ଆମ ଜିଲା ଖବର

ସରକାରଙ୍କ ୧୨ଘଣ୍ଟିଆ କାର୍ଯ୍ୟଦିବସ ବୃଦ୍ଧି ନେଇ ଏଆଇଟିୟୁସି ମୌନ ପ୍ରତିବାଦ

ବଡ଼ବିଲ,୧୧।୫(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ ଶ୍ରମ ସମୟ ୮ଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି କରାଯାଇଛି। ଏହାକୁ କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଏଆଇଟିୟୁସି କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ସଙ୍ଗଠନ ପକ୍ଷରୁ ସୋମବାର ମୌନ ପ୍ରତିବାଦ କରାଯାଇଛି। ଶ୍ରମିକ ନେତା କପିଳ ମହାନ୍ତିଙ୍କ ନେତୃତ୍ୱରେ…

ବାଦପଲ୍ଲୀ ସେବାଶ୍ରମ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୪୬ ସୁରଟ ଫେରନ୍ତା: ସମସ୍ତେ ସୁସ୍ଥ, ଆସନ୍ତା ୨୫ରେ ଘରକୁ ଫେରିବେ

ଗଞ୍ଜାମ,୧୧ା୫(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତଗତିରେ ବଢ଼ିଚାଲିଛି। ବିଶେଷକରି ସୁରଟରୁ ପ୍ରବାସୀ ଓଡ଼ିଆମାନେ ଫେରିବା ପରେ ଏହି ସମସ୍ୟା ଦେଖାଦେଇଛି। ଏହି ଜିଲା ବାଦପଲ୍ଲୀ ସେବାଶ୍ରମ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଗତ ୪ ତାରିଖରେ ୪୬…

ରାଜନଗରରେ ଆଉ ଜଣେ ପଜିଟିଭ ଚିହ୍ନଟ: କେନ୍ଦ୍ରାପଡ଼ା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୯ରେ

ରାଜନଗର, ୧୧।୫(ଡି.ଏନ୍‌.ଏ.): ରାଜ୍ୟରେ ସୋମବାର ସକାଳେ ୧୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ବୋଲି ଜଣାପଡ଼ିଛି। ଆକ୍ରାନ୍ତ ଜଣଙ୍କ ଘଡ଼ିଆମାଳ ସଂଗରୋଧ ଗୃହରେ ରହିଥିଲେ। କରୋନା ପଜିଟିଭ ଜଣାପଡ଼ିବା ପରେ ତାଙ୍କୁ ରାଜନଗର…

ସଙ୍ଗରୋଧରେ ରହିଲେ ରଥ ନିର୍ମାଣକାରୀ: ୨ ଭକ୍ତ ନିବାସରେ ୧୪୮ ସେବକ

ପୁରୀ ଅଫିସ,୧୧।୫: ଜୁନ୍‌ ୨୩ରେ ରଥଯାତ୍ରା। ତେଣୁ କମ୍‌ ସମୟରେ କିପରି ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହେବ ଓ ଧାର୍ଯ୍ୟ ସମୟ ମଧ୍ୟରେ କାମ ସରିବ ତାହାକୁ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ରଥ…

ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ବ୍ରହ୍ମପୁର ଆମ୍ବ ମାର୍କେଟ

ବ୍ରହ୍ମପୁର ଅଫିସ,୧୧ା୫: ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମ ସୋମବାରଠାରୁ ଆମ୍ବ ମାର୍କେଟ୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛି। ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାମାଜିକ ଦୂରତା ରକ୍ଷା…

ତାମିଲନାଡୁରୁ ବସ୍‌ରେ ଆସୁଥିଲେ ୩୦ ପ୍ରବାସୀ: ଓଏମ୍‌ପି ଛକରେ ଓହ୍ଲାଇପଡ଼ିଲେ

କଟକ ଅଫିସ,୧୧ା୫: ତାମିଲନାଡୁର କାଞ୍ଚିପୁରାମରୁ ୩୦ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ବସ୍‌ କଟକ ଦେଇ ଯାଉଥିଲା। ସୋମବାର ସକାଳେ ବସ୍‌ରୁ ୧୫ଜଣ ଯାତ୍ରୀ କଟକସ୍ଥିତ ଓଏମ୍‌ପି ଛକରେ ଓହ୍ଲାଇଛନ୍ତି। ସେମାନେ ସେଠାରୁ ଜଗତସିଂହପୁର ଆଡ଼କୁ ଚାଲିଚାଲି ଯାଇଛନ୍ତି। ତେବେ ସେହି…

