ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଣ୍ଟାପଡ଼ା,୧୯।୧୨ (ଡି.ଏନ୍.ଏ.): ଗୋବିନ୍ଦପୁର ଥାନା ଅନ୍ତର୍ଗତ ପାଟସୁନ୍ଦରପୁର ଗ୍ରାମରୁ ବୁଧବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ ହେଲେ ଏହି ଗ୍ରାମର ବିଶ୍ୱରଞ୍ଜନ ସ୍ବାଇଁ। ସୂଚନା ଅନୁଯାୟୀ, ବିଶ୍ୱରଞ୍ଜନ ପାରିବାରିକ ସମସ୍ୟା ଓ ଶାରୀରିକ ଅସୁସ୍ଥତା...
ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଉଦ୍ଘାଟିତ
ଭଦ୍ରକ ଅଫିସ, ୧୯।୧୨- ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ଭଦ୍ରକ ନେହେରୁ ଷ୍ଟାଡିୟମରେ ବୁଧବାର ସନ୍ଧ୍ୟାରେ ୨୫ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଉଦ୍ଘାଟିତ ହୋଇଛି। ମୁଖ୍ୟଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା, କୃଷି ଓ କୃଷକ ସଶକ୍ତୀକରଣ,...
ରାଜସ୍ବ ଗ୍ରାମ ଦାବିରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ନୟାଗଡ଼ ଅଫିସ,୧୯।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ରାଣୀପଡ଼ା ପଞ୍ଚାୟତ ବିରିଡିହି ଗ୍ରାମକୁ ରାଜସ୍ବ ଗ୍ରାମ ପ୍ରଦାନ ଦାବି କରାଯାଇଛି। ଏ ନେଇ ଗ୍ରାମବାସୀ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, ବିରିଡିହି ଏକ ପଡ଼ାଗ୍ରାମ ହୋଇଥିବା ବେଳେ...
ଗଛରୁ ପଡ଼ି ଛାତ୍ର ଗୁରୁତର : ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ
କପ୍ତିପଦା,୧୯ା୧୨(ଡି.ଏନ୍.ଏ.)- କପ୍ତିପଦା ବ୍ଲକ୍ ଶରତ ଥାନା କେଶପଡ଼ା ଜୁରିଆ ସାହି ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ର ମଙ୍ଗଳବାର ଗଛରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି ା ଏନେଇ ଗ୍ରାମବାସୀମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳାକୁ ଦାୟୀ କରିବା ସହିତ ବିଦ୍ୟାଳୟରେ ତାଲା...
କାର୍ଯ୍ୟରେ ଅବହେଳା: ଶିକ୍ଷକ ନିଲମ୍ବିତ
କପ୍ତିପଦା,୧୯ା୧୨(ଡି.ଏନ୍.ଏ.)- କାର୍ଯ୍ୟରେ ଅବହେଳା କାରଣ ଯୋଗୁ କପ୍ତିପଦା ବ୍ଲକ ଅଧୀନରେ କାର୍ଯ୍ୟରତ ଜଣେ ସହକାରୀ ଶିକ୍ଷକଙ୍କୁ ବ୍ଲକ ଶିକ୍ଷାଧିକାରୀ(ବିଇଓ) ଶଶୀଧର ସିଂ ଚିଠି ନଂ.-୩୯୦୬ରେ ବୁଧବାର ନିଲମ୍ବନ କରିଛନ୍ତି ା ଶିକ୍ଷକ ଜଣକ ହେଲେ ଶାନ୍ତନୁ କୁମାର ଦାସ। ସେ...
ଜରିମାନାରୁ ବର୍ତ୍ତିବା ପାଇଁ ଯୁବକଙ୍କ ନିଆରା ଉପାୟ
ବାରିପଦା ଅଫିସ,୧୯ା୧୨- ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଗାଡ଼ି ଚାଳକମାନଙ୍କଠାରୁ ଏଭଳି ଭାବେ ଜରିମାନା ଆଦାୟ କରାଯାଉଛି ଯେ, ଲୋକେ ଘରୁ...
ନୀଳଗିରିରେ ସାଧାରଣ ଉଦ୍ୟୋଗ ପ୍ରମୁଖ ସଚିବ
ସଜନାଗଡ଼,୧୯।୧୨(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ବିଜୟ ଆରୋଡ଼ା ବୁଧବାର ପୂର୍ବାହ୍ନରେ ବାଲେଶ୍ୱର ଜିଲା ନୀଳଗିରଗସ୍ତରେ ଆସି ବିଭିନ୍ନ ବିଭାଗୀୟ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ପ୍ରମୁଖ ସଚିବ ଆରୋଡ଼ା ପ୍ରଥମେ ନୀଳଗିରି ମେଡ଼ିକାଲ ପରିଦର୍ଶନ କରି ଚିକତ୍ସାସେବା...
କନ୍ୟାଶ୍ରମ ଦେଇଛି ସାହାରା
ସୋର,୧୯।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋରସ୍ଥିତ ଗାନ୍ଧୀ ପୁରୁବାଇ କନ୍ୟାଶ୍ରମର ଅନ୍ତେବାସୀ ମାହେଶ୍ୱରୀ ରଣା (୧୭) ଚିତ୍ର ମାଧ୍ୟମରେ ସାମାଜିକ ସଚେତନତାର ବାର୍ତ୍ତା ଦେଇ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି । କେବଳ ଚିତ୍ରାଙ୍କନ ନୁହେଁ ନାଚ, ଗୀତରେ ମଧ୍ୟ ମାହିର୍। ୨୦୧୮...
ସଡକ ଦୁର୍ଘଟଣାରେ ୨ବାଇକ ଆରୋହୀ ମୃତ
ମୁରିବାହାଲ, ୧୮ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଜୁଆଡିପାଲି ନିକଟରେ ବୁଧବାର ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଏକ ବାଇକରେ ଥିବା ୨ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଜଣଙ୍କର ଓ ଅନ୍ୟ ଜଣଙ୍କର ମୁରିବାହାଲ ଡାକ୍ତରଖାନାରେ...
ଧରିତ୍ରୀ ପ୍ରଭାବ: ଖଜୁରି ଗଛ ପାଲଟିଛି ଆଶ୍ରୟସ୍ଥଳ; ଖବର ପ୍ରକାଶ ପରେ ରାମ କବାସୀଙ୍କୁ ମିଳିବ ପକ୍କା ଘର
ପାଣ୍ଡ୍ରିପାଣି,୧୮ା୧୨: ମାଲକାନଗିରି ଜିଲା ସଦର ବ୍ଲକ ପଦ୍ମଗିରି ପଞ୍ଚାୟତ ତଳସାହିରେ ରାମ କବାସୀ (୭୦) ଦୀର୍ଘ ୬ ବର୍ଷ ହେଲା ନିଜ ଘରଦ୍ୱାର ନ ଥିବାରୁ ଏକ ଖଜୁରି ଗଛ ତଳେ ଆଶ୍ରୟ ନେଇଥିଲେ। ଏ ସମ୍ପର୍କରେ ଖବର ପ୍ରକାଶ...
ଖଇରପୁଟ ବିଡିଓଙ୍କ ବଦଳି ନେଇ ତାତିଲେ ଲୋକ ପ୍ରତିନିଧି: ବ୍ଲକ କାର୍ଯ୍ୟାଳୟରେ ପକାଇଲେ ତାଲା
ମାଲକାନଗିର/ଖଇରପୁଟ, ୧୮ା୧୨(ଡି.,ଏନ୍.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ କାର୍ଯ୍ୟାାଳୟକୁ ବୁଧବାର ବହୁ ସଂଖ୍ୟାରେ ଆଦିବାସୀ ମହିଳାପୁରୁଷ ଘେରାଉ କରି ବିଡିଓ ବିଶ୍ୱଜିତ ବର୍ମନଙ୍କ ବଦଳି ଦାବି କରିଛନ୍ତି। କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେମାନେ କାର୍ଯ୍ୟାଳୟରେ ତାଲା...
ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ: ଶିକ୍ଷକ କ୍ଲଷ୍ଟର ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ
ମାଲକାନଗିରି / ଚିତ୍ରକୋଣ୍ଡା,୧୮ା୧୨ (ଡି.ଏନ୍.ଏ.): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବୁଧବାର ମାଲକାନଗିରି ଜିଲା ଗସ୍ତରେ ଆସି ସ୍ବାଭିମାନ ଅଞ୍ଚଳର ବଡ଼ପଡ଼ାଠାରେ ଶିକ୍ଷକ କ୍ଲଷ୍ଟର ସହ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏକ ହେଲିକପ୍ଟର...
Archives


