କେନ୍ଦ୍ରମନ୍ତ୍ରୀଙ୍କୁ ନିମାପଡ଼ାରେ ସ୍ବାଗତ ସମ୍ବର୍ଦ୍ଧନା
ନିମାପଡ଼ା,୩୧ା୧୨(ଡି.ଏନ୍.ଏ.): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋମବାର ନିମାପଡ଼ା ପୁରୁଣା ବସ୍ଷ୍ଟାଣ୍ଡ ଛକ, ଖେଲାର ଏବଂ ହରିପୁର ଛକଠାରେ ଭାଜପା ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଭାଜପା ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା, ଝିଲ୍ଲୀଲତା ଦାଶ, ମୀନଲତା...
୩ ମାସର ଜନ ଶୁଣାଣି ତାରିଖ ଘୋଷଣା
ଜଗତ୍ସିଂହପୁର ଅଫିସ,୩୧ା୧୨: ଜାନୁୟାରୀ, ଫେବୃୟାରୀ ଓ ମାର୍ଚ୍ଚ ମାସ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ତାରିଖ ଘୋଷଣା ହୋଇଛି। ଏହି ଶୁଣାଣିଗୁଡିକ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ...
ବ୍ଲକ ପରିସରରେ ଦରପୋଡ଼ା ଆଇରନ ବଟିକା
ଏରସମା,୩୧ା୧୨(ସ୍ବ.ପ୍ର.): ଗର୍ଭବତୀ ଓ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସେମାନଙ୍କୁ ନିୟମିତ ସମୟ ବ୍ୟବଧାନରେ ବିଭିନ୍ନ ଖାଦ୍ୟ ସହିତ ଔଷଧ ଆଦି ସରକାରଙ୍କ ପକ୍ଷରୁ ଯୋଗଇ ଦେବାର ବ୍ୟବସ୍ଥା କରାଯାଇଛି। ମାତ୍ର ଏରସମା...
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ:ସେସୁ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଜଗତ୍ସିଂହପୁର ଅଫିସ,୩୧ା୧୨ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେସୁ ଜଗତ୍ସିଂହପୁର-୨ କନିଷ୍ଠ ଯନ୍ତ୍ରୀ ଦୀପ୍ତି ପ୍ରକାଶ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୫ଟି ଦଳ ସ୍ବାଇଁଙ୍କ ଘର, କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ପୃଥକ...
ଗଳାପୋଲ ଦାବିରେ ଆନ୍ଦୋଳନ ଜାରି
ଭଦ୍ରକ ଅଫିସ, ୩୧।୧୨- ଭଦ୍ରକ ରାଣୀତାଲରେ ଗଳାପୋଲ ନିର୍ମାଣ ଦାବି ନେଇ ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଜାରି ରହିଛି। ସୋମବାର ଆନ୍ଦୋଳନ ୭ମ ଦିନରେ ପହଞ୍ଚିଛି। ରାଣୀତାଲ ବିକାଶ ମଞ୍ଚ ଆହ୍ବାନରେ ଏହି ଆନ୍ଦୋଳନକୁ ସମର୍ଥନ...
ସର୍ବଭାରତୀୟ ଚରମ୍ପା କପ୍ କ୍ରିକେଟ ଉଦ୍ଯାପିତ: ଛତିଶଗଡ଼ ଫରେଷ୍ଟ ଚାମ୍ପିୟନ
ଭଦ୍ରକ ଅଫିସ, ୩୧।୧୨- ଭଦ୍ରକ ଚରମ୍ପା ହାଇସ୍କୁଲ ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଚରମ୍ପା କପ୍ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦ୍ଯାପିତ ହୋଇଯାଇଛି। ରାଉରକେଲା ଆର୍ଏସ୍ଏକୁ ପରାସ୍ତ କରି ଛତିଶଗଡ଼ ଫରେଷ୍ଟ ଚାମ୍ପିୟନ ହୋଇଛି। ଟସ୍ ଜିତି ଛତିଶଗଡ଼ ଫରେଷ୍ଟ ନିର୍ଦ୍ଧାରିତ...
