୩ ମାସର ଜନ ଶୁଣାଣି ତାରିଖ ଘୋଷଣା

ଜଗତ୍‌ସିଂହପୁର ଅଫିସ,୩୧ା୧୨: ଜାନୁୟାରୀ, ଫେବୃୟାରୀ ଓ ମାର୍ଚ୍ଚ ମାସ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ତାରିଖ ଘୋଷଣା ହୋଇଛି। ଏହି ଶୁଣାଣିଗୁଡିକ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ସ୍ଥିରିକୃତ ତାରିଖ ଅନୁଯାୟୀ ଜାନୁୟାରୀ ୬ରେ ବାଲିକୁଦା ବ୍ଲକରେ ଶୁଣାଣି କରାଯିବ। ସେହିପରି୧୩ରେ ନାଉଗାଁ, ୨୦ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ୨୭ରେ ଏରସମା ବ୍ଲକରେ ଶୁଣାଣି ହେବ। ଫେବୃୟାରୀ ପାଇଁ ୩ ତାରିଖରୁ ଶୁଣାଣି ଆରମ୍ଭ ହେବ। ଏହି ଦିନ କୁଜଙ୍ଗ, ୧୦ରେ ବିରିଡ଼ି, ୧୭ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ୨୪ରେ ତିର୍ତ୍ତୋଲ ବ୍ଲକରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମାର୍ଚ୍ଚ ପାଇଁ ୨ରୁ ୩୦ ତାରିଖ ମଧ୍ୟରେ ଶୁଣାଣି କରାଯିବ। ୨ରେ ରଘୁନାଥପୁର ବ୍ଲକ, ୧୬ ଜିଲାପାଳଙ୍କ କାର୍ଯ୍ୟାଳୟ, ୨୩ ବାଲିକୁଦା ବ୍ଲକ ଓ ୩୦ରେ ନାଉଗାଁ ବ୍ଲକରେ ଶୁଣାଣି ଅନୁଷ୍ଠିତ ହେବ। ଏହିସବୁ ଶିବିରରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏସ୍‌ପି ପ୍ରକାଶ ଆର୍‌, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ପାରାଦୀପ ଅତିରିକ୍ତ ଜିଲାପାଳ ଡ. କାହ୍ନୁଚରଣ ଧୀର, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲାସ୍ତରୀୟ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ବ୍ଲକସ୍ତରୀୟ ଅଧିକାରୀ ଓ ପଞ୍ଚାୟତିରାଜ ପ୍ରତିନିଧିମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜଗତ୍‌ସିଂହପୁର, ବାଲିକୁଦା-ଏରସମାରେ ଝଡ଼ ପୂର୍ବର ନୀରବତା

ଜଗତ୍‌ସିଂହପୁର,୧୫ା୪ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାରେ ଜଗତ୍‌ସିଂହପୁର ଓ ବାଲିକୁଦା-ଏରସମା ବିଧାନସଭା ଆସନରେ ଟିକେଟରୁ ବଞ୍ଚତ୍ତ କେତେଜଣ ନେତା ଅନ୍ୟ ଦଳ କିମ୍ବା ସ୍ବାଧୀନ...

୬୧ ଦିନ ଯାଏ ମାଛ ଧରିବା ମନା

ପାରାଦୀପ,୧୫।୪(ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ସମେତ ରାଜ୍ୟର ସମସ୍ତ ଉପକୂଳ ଜିଲାରେ ସୋମବାରଠାରୁ ୬୧ ଦିନ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି।...

ଭାଜପା ଭୋଟ ହାତେଇବାକୁ ବିଜେଡି, କଂଗ୍ରେସର ପ୍ରୟାସ

ଜଗତ୍‌ସିଂହପୁର, ୧୪ା୪ (ପ୍ରମୋଦ କୁମାର ନାୟକ)ରାଜ୍ୟରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ବତନ୍ତ୍ରତା ରହିଛି। କାରଣ ଏହି ନିର୍ବାଚନମଣ୍ଡଳୀରୁ ନିଶାମଣି ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତି...

ବିକ୍ରି ହେଉଛି ନିଷେଧ ଔଷଧ

ଜଗତ୍‌ସିଂହପୁର,୧୪।୪ (ପ୍ରମୋଦ କୁମାର ନାୟକ)ଅନେକ ସମୟରେ ଦେଖାଯାଉଛି ରୋଗୀ ଠିକ୍‌ ଔଷଧ ସେବନ କରିପାରୁନାହାନ୍ତି। ଏନେଇ ଯେଉଁସବୁ କାରଣ ଥାଉ ନା କାହିଁକି ଭୁଲ୍‌ ଓ...

ପାରାଦୀପରୁ ଲଢ଼ିବେ ଗୀତାଞ୍ଜଳି ରାଉତରାୟ, ସମ୍ବିତଙ୍କୁ ମିଳିଲାନି ଟିକେଟ୍

ଭୁବନେଶ୍ୱର,୧୧।୪: ଗୁରୁବାର ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ପାରାଦୀପ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି...

ଶଙ୍ଖ ଭବନରେ ସମ୍ବିତଙ୍କ ସହ ଅସନ୍ତୁଷ୍ଟଙ୍କ ଯୁକ୍ତିତର୍କ

ଜଗତ୍‌ସିଂହପୁର, ୧୧ା୪ (ପ୍ରମୋଦ କୁମାର ନାୟକ)ପାରାଦୀପ ନିର୍ବାଚନମଣ୍ଡଳୀ ବିଜେଡି କଳି ଛିଡିବା ପରିବର୍ତ୍ତେ ଦିନକୁଦିନ ବଢ଼ିବାରେ ଲାଗିଛି। ଏହି କଳି ଏବେ ପାରାଦୀପରୁ ଶଙ୍ଖ ଭବନରେ...

୧୬ ମାଛର ଓଜନ ୨୧୫ କେଜି

ପାରାଦୀପ,୧୦।୪(ଶରତ ରାଉତ):ପାରାଦୀପ ମାଛଧରା ବନ୍ଦରକୁ ମଙ୍ଗଳବାର ପାର୍ବତୀ ନାମକ ବୋଟ୍‌ରେ ୧୬ଟି ତେଲିଆ ବୋରେଇ ମାଛ ଆସିଥିଲା। ସେଗୁଡ଼ିକର ଓଜନ ୨୧୫ କେଜି ରହିଛି। ଉକ୍ତ...

୬ ମାସ ହେବ ଶୀତଳୀକରଣ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ,୯ା୪ (ସୁଧା ବେହୁରା):ଦିନକୁ ଦିନ ଗ୍ରୀଷ୍ଟ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ପାନୀୟ ଜଳ  ସମସ୍ୟା ମଧ୍ୟ ଉତ୍କଟ ହେବାରେ ଲାଗିଛି। ଏଭଳିସ୍ଥିତିରେ ନାଉଗାଁ ବସ୍‌ଷ୍ଟାଣ୍ଡରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri