ହକ୍‌ ପାଇଁ ୧୪ ବର୍ଷର ଲଢ଼େଇ

ପରଜଙ୍ଗ, ୧୩।୭(ଡି.ଏନ.ଏ.)  ଜନ୍ମରୁ ଆଖିକୁ ଦିଶୁନି କି କାନକୁ ଶୁଭୁନି। ଶାରୀରିକ କ୍ଷେତ୍ରରେ ୮୦% ଦିବ୍ୟାଙ୍ଗ ବୋଲି ୧୪ବର୍ଷ ତଳୁ ସାର୍ଟିଫିକେଟରେ ମୋହର ମାରିସାରିଛି ପ୍ରଶାସନ। ଏହାସତ୍ତ୍ୱେ ଦିବ୍ୟାଙ୍ଗ ଭତ୍ତା ଖଣ୍ଡିଏ ପାଇଁ ଧାଇଁ ଧାଇଁ ଥକିଗଲେଣି ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତ ବସନ୍ତପଡ଼ା ବାଲିସାହିର ମାନସ ଖିଲାର। ପରିବାର ବୋଝକୁ କାନ୍ଧରେ ବୋହିବା ବୟସରେ ସେ ଏବେ ମା’ବାପାଙ୍କ ପାଇଁ ପାଲଟିଯାଇଛନ୍ତି ବୋଝ। ଏଥିପାଇଁ ପ୍ରଶାସନର ଅପାରଗତା ଏବଂ କେତେଜଣ ଖଳ ପ୍ରକୃତିର କୁଜି ନେତାକୁ ଦାୟୀ କରିଛନ୍ତି ମାନସଙ୍କ ବାପା ମଦନ ଖିଲାର।
ମଦନ କହିଛନ୍ତି, ୨ ପୁଅ, ୩ ଝିଅ ଏବଂ ସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର। ବଡ଼ଝିଅଙ୍କ ବିବାହ କଷ୍ଟେମଷ୍ଟେ ହୋଇସାରିଛି। ଗରିବୀରେ ଧନ୍ଧି ହୋଇ ସେ ଖୁସି କ’ଣ ଭୁଲିଗଲେଣି। ରାତି ପାହିଲେ ୬ ଜଣଙ୍କ ଖାଇବା ଚିନ୍ତା ଘାରୁଛି। ୩୨ ବର୍ଷର ବଡ଼ ପୁଅ ମାନସ ଜନ୍ମରୁ ଦିବ୍ୟାଙ୍ଗ। ୨୦୦୬ରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ସାର୍ଟିଫିକେଟ ମିଳିଥିଲା। ମାନସଙ୍କୁ ଭତ୍ତା ତାଲିକାରେ ସାମିଲ କରିବାକୁ ସେ ୧୪ ବର୍ଷ ହେଲା ଜିଲାପାଳଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟକୁ ଧାଉଁଛନ୍ତି। ୨୦ରୁ ଅଧିକ ଥର ଆବେଦନ ମଧ୍ୟ କରିସାରିଲେଣି। ହେଲେ ସୁଫଳ ମିଳୁନାହିଁ। ଏପରି କି ମାନସଙ୍କୁ ସ୍ବତନ୍ତ୍ର ଭାବେ ରାଶନ ମଧ୍ୟ ମଳୁନାହିଁ। ଦୀର୍ଘବର୍ଷ ତଳେ ତାଙ୍କୁ ଇନ୍ଦିରା ଆବାସ ଯୋଜନାରେ ଘରଟିଏ ମିଳିଥିଲା। ଏବେ ସେଥିରେ ୬ ପ୍ରାଣୀ ବହୁ କଷ୍ଟରେ ରହୁଛନ୍ତି। ଚାଷ ଏକମାତ୍ର ପନ୍ଥା ହୋଇଥିବାବେଳେ ସେଥିରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ମାନସଙ୍କ ସାର୍ଟିଫିକେଟ ୧୪ବର୍ଷ ତଳର। ଏହା ଅନ୍‌ଲାଇନ୍‌ରେ ଶୋ’ କରୁନି। ପ୍ରଶାସନ ଏହାର ବିକଳ୍ପ ବ୍ୟବସ୍ଥା ମଧ୍ୟ କରୁନାହିଁ। ଗ୍ରାମର କେତେଜଣ କୁଜିନେତା ଭତ୍ତା କରାଇ ଦେଉ ନ ଥିବା ମଦନ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ସାମାଜିକ ଶିକ୍ଷା ଅଧିକାରୀ (ଏସ୍‌ଇଓ) ପ୍ରଭାସ ଚନ୍ଦ୍ର ସାମନ୍ତରାୟ କୁହନ୍ତି, ପୁରୁଣା ସାର୍ଟିଫିକେଟ୍‌ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଥମିନି ବର୍ଷାର ପ୍ରକୋପ: ଆଜି ବି ସ୍ଥଗିତ ରହିଲା ସେକେଣ୍ଡ ସେମିଷ୍ଟାର ପରୀକ୍ଷା

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗୁରୁବାରରୁ ଲଗାତାର ବର୍ଷା ଯୋଗୁ ଗୁରୁତର ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ସମ୍ବଲପୁର…

ନନ୍ଦନକାନନକୁ ଆସିବେ ନୂଆ ଅତିଥି: ଆଫ୍ରିକାରୁ ଚିତା, ଅଷ୍ଟ୍ରେଲିଆରୁ ନାଲି କଙ୍ଗାରୁ

ବାରଙ୍ଗ,୧୪।୮(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି। ଏଥିପାଇଁ ନନ୍ଦନକାନନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ପ୍ରତିଷ୍ଠା ଦିବସ ପୂର୍ବରୁ ନୂଆ ପ୍ରାଣୀମାନନ୍ତୁ…

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଝରିଗାଁ, ୧୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଚାରଡଙ୍ଗରିପଡା ଗ୍ରାମକୁ ରାସ୍ତା ନଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri