ତଅଭାବ ଦୂର ଲାଗି ପୋଲିସ ଆୟୋଜନ କଲା ରକ୍ତଦାନ ଶିବିର

ଜୁନାଗଡ,୧୦ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଆହ୍ବାନକ୍ରମେ ରବିବାର ଜୁନାଗଡ ବ୍ଲକ ଚିଲଗୁଡା ନୀଲମାଧବ ଉଚ୍ଚ ବିଦ୍ୟାଳୟରେ ଜିଲା ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଚିଲଗୁଡା ଫାଣ୍ଡି ଅଞ୍ଚଳର ନଅ ପଞ୍ଚାୟତର ୪୬ଜଣ ରକ୍ତଦାନ କରିଥିଲେ।…

ବଜ୍ରପାତରେ ଜଣେ ମୃତ, ୩ ଗୁରୁତର

ଠାକୁରମୁଣ୍ଡା,୧୦ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ କେଶଡ଼ିହା ପଞ୍ଚାୟତ ପୁରୁଣାପାଣି ଗ୍ରାମରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?