ଇଟାଭାଟି ଶ୍ରମିକ, ମାଲିକ ସଂଘର ବିକ୍ଷୋଭ

ବାଲେଶ୍ୱର ଅଫିସ, ୩୧।୧୨-ବାଲେଶ୍ୱର ଜିଲା ଇଟାଭାଟି ଶ୍ରମିକ ଓ ମାଲିକ ସଂଘ ପକ୍ଷରୁ ସୋମବାର ପୂର୍ବାହ୍ନରେ ୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ ମାଲିକ ମିଳିତ ଭାବେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ସଭାରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ଶ୍ରମିକନେତା ଅରୁଣ ଦେ ଯୋଗଦେଇ ଜିଲାରେ ୧୪୦ରୁ ଊର୍ଦ୍ଧ୍ୱ ଇଟାଭାଟିରେ ୨୫ହଜାର ମହିଳା ଓ ୨୦ହଜାର ପୁରୁଷ ଶ୍ରମିକ କାର୍ଯ୍ୟ କରୁଥିବାବେଳେ ପ୍ରଶାସନ ଇଟାଭାଟିକୁ ବନ୍ଦ କରିବା ପାଇଁ ଚେଷ୍ଟା କରି ସେମାନଙ୍କ ପେଟକୁ ନାତ ମାରୁଥିବା ଅଭିଯୋଗ କରିଛନ୍ତି। ଏ ଦିଗରେ ଉଚିତ୍‌ ବିଚାର ନ କଲେ ଆଗାମୀ ଦିନରେ ସମସ୍ତ ଆଇନଶୃଙ୍ଖଳାକୁ ଅମାନ୍ୟ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିଲେ। ଆୟୋଜିତ ବିକ୍ଷୋଭ ସଭାରେ ସଂଘର ଉପଦେଷ୍ଟା ରଞ୍ଜନ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଯେନା, ବରିଷ୍ଠ ଖବରଦାତା ରଞ୍ଜନ ବାଗ ପ୍ରମୁଖ ଯୋଗଦେଇ ଜିଲାରେ ଇଟାଭାଟି ଏକ କ୍ଷୁଦ୍ରଶିଳ୍ପ ହେଲେ ମଧ୍ୟ ହଜାର ହଜାର ପରିବାରଙ୍କୁ ଭରଣପୋଷଣର ସହାୟ ହେଉଛି। ତେଣୁ ଇଟାଭାଟି ଉଚ୍ଛେଦ ନ କରି ପ୍ରଶାସନ ସେମାନଙ୍କୁ ଆବଶ୍ୟକ ସମୟ ଦେବା ସହ ଉକ୍ତ ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ସହାୟକ ହେବା ଜରୁରୀ ବୋଲି ବକ୍ତବ୍ୟ ରଖିଥିଲେ। ଜିଲାରେ ସଦର, ରେମୁଣା, ନୀଳଗିରି, ଜଳେଶ୍ୱର, ବସ୍ତା ବ୍ଲକର ୧୪୦ରୁ ଊର୍ଦ୍ଧ୍ୱ ଚିମିନି ଇଟାଭାଟି ରହିଛି। ଏଥିରେ ପ୍ରତ୍ୟକ୍ଷ ଭାବେ ୪୦ହଜାର ଲୋକ ନିଯୁକ୍ତି ପାଇଥିବାବେଳେ ପରୋକ୍ଷ ଭାବରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପେଟପାଟଣା ପୋଷୁଛନ୍ତି। ଟ୍ରକ୍‌, ଟ୍ରାକ୍ଟର, ଡମ୍ପର, ଠିକାଦାରଙ୍କଠାରୁ ଆରମ୍ଭ କରି ଶ୍ରମିକମାନଙ୍କର ଏକମାତ୍ର ରୋଜଗାର ପନ୍ଥା ଇଟାଭାଟି। ଇଟାଭାଟିର ମାଲିକମାନେ ବାର୍ଷିକ ହାରାହାରି ଦେଢ଼ଲକ୍ଷ ଟଙ୍କା ରୟାଲ୍‌ଟି ଦେଉଥିବା ବେଳେ ଜିଲାରେ ଚାଲୁଥିବା ଆହାର କେନ୍ଦ୍ର ପାଇଁ ୨୦ହଜାର ଏବଂ ରେଡ଼କ୍ରସ୍‌ ପାଇଁ ୧ହଜାର ଟଙ୍କା ଜିଲାପାଳଙ୍କ ନିର୍ଦ୍ଦେଶରେ ପ୍ରଦାନ କରୁଛନ୍ତି। ୨୦ବର୍ଷରୁ ଅଧିକ ସମୟ ଇଟାଭାଟି କରି ପେଟପାଟଣା ପୋଷି ଆସୁଥିବା ବେଳେ ଏନ୍‌ଟିଜି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ବାହାନାରେ ଜିଲାପାଳ ପ୍ରଶାସନ ସହ ମିଶି ଜିଲାରେ ଥିବା ଇଟାଶିଳ୍ପକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି ବୋଲି ସଂଘର ଉପଦେଷ୍ଟା ପ୍ରଧାନ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri