ଡ୍ରେନ ନିର୍ମାଣ ଅଧାପନ୍ତରିଆ

ବିଶୋଇ, ୩୧।୧୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବିଶୋଇ ବ୍ଲକ ଛକର ୪୯ ନଂ. ଜାତୀୟ ରାଜପଥ କଡ଼ରେ ଥିବା ଡ୍ରେନ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ବିଶୋଇ ବ୍ଲକ ଛକ ଦେଇ ଯାଇଥିବା ଏହି ୨ ଲେନ ବିଶିଷ୍ଟ ୪୯ ନଂ ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ ରାସ୍ତା ପ୍ରଶସ୍ତୀକରଣ କାମ ଏକ କମ୍ପାନୀକୁ ହସ୍ତାନ୍ତର କରାଯାଇଛି। ୪ ଲେନ ରାସ୍ତା ପାଇଁ ବ୍ଲକ ଛକରେ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ କାର୍ଯ୍ୟ କରାଯାଇଛି। ଗୋଟିଏ ପାର୍ଶରେ ଡ୍ରେନ କାମ ପ୍ରାୟ ଶେଷ ହୋଇଗଲାଣି। ରାସ୍ତାର ଅନ୍ୟ ପାର୍ଶ୍ୱରେ ଡ୍ରେନ କାମ ଚାଲୁଥିବା ବେଳେ ହଠାତ ସ୍ଥାନୀୟ କେତେକ ରାଜନୈତିକ ଦଳ ଓ ବୁଦ୍ଧିଜୀବୀ ଉକ୍ତ ବ୍ଲକ ଛକରେ ଓଭରବ୍ରିଜ ନିର୍ମାଣ ଲାଗି ଦାବି କରିଥିଲେ। ଏହି ବିଷୟ ନେଇ ସର୍ବସାଧାରଣରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ ଏକ ବୈଠକ ବସିଥିଲା ଏବଂ ଆଗାମୀ ଦିନରେ ଉକ୍ତ ସ୍ଥାନରେ ଗଳାପୋଲ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ପରିତାପର ବିଷୟ ଏହିକି ଯେ ଗୋଳାପୋଲ ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ପାଇବା ପରେ ସୁରୁଖୁରୁରେ ଚାଲିଥିବା ଡ୍ରେନ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ଫଳରେ ୧୦ ଦିନରୁ ଊଦ୍ଧର୍‌ବ ହେବ ଏହି ଡ୍ରେନ କାମ ଅଧାରେ ରହିଯାଇଛି। ଏହି ଡ୍ରେନ ନିର୍ମାଣ ନିମନ୍ତେ ଗାତ ଖୋଳା ଯାଇ ତଳ ପାର୍ଶ୍ୱରେ ଢଳାଇ କରାଯିବା ସହିତ ଲୁହା ଛଡ଼ ମଧ୍ୟ ବିଛା ସରିଥିଲା। କିନ୍ତୁ କାମ ଅଧାରେ ରହି ଉପର ଢଳାଇ କରାଯାଇ ନ ଥିବାରୁ ଏହି ଲୁହା ଛଡ଼ ଗୁଡିକ ଉପର ପଟେ ମୁହଁ କରିରହିଛି। ଏପରିକି ରାସ୍ତାରେ ଛଡ଼ ପଡ଼ି ରହିଥିବା ଯୋଗୁ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏହି ରାସ୍ତା ପାର୍ଶ୍ୱରେ ୨୦ରୁ ଊଦ୍ଧର୍‌ବ ଦୋକାନ, ଗୋଟିଏ ସ୍କୁଲ, ବିଶୋଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ, ମନ୍ଦିର ରହିଛି। ଏଠାରେ ସବୁବେଳେ ଲୋକଙ୍କ ଗହଳି ଲାଗିରହିଥାଏ। ଡ୍ରେନ ପାର୍ଶ୍ୱରେ ବହୁ ଗାଈ, ଗୋରୁ, ଛେଳି ଭଳି ଗୃହପାଳିତ ପ୍ରାଣୀ ବୁଲୁଥୁବା ବେଳେ ଡ୍ରେନ ମଧ୍ୟକୁ ଖସି ପଡୁଛନ୍ତି। ସେହିପରି ମକରସଂକ୍ରାନ୍ତି ଉପଲକ୍ଷେ ବିଶୋଇ ବ୍ଲକ ଛକ ଚଳଚଞ୍ଚଳ ହେବା ସହିତ ଏହିପରି ଭାବରେ ଅଧାପନ୍ତରିଆ ଭାବରେ ପଡିରହିଥିବା ଡ୍ରେନ କ୍ରମଶଃ ଚିନ୍ତାର କାରଣ ହୋଇଛି। ଏଣୁ ଉକ୍ତ ଡ୍ରେନଟିକୁ ସମ୍ପୂର୍ଣ୍ଣ ନିର୍ମାଣ କରାଯାଉ ନଚେତ ଡ୍ରେନରେ ମାଟି ପକାଇ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri