Posted inଭଦ୍ରକ

ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଉଦ୍‌ଘାଟିତ

ଭଦ୍ରକ ଅଫିସ, ୧୯।୧୨- ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ଭଦ୍ରକ ନେହେରୁ ଷ୍ଟାଡିୟମରେ ବୁଧବାର ସନ୍ଧ୍ୟାରେ ୨୫ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଉଦ୍‌ଘାଟିତ ହୋଇଛି। ମୁଖ୍ୟଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା, କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଡ. ଅରୁଣ ସାହୁ ଯୋଗଦେଇ ମଶାଲ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଯୁବବର୍ଗ ସମୟର ସ୍ବର। ଯୁବ ପ୍ରତିଭା ବିକଶିତ କରାଇବା ଏହି ଉତ୍ସବର ମୂଳଲକ୍ଷ୍ୟ ବୋଲି ମନ୍ତ୍ରୀ ସାହୁ କହିଥିଲେ। ଏହାସହ ରାଜ୍ୟ ସରକାର ପ୍ରତିଭା ବିକଶିତ କରାଇବା ଲାଗି ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ବଣମଲ୍ଲୀ ବଣରେ ଫୁଟି ଯେଭଳି ମଉଳି ନ ଯିବ ସେଥିପ୍ରତି ସରକାର ଅଧିକ ଯତ୍ନବାନ ଥିବା ସେ ବକ୍ତବ୍ୟ ରଖିଥିଲେ।
ଜିଲାପାଳ ଜ୍ଞାନରଞ୍ଜନ ଦାସ ଉତ୍ସବରେ ସଭାପତିତ୍ୱ କରିଥିଲେ। ବରେଣ୍ୟ ଅତିଥି ଭାବେ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଜିଲାପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଭଦ୍ରକରେ ଆୟୋଜିତ ହେଉଥିବାରୁ ବିଧାୟକ ମଲ୍ଲିକ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ଗୁରୁବାରଠାରୁ ୩ ଦିନ ଧରି ବିଭିନ୍ନ ପ୍ରତିଯୋଗିତା କରାଯାଇ ଶନିବାର ସନ୍ଧ୍ୟାରେ ମହୋତ୍ସବ ଉଦ୍‌ଯାପିତ ହେବ। ଉଦ୍‌ଯାପନୀ ଦିବସରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଛି। ୩୦ଟି ଜିଲାରୁ ପ୍ରାୟ ୧୪୭୧ ଜଣ ପ୍ରତିଯୋଗୀ, ୫୭ ଗାଇଡ୍‌ ଟିଚର ଓ ୧୫୯ ଜଣ ସହଯୋଗୀ କଳାକାର ଅଂଶଗ୍ରହଣ କରିଛନ୍ତି। ମହୋତ୍ସବରେ ୧୮ ପ୍ରକାର ପ୍ରତିଯୋଗତା ଅନୁଷ୍ଠିତ ହେବ। ଏଥିପାଇଁ ୨୭ ଜଣ ରାଜ୍ୟସ୍ତରୀୟ ବିଚାରକଙ୍କୁ ମନୋନୀତ କରଯାଇଛି। ନୋଡାଲ ଅଫିସର ଭାବେ ଏପିଡି ରାଜେନ୍ଦ୍ର ପଣ୍ଡା ଓ ଆସିଷ୍ଟାଣ୍ଟ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ଦାୟିତ୍ୱ ତୁଲାଉଛନ୍ତି। ଭାଗ ନେଇଥିବା ପୁରୁଷ ଓ ମହିଳା ପ୍ରତିଯୋଗୀଙ୍କ ଲାଗି ସ୍ବତନ୍ତ୍ର ଭାବେ ଗ୍ରୀନରୁମ୍‌ ବ୍ୟବସ୍ଥା ହୋଇଛି। ପୋଲିସ ପ୍ରଶାସନ ପକ୍ଷରୁ ଷ୍ଟାଡିୟମ ପରିସରରେ ଏକ ଅସ୍ଥାୟୀ ଫାଣ୍ଡି ପ୍ରତିଷ୍ଠା କରାଯିବା ସହ ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri