ବଡ଼ଦାଣ୍ଡକୁ ବାହାରିବନି ବିମାନ

ପୁରୀ ଅଫିସ,୩ା୬: ରାଜ୍ୟରେ ଦ୍ରୁତଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଗାଇଡ଼ଲାଇନ ଜାରି କରିଛନ୍ତି। ଜୁନ୍‌ ୩୦ ପର୍ଯ୍ୟନ୍ତ କୌଣସି ଧାର୍ମିକସ୍ଥଳକୁ ସର୍ବସାଧାରଣ ଯାଇପାରିବେ ନାହିଁ। ସେହିପରି ଧାର୍ମିକ ସମାବେଶ ଉପରେ ବି ପୂର୍ବବତ କଟକଣା ରହିଛି। ଏଥିପାଇଁ ବୁଧବାର ଚମ୍ପକ ଦ୍ୱାଦଶୀରେ ବଡ଼ଦାଣ୍ଡକୁ ଠାକୁରଙ୍କ ବିମାନ ବାହାରିବ ନାହିଁ, ଶ୍ରୀମନ୍ଦିର ଭିତରେ କେବଳ ବିଧି ରକ୍ଷା ହେବ। ଶ୍ରୀମନ୍ଦିର ପ୍ରଶାସନର ଏହି ନଷ୍ପତ୍ତି ପରେ ଏବେ ରଥଯାତ୍ରା ଆୟୋଜନକୁ ନେଇ ଆଶଙ୍କା ବଢିଯାଇଛି। ନୂଆ ଗାଇଡ଼ଲାଇନ ଅବଧି ମଧ୍ୟରେ ରଥଯାତ୍ରା ପଡ଼ୁଥିବାରୁ ଏଭଳି ଅନିଶ୍ଚିତତା ସୃଷ୍ଟି ହୋଇଛି।
ଆସନ୍ତା ୫ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦିରେ ପ୍ରତ୍ୟକ୍ଷ ସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ। ଏଥର କରୋନା ପାଇଁ ବିନା ଭକ୍ତରେ ହେବ ସ୍ନାନଯାତ୍ରା। କୌଣସି ଶ୍ରଦ୍ଧାଳୁ ସ୍ବଚକ୍ଷୁରେ ଠାକୁରଙ୍କ ଦିବ୍ୟସ୍ନାନ ଏବଂ ହାତୀବେଶ ଦେଖିପାରିବେ ନାହିଁ। ଘରେ ରହି ଟିଭିରେ ଦେଖିବା ଲାଗି ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସର ସ୍ନାନମଣ୍ଡପରେ ଯେହେତୁ ଏହି ନୀତି ରହିଛି ତେଣୁ ଆୟୋଜନ ପାଇଁ କୌଣସି ଅସୁବିଧା ନାହିଁ। କିନ୍ତୁ ରଥଯାତ୍ରାକୁ ନେଇ ଏବେ ସମସ୍ତଙ୍କ ମନରେ ସନ୍ଦେହ ଉଠିଲାଣି। ଜୁନ୍‌ ୨୩ରେ ରଥଯାତ୍ରା। ଯଦି ସରକାରଙ୍କ ଗାଇଡ୍‌ଲାଇନ ପାଳନ କରାଯାଏ ତେବେ ବଡଦାଣ୍ଡରେ ଠାକୁରଙ୍କ ରଥ ଗଡ଼ିବା ନେଇ ସନ୍ଦେହ ରହିଛି। ତେବେ ଏ ନେଇ ବର୍ତ୍ତମାନ କେହି ମୁହଁ ଖୋଲୁନାହାନ୍ତି।
ଗତ ୩୦ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ବିନା ଭକ୍ତରେ ରଥଯାତ୍ରା ଆୟୋଜନ ଲାଗି କମିଟି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ଅପରପକ୍ଷେ ରଥଖଳାରେ ତିନିରଥ ନିର୍ମାଣ କାମ ଆଗେଇ ଚାଲିଥିବାରୁ ରଥଯାତ୍ରାକୁ ନେଇ ପ୍ରାୟ ସମସ୍ତେ ସକାରାତ୍ମକ ଆଭିମୁଖ୍ୟ ରଖିଥିଲେ। ହେଲେ ଏହାକୁ ନୂଆ ଗାଇଡ୍‌ଲାଇନ ପୁଣି ଆଶଙ୍କା ଭିତରକୁ ଠେଲିଦେଇଛି। ଏପରି କି ଏଥିଯୋଗୁ ବୁଧବାର ହେବାକୁ ଥିବା ଚମ୍ପକ ଦ୍ୱାଦଶୀରେ ଠାକୁରଙ୍କ ଗୁଆଲି ଶୋଭାଯାତ୍ରା ବଡଦାଣ୍ଡକୁ ବାହାରିବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ଯେଉଁଠି ଠାକୁରଙ୍କ ବିମାନ ବାହାରକୁ ବାହାରି ପାରୁନାହିଁ ସେଠି ରଥଯାତ୍ରା କେମିତି ହେବ ଏମିତି ଭାବନା ସମସ୍ତଙ୍କ ମନକୁ ଘାରିଛି। ଏ ନେଇ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ଠିକଣା ସମୟରେ ଉପଯୁକ୍ତ ପ୍ଲାଟଫର୍ମରେ ଠିକ୍‌ ନିଷ୍ପତ୍ତି ନିଆଯିବ। ହେଲେ ଆଇନକୁ ପାଳନ କରିବାକୁ ପଡ଼ିିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?