ପଲାସାରୁ ଚାଲିଚାଲି ପୁରୁଷୋତ୍ତମପୁରରେ ପହଞ୍ଚିଲେ ଅନୁଗୋଳ, ବୌଦ୍ଧର ୧୬ ଶ୍ରମିକ

ପୁରୁଷୋତ୍ତମପୁର,୧୧ା୫(ଡି.ଏନ୍‌.ଏ.): କରୋନା ପ୍ରକୋପରୁ ସମସ୍ତେ ହାହାକାର ହୋଇ ପଡ଼ିଥିବା ବେଳେ ଶ୍ରମିକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ନିଜ ଭିଟାମାଟିକୁ ଫେରିବା ଲାଗି ଆକୁଳ ନିବେଦନ କରୁଥିଲେ ମଧ୍ୟ ଗୁହାରି ଶୁଣିବାକୁ କେହିନାହିଁ। ଅନୁଗୋଳ ଜିଲା ବୁଆଁକୁଟୁ…

ଗଞ୍ଜାମ ଜିଲାରେ ଆଉ ୧୨ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଲା

ଗଞ୍ଜାମ,୧୧ା୫(ଡି.ଏନ୍‌.ଏ.): ସୋମବାର ଗଞ୍ଜାମରୁ ପୁଣି ୧୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ୧୩୭ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସରକାରୀ ତଥ୍ୟ ଅନୁସାରେ, ଏବେ ରାଜ୍ୟରେ ଅନ୍ୟ…

ଆକ୍ରାନ୍ତଙ୍କ ତଥ୍ୟ ଲିକ୍‌, ହେବ ତଦନ୍ତ

ଅନୁଗୋଳ ଅଫିସ, ୧୧।୫: ଅନୁଗୋଳ ଜିଲାର ୧୩ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଲିକ୍‌ ହୋଇଯାଇଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ନିକଟରୁ ଜିଲା ପ୍ରଶାସନ ପାଖକୁ ଆସିଥିବା ସଂକ୍ରମିତଙ୍କ ନାଁ, ଠିକଣା ଆଦିର ତାଲିକା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଏହାକୁ…

‘ସହାୟତା ପାଇଁ ସର୍ବଦା ପ୍ରସ୍ତୁତ କିନ୍ନର’

ଢେଙ୍କାନାଳ ଅଫିସ, ୧୧।୫: କିନ୍ନର ସମାଜ ସହାୟତା କରିବାକୁ ସର୍ବଦା ପ୍ରସ୍ତୁତ। ସୁଯୋଗ ମିଳିଲେ ପ୍ରଶାସନକୁ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ଢେଙ୍କାନାଳ ପୌରାଞ୍ଚଳର ବନମାଳିପ୍ରସାଦସ୍ଥିତ ହିମାଳୟ ବସ୍ତିରେ ରହୁଥିବା କିନ୍ନର ସମାଜ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଜିଲା ରେଡ୍‌କ୍ରସ୍‌…

ବଦଳାଇଲେ ରେଡ୍‌ଜୋନ୍‌ ନିଷ୍ପତ୍ତି

ଅନୁଗୋଳ ଅଫିସ, ୧୧।୫: ଅନୁଗୋଳ ଜିଲାର କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସକାଳେ ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଥିଲା। ସେଥିମଧ୍ୟରୁ ଜଣେ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିବା ପରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ତୁରନ୍ତ ଜିଲାକୁ ରେଡ୍‌ଜୋନ୍‌ ଘୋଷଣା…

ପନ୍ଦର ସହ ପଡ଼ିଲା କୋଭିଡ୍‌ ପାଦ

ଅନୁଗୋଳ ଅଫିସ, ୧୧।୫: ଗ୍ରୀନ୍‌ ଜୋନ୍‌ରେ ଥିବା ଅନୁଗୋଳକୁ ଛୁଇଁଛି ମହାମାରୀ କରୋନା ଭୂତାଣୁ। ଏକାବେଳେ ୧୫ ପଜିଟିଭ୍‌ଙ୍କୁ ନେଇ ଜିଲାରେ ପାଦ ଥାପିଛି କୋଭିଡ-୧୯। ରବିବାର ସକାଳେ ୧୩ ସଂକ୍ରମିତଙ୍କ ରିପୋର୍ଟ ଆସିବା ପରେ ତତ୍ପରତା ପ୍ରକାଶ କରିଛି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?