ନୀଳଗିରିରେ ସାଧାରଣ ଉଦ୍ୟୋଗ ପ୍ରମୁଖ ସଚିବ

ସଜନାଗଡ଼,୧୯।୧୨(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ବିଜୟ ଆରୋଡ଼ା ବୁଧବାର ପୂର୍ବାହ୍ନରେ ବାଲେଶ୍ୱର ଜିଲା ନୀଳଗିରଗସ୍ତରେ ଆସି ବିଭିନ୍ନ ବିଭାଗୀୟ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ପ୍ରମୁଖ ସଚିବ ଆରୋଡ଼ା ପ୍ରଥମେ ନୀଳଗିରି ମେଡ଼ିକାଲ ପରିଦର୍ଶନ କରି ଚିକତ୍ସାସେବା ସମେତ ସୁବିଧା ଅସୁବିଧା ବାବଦରେ ଏସ୍‌ଡିଏମ୍‌ଓ ଡା. ଅଜୟ କୃଷ୍ଣ ସାମଲଙ୍କ ସହିତ ଆଲୋଚନା କରିଥିଲେ। ପରେ ନିଜିଗଡ଼ ସୋସାଇଟିର ଧାନ ମଣ୍ଡି ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଥିବା ଚାଷୀ, ମିଲରଙ୍କ ସହିତ ବିଭିନ୍ନ ବିଷୟରେ ସେ ଆଲୋଚନା କରିଥିଲେ। ଏହାପରେ ନିଜିଗଡ଼ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନରେ ଯିବା ସହିତ ସଜନାଗଡ଼ ପଞ୍ଚାୟତରେ ଥିବା ତେଣ୍ଡା କନ୍ୟାଶ୍ରମ, ଆବାସ ଯୋଜନା ଗୃହ, ଉଚ୍ଚ କ୍ଷମତା ପାଣିଟାଙ୍କି, ଅଙ୍ଗନୱାଡ଼ି କେନ୍ଦ୍ର ଆଦି ପରିଦର୍ଶନ କରିଥିଲେ। ପରେ ବରହମପୁର ସ୍ଥିତ ଛତୁଆ ଉପତ୍ାଦନ କେନ୍ଦ୍ର ପରିଦର୍ଶନ କରିବାକୁ ଯାଇଥିଲେ। ଏହି ଗସ୍ତ ବେଳେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା, ନୀଳଗିରି ବିଡିଓ ରାମଦାସ ଟୁଡୁ, ନୀଳଗିରି ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡ଼ିଏ)ର ପ୍ରକଳ୍ପ ଅଧିକାରୀ ବିରକିଶୋର ପାଣିଗ୍ରାହୀ, ଗ୍ରାମ୍ୟଜଳ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଇଂ. ସମିର ଦେ, ଯୋଗାଣ ଅଧିକାରୀ ସମସ୍ତ ଲାଇନ୍‌ ଡିପାର୍ଟମେଣ୍ଟର ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri