‘ଡିସ୍‌ଚାର୍ଜ ପୂର୍ବରୁ କରାଯାଇ ନ ଥିଲା ସ୍ବାବ୍‌ ପରୀକ୍ଷା’

ଯାଜପୁର ଅଫିସ୍‌/ରସୁଲପୁର, ୨।୬ (ଡି.ଏନ୍‌.ଏ.): କରୋନା ଚିକିତ୍ସାକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ଆରୋଗ୍ୟ ହୋଇ ଫେରିଥିବା ଜଣେ ସଂକ୍ରମିତ। ମେଡିକାଲରୁ ଡିସ୍‌ଚାର୍ଜ କରାଯିବା ପୂର୍ବରୁ ତାଙ୍କର ସ୍ବାବ୍‌ ପରୀକ୍ଷା କରାଯାଇ ନ ଥିଲା। ଏପରିକି ସେ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ମାଗିଥିଲେ ବି ତାଙ୍କୁ ଦିଆଯାଇ ନ ଥିଲା। ତେବେ ସେ କିପରି ସୁସ୍ଥ ହେଲେ ବୋଲି ଆଶଙ୍କା ବ୍ୟକ୍ତ କରିବା ସହ ଏ ନେଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ରେ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ଆସିଛି ଯାଜପୁର ଜିଲା ରସୁଲପୁର ବ୍ଲକ ମଙ୍ଗରାଜପୁର ପଞ୍ଚାୟତରୁ। ଏ ନେଇ ଅଭିଯୋଗକାରୀ କହିଛନ୍ତି, ଜଣେ ରୋଗୀର ନିଜର ଚିକିତ୍ସା ପ୍ରଣାଳୀ ଓ ସ୍ବାସ୍ଥ୍ୟ ପରୀକ୍ଷାର ରିପୋର୍ଟ ସମ୍ପର୍କରେ ଜାଣିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ହେଲେ ଏଥିରୁ ତାଙ୍କୁ ବଞ୍ଚତ୍ତ ରଖାଯାଇଛି। ଏହା ଫଳରେ ତାଙ୍କ ମାନବାଧିକାର କ୍ଷୁଣ୍ଣ ହୋଇଥିବାରୁ ସେ ଏନ୍‌ଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି। ତାଙ୍କ ପାଇଁ ମାନବାଧିକାର କର୍ମୀ ଭଜମନ ବିଶ୍ୱାଳ ଏନ୍‌ଏଚ୍‌ଆର୍‌ସିରେ କରିଥିବା ଅଭିଯୋଗ ଉପରେ ଏକ ମାମଲା (ନଂ. ୬୯୧୫/ଆଇଏନ୍‌/୨୦୨୦) ରୁଜୁ ହୋଇଛି।
ଗତ ୨୫ ତାରିଖରେ ସମ୍ପୃକ୍ତ ଅଭିଯୋଗକାରୀ (ମଙ୍ଗରାଜପୁର ପଞ୍ଚାୟତର ୪୭ ବର୍ଷୀୟ ବ୍ୟକ୍ତି) ଡୁବୁରୀସ୍ଥିତ କୋଭିଡ୍‌-୧୯ ହସ୍‌ପିଟାଲରୁ ଆରୋଗ୍ୟ ଲାଭ କରି ଫେରିବା ପରେ ଏକ ଭିଡିଓ କ୍ଲିପ୍‌ ଜାରି କରି କରିଥିଲେ। ସେ ଦର୍ଶାଇଥିଲେ, କୋଭିଡ୍‌-୧୯ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯିବା ପୂର୍ବରୁ ତାଙ୍କ ସ୍ବାବ୍‌ ପରୀକ୍ଷା କରାଯାଇ ନ ଥିଲା। ତା’ହେଲେ ସେ କିପରି ସୁସ୍ଥ ହେଲେ ବୋଲି ପ୍ରଶ୍ନ କରିଥିଲେ। ସେ ଆହୁରି କହିଥିଲେ, ତାଙ୍କୁ ୫ ଦିନ ଯାଏ ହସ୍ପିଟାଲରେ କେବଳ ଆଜିଥ୍ରୋମାଇସିନ, ଗ୍ୟାସ ବଟିକା, ଭିଟାମିନ-ସି ଓ ବି-କମ୍ପ୍ଲେକ୍ସ ବଟିକା ଦିଆଯାଉଥିଲା। ତେବେ ତାଙ୍କୁ ସୁସ୍ଥ ଅବସ୍ଥାରେ ହିଁ କୋଭିଡ୍‌-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ କରୋନା ଚିକିତ୍ସାକୁ ନେଇ ସନ୍ଦେହ ପ୍ରକାଶ ପାଇବା ସହିତ ଏହାର ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି। ଏ ସମ୍ପର୍କରେ ବ୍ଲକ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସୁଧୀର କୁମାର ସାହୁଙ୍କୁ ପଚାରିବାରେ ପ୍ରତ୍ୟେକ ଆକ୍ରାନ୍ତଙ୍କୁ କୋଭିଡ୍‌-୧୯ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିବା ପୂର୍ବରୁ ନମୁନାର ରିପୋର୍ଟ ପଠାଯିବା ସହ ରେଫରେନ୍ସ ଲେଟର ଦିଆଯାଇଥାଏ। ନଚେତ୍‌ ହସ୍ପିଟାଲରେ ସେମାନଙ୍କୁ ପ୍ରବେଶ କରିବାକୁ ଦିଆଯିବନାହିଁ ବୋଲି ସେ କହିଛନ୍ତି। ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କୁ ଯୋଗାଯୋଗ କରିବାରେ ଅଭିଯୋଗକାରୀଙ୍କ ପକ୍ଷରୁ ଜାରି କରାଯାଇଥିବା ଭିଡିଓ ସମ୍ପର୍କରେ ଜିଲା ପ୍ରଶାସନ ଅବଗତ ଅଛି। ଅଭିଯୋଗର ଯାଞ୍ଚ କରାଯିବା ପରେ ଯାହା ପଦକ୍ଷେପ ନିଆଯିବ। ଜିଲା ପ୍ରଶାସନ ଏ ନେଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ୮ତାରିଖରେ ସମ୍ପୃକ୍ତ ବ୍ୟକ୍ତି ଜଣକ କୋଲକାତାରୁ ବାହାରି ୪ ଜଣଙ୍କ ସହ ଏକ ଘରୋଇ ଗାଡ଼ିରେ କୁଆଖିଆରେ ପହଞ୍ଚତ୍ଥିଲେ। ସେମାନଙ୍କୁ ସୁଆଁସାହି କ୍ବାରାଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ୫ ଦିନ ପରେ ତାଙ୍କର ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ଡୁବୁରୀସ୍ଥିତ କୋଭିଡ୍‌-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୦ଦିନ ରଖାଯାଇଥିଲା ଏବଂ ୫ ଦିନ ପର୍ଯ୍ୟନ୍ତ ଔଷଧ ଦିଆଯାଇଥିଲା। ଗତ ୨୫ ତାରିଖରେ ସେ ଡିସଚାର୍ଜ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri