ଆମ ଜିଲା ଖବର

ସଙ୍ଗରୋଧ କେନ୍ଦ୍ର ମଟର ତରକାରିରେ ଝିଟିପିଟି

କେନ୍ଦ୍ରାପଡ଼ା ଅଫିସ, ୨୧ା୫: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଞ୍ଚଳର ଏକ ସଙ୍ଗରୋଧ କେନ୍ଦ୍ରର ଗୁରୁବାର ସକାଳେ ପ୍ରସ୍ତୁତ ହୋଇଥିବା ମଟର ତରକାରିରେ ଝିଟିପିଟି ବାହାରିଛି। ଏହା ଜଣାପଡିବା ପରେ କେନ୍ଦ୍ରରେ ଥିବା ଅନ୍ତେବାସୀ ଖାଦ୍ୟ ଗ୍ରହଣ କରି ନ ଥିଲେ।…

ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

କେନ୍ଦୁଝର,୨୧ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ଜଣେ ବ୍ୟକ୍ତିଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଭିଡିଓ ଭାଇରାଲ ଘଟଣାକୁ ନେଇ ଦିନକୁ ଦିନ ଜିଲାରେ ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଛି। ଏହି ଘଟଣା ଓଡିଶା ମାନବାଧିକାର କମିଶନ ଏବଂ ଜାତୀୟ ମାନବାଧିକାର କମିଶନ…

‘ଚାଷୀଙ୍କୁ ବିହନ, ସାର ଯୋଗାଇ ଦେବାକୁ ଗୁରୁତ୍ୱ’

କେନ୍ଦୁଝର, ୨୧ା୫ (ସ୍ବ.ପ୍ର./ଡି.ଏନ.ଏ.)-ଚାଷ କାର୍ଯ୍ୟ ପାଇଁ ୨୦୨୦ ମସିହା ଖରିଫ ଋତୁରେ ଚାଷୀମାନଙ୍କୁ ଯଥା ସମୟରେ ବିହନ ଓ ସାର ଯୋଗାଇ ଦେବା ପାଇଁ ଜିଲାପାଳ ଆଶିଷ ଠାକ୍‌ରେ ଗୁରୁତ୍ୱାରୋପ କରିଛନ୍ତି ା ଚଳିତ ମେ’ ୧୯ ତାରିଖରେ ଅନୁଷ୍ଠିତ ଜିଲାସ୍ତରୀୟ…

ଲୁଣ କଳାବଜାର ଉପରେ ଚଢାଉ କଲେ ତହସିଲଦାର ଗୋଟିଏ ଦୋକାନ ସିଲ୍‌,ମାଲିକ ଥାନାରେ ଅଟକ

କାଲିମେଳା,୨୧ା୫(ଡି.ଏନ.ଏ.)-ମାଲାକନଗିରି ଜିଲାର ବିଭିନ୍ନ ସ୍ଥାନରେ ଲୁଣ କଳାବଜାର ହେଉଥିବା ଅଭିଯୋଗ ହୋଇଛି। ଲୁଣ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋଇଥିବାରୁ ଗୁରୁବାର କାଲିମେଳାରେ ତହସିଲଦାର ଆଲୋକ କୁମାର ଅନୁଗୁଳିଆ ବଜାରରେ ଚଢାଉ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ତହସିଲଦାର ଅନୁଗୁଲିଆଙ୍କ ନେତୃତ୍ୱରେ ଆରଆଇ ସୁରେଶ…

ମାଲକାନଗିରି: ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ; ଦୁଇ ଦିନରେ ତିନିକୁ ବଢିଲା ସଂଖ୍ୟା

କାଲିମେଳା/ମାଲକାନଗିରି,୨୧ା୫ (ଡି.ଏନ୍‌.ଏ.)-ମାଲକାନଗିରି ଜିଲାରେ ବୁଧବାର ମାଲାକନଗିରି ଜିଲା କାଲିମେଳା ବ୍ଲକ ଏମ୍‌ଭି-୭୨ ଅଞ୍ଚଳରୁ ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଗୁରୁବାର ପୁଣି ସେହି ଅଞ୍ଚଳରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ…

କ୍ୟାନ୍‌ସର ପୀଡ଼ିତଙ୍କ କ୍ୱାରାଣ୍ଟାଇନରେ ମୃତ୍ୟୁ

କାଶୀନଗର,୨୧ା୫(ଡି.ଏନ୍‌.ଏ.)-ଗଜପତି ଜିଲା କାଶୀନଗର ବ୍ଲକ ସିଆଳି ପଞ୍ଚାୟତର ହରିପୁର ଗ୍ରାମର ଅଲଡ଼ାଠାରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ କାଟ୍ଟି କ୍ରିଷ୍ଣା(୫୪)। କାଟ୍ଟିଙ୍କ ରେକଟାଲ କ୍ୟାନ୍‌ସର ଥିଲା। କ୍ୱାରାଣ୍ଟାଇନରେ ପହଞ୍ଚତ୍ବା ପୂର୍ବରୁ ସେ ୪ ମାସ…

କୃଷିଋଣ ଛାଡ଼ ପାଇଁ ରାଜ୍ୟପାଳଙ୍କୁ କଂଗ୍ରେସର ନିବେଦନ

ବୁଗୁଡ଼ା,୨୧ା୫(ଡି.ଏନ୍‌.ଏ.)- ବୁଗୁଡ଼ା ବ୍ଲକର କୃଷକମାନଙ୍କ କୃଷିଋଣ ଛାଡ଼ ଏବଂ ଋଣ ନବୀକରଣ କୋହଳ କରିବାକୁ ଗୁରୁବାର ସ୍ଥାନୀୟ ବ୍ଲକ କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ତନ୍ମୟ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଲକ୍‌ଡାଉନ ଅଞ୍ଚଳର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି।…

ସାବିତ୍ରୀ ଅମାବାସ୍ୟା, ଇଦୁଲଫିତରକୁ ନେଇ ଜିଲାରେ ଉତ୍ସାହ: ମନ୍ଦିର, ମସଜିଦ୍‌ରେ ୧୪୪ ଧାରା

ଜଗତ୍‌ସିଂହପୁର ଅଫିସ,୨୧ା୫: ଶୁକ୍ରବାର ହେଉଛି ସାବିତ୍ରୀ ବ୍ରତ। ଏନେଇ ଜଗତ୍‌ସିଂହପୁର ଜିଲାରେ ଗୁରୁବାର ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଲୋକେ ଜଗତ୍‌ସିଂହପୁର ସହର ସମେତ ଜିଲାର ବିଭିନ୍ନ ପ୍ରାନ୍ତରେ ବ୍ରତ ସାମଗ୍ରୀ, ଫଳ ଆଦି କିଣିବା ପାଇଁ ଭିଡ ଜମାଇଥିଲେ। ଅନୁରୂପ…

ଅମ୍ଫନ୍‌ ଉଜାଡ଼ିଲା ପାନ ବରଜ

ଏରସମା,୨୧ା୫(ସ୍ବ.ପ୍ର.): କରୋନା ଯୋଗୁ ଚାଷୀମାନେ ନାନା ଅସୁବିଧା ଭୋଗ କରୁଥିବା ବେଳେ ଏବେ ବାତ୍ୟା ଅମ୍ଫନ୍‌ ସେମାନଙ୍କୁ ଅଧିକ ଅସୁବିଧାରେ ପକାଇଛି। ବିଶେଷକରି ପାନ ଚାଷୀମାନେ ଜୀବିକା ହରାଇଛନ୍ତି। ବାତ୍ୟା ଯୋଗୁ ପାନ ବରଜ ମାଟିରେ ମିଶିଯାଇଛି। ଜଗତ୍‌ସିଂହପୁର ଜିଲା ଅଧୀନ…

ଶିକ୍ଷାକେନ୍ଦ୍ରକୁ କ୍ୱାରାଣ୍ଟାଇନ୍‌ ସେଣ୍ଟର ନ କରିବାକୁ ଦାବି

ବୁଗୁଡ଼ା,୨୧ା୫(ଡି.ଏନ.ଏ.)- ବୁଗୁଡ଼ା ସହରର ସାହି ମଧ୍ୟରେ ଅବସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ କ୍ୱାରାଣ୍ଟାଇନ୍‌ ସେଣ୍ଟର ନ କରିବାକୁ ଗୁରୁବାର ସାହିବାସିନ୍ଦା ବୁଗୁଡ଼ା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଉକ୍ତ ଅନୁଷ୍ଠାନଟି ସାହି ମଝିରେ…

ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନ, ୬ହଜାର ଜରିମାନା ଆଦାୟ

ବୁଗୁଡ଼ା,୨୧ା୫(ଡି.ଏନ.ଏ.)- ବୁଗୁଡ଼ା ସହରରେ ସାବିତ୍ରୀ ବ୍ରତ ପାଇଁ କିଣାକିଣି କରିବାକୁ ଗୁରୁବାର ଲୋକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ପିନ୍ଧିବା ଏବଂ ଛେପ ନ ପକାଇବା ଆଦି ନିୟମକୁ ସମସ୍ତେ ଭୁଲିଯାଇଥିଲେ। ଏହି ଅବସରରେ…

ସାବିତ୍ରୀ ବ୍ରତ ପାଇଁ ମାନିଲେନି କଟକଣା: ଜିନିଷ କିଣିବାକୁ ଠେଲାପେଲା

ଅନୁଗୋଳ ଅଫିସ, ୨୧।୫- ରାତି ପାହିଲେ ସାବିତ୍ରୀ ବ୍ରତ ଥିବାରୁ ଗୁରୁବାର ଲୋକମୟ ହୋଇଉଠିଥିଲା ଅନୁଗୋଳ ବଜାର। କରୋନା ପାଇଁ ଜାରି ସବୁ କଟକଣାକୁ ଭୁଲି ଲୋକେ ବଜାରରେ ପ୍ରବଳ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ଦୋକାନରେ ଲୋକେ ଜିନିଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?