କନ୍ୟାଶ୍ରମ ଦେଇଛି ସାହାରା

ସୋର,୧୯।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋରସ୍ଥିତ ଗାନ୍ଧୀ ପୁରୁବାଇ କନ୍ୟାଶ୍ରମର ଅନ୍ତେବାସୀ ମାହେଶ୍ୱରୀ ରଣା (୧୭) ଚିତ୍ର ମାଧ୍ୟମରେ ସାମାଜିକ ସଚେତନତାର ବାର୍ତ୍ତା ଦେଇ ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି । କେବଳ ଚିତ୍ରାଙ୍କନ ନୁହେଁ ନାଚ, ଗୀତରେ ମଧ୍ୟ ମାହିର୍‌। ୨୦୧୮ ରେ ‘ବେଟି ବଚାଓ ଓ ବେଟି ବଢ଼ାଓ’ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟରେ ପ୍ରଥମ ହୋଇ ଜାତୀୟ ଗୋଲ୍ଡ ମେଡ଼ାଲ ହାସଲ କରିଛନ୍ତି। ଚଳିତବର୍ଷ ସ୍ବଚ୍ଛ ଭାରତ ଚିତ୍ରାଙ୍କନ ପ୍ରତିଯୋଗିତାରେ ‘ସ୍ବଚ୍ଛ ଭାରତ’ ଚିତ୍ର ଆଙ୍କି ସେ ମଧ୍ୟ ରାଜ୍ୟରୁ ପ୍ରଥମ ସ୍ଥାନ ଅଧିକାର କରି ନିଜ ଅଞ୍ଚଳ ଲାଗି ପୁଣି ଗୌରବ ଆଣିିଛନ୍ତି। ବର୍ତ୍ତମାନ ସେ ବାଲେଶ୍ୱର ଜିଲାର ତଳନଗର କଲେଜରେ ଯୁକ୍ତ୨ ପ୍ରଥମବର୍ଷର କଳା ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି।
ନିଜ ପାଇଁ ନିଜେ ପରିଚୟ ସୃଷ୍ଟି କରିଥିବା ଛାତ୍ରୀ ମାହେଶ୍ୱରୀ ୭ବର୍ଷର ହୋଇଥିବା ବେଳେ ଘରୋଇ ପରିସ୍ଥିତି ଲାଗି ସୋର ସ୍ଥିତ ଗାନ୍ଧୀ ପୁରୁବାଇ କନ୍ୟାଶ୍ରମକୁ ଆସି ସେବେଠାରୁ ଏଠାରେ ରହିି ଆସୁଛନ୍ତି। କନ୍ୟାଶ୍ରମରେ ସେ ତୃତୀୟ ଶ୍ରେଣୀରୁ ପାଠ ପଢ଼ା ଆରମ୍ଭ କରି ଏବେ ଯୁକ୍ତ ୨ ପଢୁଛନ୍ତି। ତାଙ୍କ ଜନ୍ମସ୍ଥାନ ରୂପ୍‌ସା ଥାନା ଅନ୍ତର୍ଗତ ଗଡ଼ମଉଜା ଗ୍ରାମରେ । ତାଙ୍କ ବାପା ପର୍ଶୁରାମ ରଣା ଓ ମା’ ମନୋରମା ରଣା କେବେ କେବେ କନ୍ୟାଶ୍ରମ ଆସି ଝିଅଙ୍କୁ ଭେଟି ଯାଆନ୍ତି। ମାହେଶ୍ୱରୀ ଘରୁ ପାଦ କାଢ଼ି ଆସିବା ଠାରୁ ଆଉ କେବେ ଘରକୁ ଯାଇ ନାହାନ୍ତି । ଗାନ୍ଧୀ ପୁରୁବାଇ କନ୍ୟାଶ୍ରମର ସମ୍ପାଦିକା ସୁମତି ମହାନ୍ତିଙ୍କୁ ସେ ମା’ ଓ ବାପା ଭାବି ନେଇ ସ୍ନେହଶ୍ରଦ୍ଧାରେ ବଢ଼ି ଆସିଛନ୍ତି। କନ୍ୟାଶ୍ରମରେ ପାଠ ପଢ଼ିବା ବେଳେ ଧ୍ରୁବ ସାରଙ୍କ ଠାରୁ ସେ ଓଡ଼ିଶୀ ନାଚ ଓ ଗୀତ ଶିଖିଥିଲେ। ସେହିପରି ରାଜୁ ସାର୍‌ ତାଙ୍କୁ ଚିତ୍ର ଶିକ୍ଷା ଦେଇଥିଲେ। ଏଥିଲାଗି ମାହେଶ୍ୱରୀ ସେମାନଙ୍କୁ ମୂଳ ଗୁରୁ ମାନିଥିବା କହିଛନ୍ତି।
ପାଠ ପଢିବା ସାଙ୍ଗକୁ ନିୟମିତ ନାଚଗୀତ ଓ ଚିତ୍ରକଳା ଅଙ୍କନ ଅଭ୍ୟାସ ଜାରି ରଖି ଆଗକୁ ଆଗକୁ ସେ ବଢି ଚାଲିଛନ୍ତି। ସୋର ସମେତ ଜିଲାର ବିଭିନ୍ନ ଅନୁଷ୍ଠାନରେ ଆୟୋଜିତ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରି ସାଉଣ୍ଟିଛନ୍ତି ବହୁ ପ୍ରଶଂସା ଓ ପୁରସ୍କାର। ସୋର ମହୋତ୍ସବ, କାଂଶବାଂଶ ସାଂସ୍କୃତିକ ପରିଷଦ ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ ଭାଗ ନେଇ ସେ ଓଡ଼ିଶୀ, ସମ୍ବଲପୁରୀ, ଆଧୁନିକ ନାଚ, ଗୀତ ପରିବେଷଣ କରି କୃତିତ୍ୱ ହାସଲ କରିପାରିଛନ୍ତି। ଓଡ଼ିଶା ସରକାରଙ୍କ ମହିଳା ଶିଶୁ ବିକାଶ ମିଶନ ଶକ୍ତି ରାଷ୍ଟ୍ରୀୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ହୋସ୍‌ଲା-୨୦୧୮ ପ୍ରତିଯୋଗିତାରେ ରାଜ୍ୟର ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ଗୋଲ୍ଡ ମେଡ଼ାଲ ପାଇବା ସହ ୬୦ହଜାର ଟଙ୍କା ପୁରସ୍କାର ପାଇବା ତାଙ୍କୁ ଚିତ୍ରକଳା ଲାଗି ପ୍ରେରଣା ଯୋଗାଇଛି। କଳା ଶିକ୍ଷକ ରାଜବଲ୍ଲଭ ସାହୁଙ୍କ ପାଇଁ ସେ ଏଭଳି ସଫଳତା ପାଇ ପାରିଥିବା କହିଛନ୍ତି। ଉଚ୍ଚଶିକ୍ଷା ଲାଭ କରି ଭବିଷ୍ୟତରେ ଜଣେ ଆର୍ଟିଷ୍ଟ ହୋଇ ସମାଜରେ ସଚେତନତାର ବାର୍ତ୍ତା ପ୍ରଚାର କରିବାକୁ ଲକ୍ଷ୍ୟ ରଖିଛନ୍ତି ମାହେଶ୍ୱରୀ ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri