ଜଗତ୍ସିଂହପୁର ଅଫିସ,୩୧ା୧୨
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେସୁ ଜଗତ୍ସିଂହପୁର-୨ କନିଷ୍ଠ ଯନ୍ତ୍ରୀ ଦୀପ୍ତି ପ୍ରକାଶ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୫ଟି ଦଳ ସ୍ବାଇଁଙ୍କ ଘର, କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ପୃଥକ ଭାବେ ଚଢ଼ାଉ କରି ଅନେକ କିଛି ତଥ୍ୟ ପାଇଛନ୍ତି। ପ୍ରତି ଦଳରେ ୫/୬ ଜଣ ଲେଖାଏଁ କର୍ମଚାରୀ ସୋମବାର ସକାଳୁ ଚଢ଼ାଉରେ ସାମିଲ ଥିଲେ। ବିଶେଷକରି ସ୍ବାଇଁଙ୍କ ସ୍ଥାନୀୟ ଗୋପାଳସାଗରସ୍ଥିତ ନୂଆ ବାସଭବନ, ଗାନ୍ଧୀ ଛକରେ ଥିବା ମାର୍କେଟ୍ କମ୍ପ୍ଲେକ୍ସ, ଜଗତ୍ସିଂହପୁର ବ୍ଲକ ବିସିପାତାଳସ୍ଥିତ ପୈତୃକ ଘର, ଜଗତ୍ସିଂହପୁର ବସ ଷ୍ଟପ୍ ନିକଟ କାର୍ଯ୍ୟାଳୟ ଓ ଶ୍ୱଶୁର ଘରେ ଏହି ଚଢ଼ାଉ ହୋଇଥିଲା।
ଏ ସମ୍ପର୍କରେ ଜଗତ୍ସିଂହପୁର ଭିଜିଲାନ୍ସ କାର୍ଯ୍ୟାଳୟର ଭାରପ୍ରାପ୍ତ ଡିଏସ୍ପି ତଥା ଇନ୍ସପେକ୍ଟର ହେମନ୍ତ କୁମାର ମହାନ୍ତି କହିଛନ୍ତି, ସ୍ବାଇଁଙ୍କ ଗୋପାଳସାଗରସ୍ଥିତ ଘରୁ ନଗଦ ୨୩,୮୦୦ ଟଙ୍କା ମିଳିଛି। ଏଥିସହ ଆସବାବପତ୍ର ୨,୯୦,୦୦୦ ଟଙ୍କା ଓ ୫ଟା ବ୍ୟାଙ୍କରେ ୨,୯୩,୦୦୦ ଟଙ୍କାର ଜମା ସଂକ୍ରାନ୍ତୀୟ କାଗଜପତ୍ର ଜବତ ହୋଇଛି। ଏହି ବିଲ୍ଡିଂର ମୂଲ୍ୟ ୨୯,୯୦,୦୦୦ ଟଙ୍କା ହୋଇଥିବାବେଳେ ସୁନା ୬୭,୦୦୦, ୨ଟି ବାଇକ୍ ମଧ୍ୟରୁ ଗୋଟିଏ ୧,୦୦,୦୦୦ ଓ ଅନ୍ୟଟି ୭୦,୦୦୦ ଟଙ୍କାର ବୋଲି ଜଣାଯାଇଛି। ବସ ଷ୍ଟପ୍ ନିକଟ କାର୍ଯ୍ୟାଳୟରୁ ୫ ଲକ୍ଷ ଟଙ୍କାର ବୀମା କାଗଜପତ୍ର ଜବତ ହୋଇଛି। ପୈତୃକ ଘର ବିସିପିତଳରୁ ନଗଦ ୩ ଲକ୍ଷ ଟଙ୍କା ଜବତ ହୋଇପାରିଛି। ସ୍ବାଇଁଙ୍କ ଗାନ୍ଧୀ ଛକରେ ଥିବା ମାର୍କେଟ କମ୍ପ୍ଲେକ୍ସର ମୂଲ୍ୟ ୫୧ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। କିନ୍ତୁ ଶ୍ୱଶୁର ଘରୁ କିଛି ମିଳିପାରିନାହିଁ। କଟକରେ ୧୩ ଲକ୍ଷରୁ ଅଧିକ ଟଙ୍କାର ଏକ ଜମି ଅଛି, ଯାହା ସ୍ବାଇଁଙ୍କ ବାପାଙ୍କ ନାଁରେ ଥିବା ଜଣାଯାଇଛି। ୨୦୧୧ ମସିହାରୁ ସ୍ବାଇଁ ଚୁକ୍ତିଭିତ୍ତିରେ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପାଇଛନ୍ତି। ପ୍ରଥମେ କମ ଦରମା ପାଉଥିଲେ। ଏବେ ପାଖାପାଖି ୧୫,୦୦୦ ଟଙ୍କା ପାଉଥିବା ଜଣାଯାଇଛି। ତେବେ ମାତ୍ର ୮ ବର୍ଷରେ ସେ ଆୟଠାରୁ ଅଧିକ ସମ୍ପତ୍ତି ହାତେଇଥିବା ସଂକ୍ରାନ୍ତରେ ହୋଇଥିବା ଅଭିଯୋଗକୁ ଭିତ୍ତିକରି କଟକ ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶପ୍ରକାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଯାଜପୁର ଡିଏସ୍ପି ବନମାଳୀ ଧଳ, କେନ୍ଦ୍ରାପଡ଼ା ଡିଏସ୍ପି ଏସ୍. ଏନ୍. ରାଉଗୁରୁ ପ୍ରମୁଖ ସାମିଲ ହୋଇଥିଲେ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ:ସେସୁ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
Posted inଜଗତ୍ସିଂହପୁର, ରାଜ୍ୟ View All
ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ
ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…
କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….
ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି
ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…
ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…
ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,
ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…
ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ
ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…
‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା
ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସ୍ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…
ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…
ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

