ଟ୍ରକ୍‌କୁ ପଛରୁ ଧକ୍କା ଦେଇ ତଳକୁ ଖସିଲା ଟ୍ରକ୍‌: ଲାଗିଲା ନିଆଁ

ଛତ୍ରପୁର,୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ପ୍ରକଳ୍ପ ସମ୍ମୁଖ ଜାତୀୟ ରାଜପଥରେ ଶୁକ୍ରବାର ଏକ ଟ୍ରକ୍‌ ପଛରୁ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେଇଛି।
ପଶ୍ଚିମବଙ୍ଗରୁ ଆନ୍ଧ୍ର ଯାଉଥିବା ଟ୍ରକ୍‌କୁ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ଏକ ଟ୍ରକ୍‌ ପଛରୁ ଧକ୍କା ଦେଇଥିଲା। ଉକ୍ତ ଟ୍ରକ୍‌ଟି ଭାରସାମ୍ୟ ହରାଇ କିଛି ଫୁଟ ତଳକୁ ଖସି ଦୁର୍ଘଟଣା ଗ୍ରସ୍ତ ହୋଇ ଟ୍ରକ୍‌ରେ ନିଆଁ ଲାଗିଥିଲା। ଏଥିରେ ଟ୍ରକ୍‌ ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ନିଆଁକୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଆୟତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼କୋଟି ଟଙ୍କାର ସାପ ବିଷ ବିକ୍ରି ପାଇଁ ଚାଲିଥିଲା ଯୋଜନା, ଗ୍ରାହକ ସାଜି ବାନ୍ଧିଲା ପୋଲିସ

ଦେବଗଡ଼,୨୦ା୧୧(ଡି.ଏନ୍‌.ଏ.): ସାପ ବିଷ ଚୋରାଚାଲାଣ ରାକେଟର ପର୍ଦ୍ଦାଫାଶ ହୋଇଛି। ସାପ ବିଷ ବିକ୍ରି ପାଇଁ ଉଦ୍ୟମ କରୁଥିବାବେଳେ ଗ୍ରାହକ ସାଜି ୨ ଜଣଙ୍କୁ ଗିରଫ କରିଛି...

ନିଳୋକ ପଞ୍ଚାୟତ ୧୨ ଘଣ୍ଟିଆ ସଟ୍‌ଡାଉନ୍‌

ବନ୍ତ,୧୫।୫(ଡି.ଏନ୍‌.ଏ.)-କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତର ସରପଞ୍ଚ ଅଶୋକ କୁମାର ମହାନ୍ତି ଶନିବାର ସକାଳ ୬ଟାରୁ ସା...

ଅକ୍ଟୋବର ୨ରୁ ମୋ ସରକାର: ଲୋକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କର: ଡିଆଇଜି

ଛତ୍ରପୁର,୩ା୯(ଡି.ଏନ୍‌.ଏ.)-ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକାରୀ ହେବା ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ଏହାର ଲକ୍ଷ୍ୟ ା ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ‘ମୋ...

କଟକ ସହରରେ ୫୯ ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩।୭: କଟକ ମହାନଗର ନିଗମ ଅଞ୍ଚଳରୁ ଶୁକ୍ରବାର ୫୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରାଣ୍ଟାଇନ୍‌ରୁ ୫୬, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଜଣେ ଓ ଅନ୍ୟ...

ପୁରୀ ଜିଲାର ୧୨୩ କେନ୍ଦ୍ରରେ ପରୀକ୍ଷା ଦେଲେ ୨୨୪୭୮ ଛାତ୍ରୀଛାତ୍ର

ପୁରୀ ଅଫିସ, ୧୯ା୨: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଚଳିତବର୍ଷ ପୁରୀ ଜିଲାର ୧୨୩ କେନ୍ଦ୍ରରେ...

ହାତୀ ମୃତ୍ୟୁ ଘଟଣା: ଠିକାସଂସ୍ଥାର ସୁପରଭାଇଜର ନିଲମ୍ବିତ

କେନ୍ଦୁଝର,୩୧ା୮(ସ୍ବ.ପ୍ର.): କେନ୍ଦୁଝରର ଜୁଡ଼ିଆ ଘାଟି ନିକଟରେ ଥିବା ଓୟୁଏଟି ପରିସରରେ ଗତ ୨୫ ତାରିଖରେ ବିଦ୍ୟୁତ୍‌ ଆଘାତରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି...

ସଙ୍ଗରୋଧ କେନ୍ଦ୍ରରେ ଯୋଗଶିକ୍ଷା

ଖଇରା, ୬ା୬(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ଖଇରା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଗୁରୁବାର ସରପଞ୍ଚ ସୁଦର୍ଶନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରବାସୀଙ୍କୁ ଯୋଗ ଶିକ୍ଷା...

କେନାଲରେ ପାଣି ଯୋଗାଇବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଜୁନାଗଡ, ୩।୧୨ (ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗ ପଞ୍ଚାୟତକୁ ଇନ୍ଦ୍ରାବତୀ ଡାହାଣ କେନାଲର ପାଣି ଯୋଗାଇବାକୁ ମଙ୍ଗଳବାର ସ୍ଥାନୀୟ ଚାଷୀ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର...

Advertisement
Archives

Model This Week