ଡ୍ରେନ ନିର୍ମାଣ ଅଧାପନ୍ତରିଆ
ବିଶୋଇ, ୩୧।୧୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବିଶୋଇ ବ୍ଲକ ଛକର ୪୯ ନଂ. ଜାତୀୟ ରାଜପଥ କଡ଼ରେ ଥିବା ଡ୍ରେନ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି।...
ସ୍ଥାୟୀ ପଟ୍ଟା ଦାବିରେ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ
ବାଲେଶ୍ୱର ଅଫିସ, ୩୧।୧୨-ସ୍ଥାୟୀ ପଟ୍ଟା ଦାବିରେ ବାଲେଶ୍ୱର ଜିଲା ବସ୍ତିବାସିନ୍ଦା ସଂଘ ପକ୍ଷରୁ ପୌରାଞ୍ଚଳ ଓ ସହର ସଂଲଗ୍ନ ପଞ୍ଚାୟତର ଶତାଧିକ ବସ୍ତିବାସିନ୍ଦା ସୋମବାର ଏକ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରା ରେଳଷ୍ଟେଶନରୁ ବାହାରି ଜିଲାପାଳଙ୍କ ଫାଟକ ନିକଟରେ ପହଞ୍ଚତ୍ଥିଲା।...
ସଚେତନତା ବାର୍ତ୍ତା ନେଇ ପୋଲିସ୍ ଏଏସ୍ଆଇଙ୍କ ସାଇକେଲ ଯାତ୍ରା
ଜଳେଶ୍ୱର, ୩୧।୧୨(ସ୍ବ.ପ୍ର.)-ନାରୀମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ନୂଆ ନୂଆ ଯୋଜନା ଘୋଷଣା କରୁଛନ୍ତି। ଜଣେ ସରକାରୀ କର୍ମଚାରୀ ଛୁଟି ନେଇ ‘ବେଟି ବଚାଓ ଓ ବେଟି ପଢାଓ’ ସ୍ଲୋଗାନ ନେଇ ସାଇକେଲରେ ଦେଶସାରା...
ଇଟାଭାଟି ଶ୍ରମିକ, ମାଲିକ ସଂଘର ବିକ୍ଷୋଭ
ବାଲେଶ୍ୱର ଅଫିସ, ୩୧।୧୨-ବାଲେଶ୍ୱର ଜିଲା ଇଟାଭାଟି ଶ୍ରମିକ ଓ ମାଲିକ ସଂଘ ପକ୍ଷରୁ ସୋମବାର ପୂର୍ବାହ୍ନରେ ୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ ମାଲିକ ମିଳିତ ଭାବେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ...
ନବୋଦୟ ବିଦ୍ୟାଳୟ ପ୍ରଥମ ବ୍ୟାଚର ବନ୍ଧୁ ମିଳନ
ଫୁଲବାଣୀ ଅଫିସ, ୩୧ା୧୨-ଫୁଲବାଣୀ ତୁଡିପାଜୁସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ପ୍ରଥମ ବ୍ୟାଚ (୧୯୮୬-୧୯୯୩)ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଏହି ବ୍ୟାଚର ଅଧ୍ୟକ୍ଷ ସ୍ବର୍ଗତ ସରୋଜ ରଥ, ଛାତ୍ର ପ୍ରବୋଧ ରଣଜିତ, ନାରାୟଣ ବେହେରା, ଯଶୋବନ୍ତ କହଁରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି...
ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି
ଜି.ଉଦୟଗିରିି,୩୧ା୧୨(ଡି.ଏନ.ଏ.): ଜି.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ସୋମବାର କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି. ଯୁଗ୍ମ ଅଭିଯୋଗ ଶୁଣାଣି କରିଥିଲେ। ଏଥିରେ ସମୁଦାୟ ୧୬୩ ଅଭିଯୋଗ ଶୁଣାଣି ହୋଇଥିଲା। ସେଥିମଧ୍ୟରୁ ୧୪୫ ବ୍ୟକ୍ତିଗତ ଥିବା ବେଳେ ୧୮ ଗୋଷ୍ଠୀଗତ...
Archives


