ଆମ ଜିଲା ଖବର

ଆର୍‌ଏସ୍‌ଏସ୍‌ ପକ୍ଷରୁ ରକ୍ତଦାନ ଶିବିର

କେନ୍ଦୁଝର, ୧୧ା୫(ଡି.ଏନ୍‌.ଏ.)-ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ କେନ୍ଦୁଝର ନଗର ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ନଗର ସଂଘ ଚାଳକ ନୀଳମଣି ସାହୁ ଉଦ୍‌ଘାଟନ କରିଥିଲେ। ଏହି…

କରୋନା ମୁକାବିଲାରେ ଏମ୍‌ଜିଏନ୍‌ଆରଇଜିଏ ଭରସା

ବଲାଙ୍ଗୀର ଅଫିସ, ୧୧ା୫: କରୋନା ମହାମାରୀ ସବୁଠୁ ବେଶୀ ପ୍ରଭାବିତ କରିଛି ଅର୍ଥନୈତିକ କ୍ଷେତ୍ରକୁ। କ୍ରମାଗତ ଲକ୍‌ଡାଉନ୍‌ ଯୋଗୁଁ ଲୋକଙ୍କ ରୋଜଗାର, ବ୍ୟବସାୟ ବନ୍ଦ ହୋଇପଡିଛି। ଏଭଳି ସମୟରେ ସରକାରୀସ୍ତରରେ ଏମ୍‌ଜିଏନ୍‌ଆରଇଜିଏ ଜରିଆରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ସବଳ କରିବା ପାଇଁ…

ଗନ୍ଧମାର୍ଦ୍ଦନ ଲୌହଖଣିରେ ସାନିଟାଇଜ୍‌ ଟନେଲ ବ୍ୟବସ୍ଥା

କେନ୍ଦୁଝର, ୧୧ା୫(ସ୍ବ.ପ୍ର.)-କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଓଡିଶା ଖଣି ନିଗମର ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୌହଖଣିରେ ସ୍ବୀକୃତିପ୍ରାପ୍ତ ରେଜିଙ୍ଗ ଏଜେନ୍ସି କଳିଙ୍ଗ କମର୍ସିଆଲ କର୍ପୋରେଶନ ଲିଃ ପକ୍ଷରୁ କୋଭିଡ-୧୯ ପ୍ରତିକାର ପାଇଁ ୨ଟି ସ୍ବତନ୍ତ୍ର ସାନିଟାଇଜ୍‌ ଟନେଲ ସ୍ଥାପନ କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା

କେନ୍ଦୁଝର, ୧୧ା୫(ଡି.ଏନ୍‌.ଏ.)-କରୋନା ମୁକାବିଲା ପାଇଁ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ପକ୍ଷରୁ ୧୦ଲକ୍ଷ ୧ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସୋମବାର ଜିଲା ଟ୍ରକ ମାଲିକ ସଂଘର ବରିଷ୍ଠ ଉପଦେଷ୍ଟା କୈଳାସ ଚନ୍ଦ୍ର ପଣ୍ଡା, ସଭାପତି ରମାକାନ୍ତ ନାୟକ, ସାଧାରଣ…

ମାସ୍କ, ସାନିଟାଇଜର୍‌ ବଣ୍ଟନ

ବାସୁଦେବପୁର,୧୧ା୫(ଡି.ଏନ୍‌.ଏ.)-ବାସୁଦେବପୁର ଠାରେ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ତାଙ୍କ ଆଞ୍ଚଳିକ ଅନୁଦାନ ପାଣ୍ଠିରୁ କରୋନା ଯୁଦ୍ଧାଙ୍କୁ ମାସ୍କ, ସାନିଟାଇଜର୍‌, ଗ୍ଲୋବସ୍‌, କ୍ୟାପ ଆଦି ସାମଗ୍ରୀ ସୋମବାର ବଣ୍ଟନ କରିଛନ୍ତି। ବାସୁଦେବପୁର ଟାଉନହଲରେ ପ୍ରଥମେ ଏମ୍‌ପି ମଣ୍ଡଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ସାମଗ୍ରୀ…

ଶିମିଳିପାଳରୁ ୩ ଶିକାରୀ ଗିରଫ

ଖୁଣ୍ଟା,୧୧ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଡୁକୁରା ୱାଇଲ୍ଡ ଲାଇଫ୍‌ ରେଞ୍ଜ ଅଧୀନ ଶିମିଳିପାଳ ଜଙ୍ଗଲରୁ ରବିବାର ୩ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛିି। ଅଭିଯୁକ୍ତମାନେ ହେଲେ ଗୋମେଇଘାଟି ଗ୍ରାମର ସୁଜିତ ସିଂ ଓ ସଞ୍ଜୟ ସିଂ ଏବଂ ସୁର୍ଣମଞ୍ଜରୀ ଗ୍ରାମର ରବୀନ୍ଦ୍ର…

ବସ୍‌ ଭଡ଼ା କରି ଗାଁକୁ ଫେରିଲେ ୩୫ ଶ୍ରମିକ

ବରଗଡ଼ ଅଫିସ୍‌,୧୧।୫-ଲକ୍‌ ଡାଉନ୍‌ କଟକଣା ଯୋଗୁ ପୁରୀ ଜିଲା କୋଣାର୍କ ନିକଟ ଅଚ୍ୟୁତପୁରର ଏକ ଇଟାଭାଟିରେ ବରଗଡ଼ ଜିଲା ପାଇକମାଲ ବ୍ଲକ ଛେତଗାଁର ୩୫ ଶ୍ରମିକ ନିଜ ପିଲାଛୁଆଙ୍କ ସହିତ ଫସି ରହିଥିଲେ। ତେବେ ସ୍ଥାନୀୟ ସାମାଜିକ କର୍ମୀ ଦିବସ କୁମାର…

୮ ଦିନ ଅନ୍ଧାରରେ କୁଲିତାଟୁକୁରା ଗ୍ରାମବାସୀ; ଜିଲାପାଳଙ୍କୁ ଫେରାଦ

ବରଗଡ଼ ଅଫିସ୍‌,୧୧।୫-ବରଗଡ଼ ଜିଲା ଅତାବିରା ବ୍ଲକ ଲରମ୍ଭା ସେକ୍ସନ କୁଲିତା ଟୁକୁରା ଗ୍ରାମର ବିଦ୍ୟୁତ ଟ୍ରାନ୍ସଫର୍ମର ଗତ ୮ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଗ୍ରାମରେ ପାନୀୟଜଳ ଯୋଗାଣ ଠପ୍‌…

ଗଞ୍ଜାମ-କନ୍ଧମାଳ ସୀମାରେ ସୁରକ୍ଷା କଡ଼ାକଡ଼ି: ପାସ୍‌ ଦେଖାଇଲେ ଗଡ଼ିବ ଭାରିଯାନ

ଦାରିଙ୍ଗବାଡ଼ି,୧୧।୫(ଡି.ଏନ.ଏ)-କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କନ୍ଧମାଳ-ଗଞ୍ଜାମ ସୀମାକୁ ପୂର୍ବରୁ ସିଲ କରି ଦିଆଯାଇଛି। ତେବେ ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ସୋମବାର ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସେହିପରି…

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ବୁଲିଲେ ଏସ୍‌ଡିପିଓ

ଦାରିଙ୍ଗବାଡ଼ି/କ.ନୂଆଗାଁ,୧୧।୫(ଡି.ଏନ.ଏ)- ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ ସୋମବାର କ.ନୂଆଗାଁ ବ୍ଲକର ସାଇନପଡ଼ା ସମେତ କୁଡ଼ୁତୁଲି ଏବଂ ତୁମୁଡ଼ିବନ୍ଧ ବ୍ଲକର ସିର୍ଲା ଆଦି ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ଏହି ସବୁ ଅଞ୍ଚଳରେ କୋଭିଡ-୧୯ ପାଇଁ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟର ବୁଲି…

ସୋସିଆଲ ମିଡିଆରେ ଗଞ୍ଜାମ ଜିଲାର ମିଥ୍ୟା କରୋନା ପଜିଟିଭ ତାଲିକା

ଛତ୍ରପୁର, ୧୧।୫( ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କରୋନା ପଜିଟିଭର ଏକ ମିଥ୍ୟା ତାଲିକା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ଉପରେ କେହି ବିଶ୍ୱାସ କରନ୍ତୁ ନାହିଁୟ। ଏହାକୁ ସେୟାର କିମ୍ବା ଫରୱାର୍ଡ ମଧ୍ୟ କରନ୍ତୁ ନାହିଁ ବୋଲି ଜିଲାପାଳ…

ନାଗାବଳୀ ନଦୀରୁ ଆନ୍ଧ୍ରକୁ ବାଲି ଚାଲାଣକୁ ବିରୋଧ

ରାୟଗଡ଼ା ଅଫିସ,୧୧।୫-ରାୟଗଡ଼ା ଜିଲା କେରେଡ଼ାରୁ ପ୍ରତିଦିନ ବେଆଇନ ଭାବେ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶକୁ ବାଲି ଚାଲାଣ କରାଯାଉଛି। ଏ ନେଇ ସୋମବାର କେରେଡ଼ା ଗ୍ରାମ ମହିଳା ସଂଘ ପକ୍ଷରୁ ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?