ବିଗୁଡୁଛି ଗ୍ରାମାଞ୍ଚଳ ଅର୍ଥନୀତି

କେନ୍ଦ୍ରାପଡ଼ା ଅଫିସ,୧୩।୭: କରୋନା ସଂକ୍ରମଣ ଭୟ କେନ୍ଦ୍ରାପଡ଼ା ଜିଲାର ଗ୍ରାମାଞ୍ଚଳ ଅର୍ଥନୀତିକୁ ପ୍ରଭାବିତ କରୁଛି। ଜିଲାକୁ ୭୮ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଥିବା ବେଳେ ରୋଜଗାର ପାଇଁ ପନିପରିବା ଚାଷଠାରୁ ଆରମ୍ଭ କରି ହସ୍ତକଳା ଉତ୍ପାଦକୁ ଗୁରୁତ୍ୱ ଦେଇଛନ୍ତି। ତେବେ ଉପଯୁକ୍ତ ବଜାର ଅଭାବରୁ ଗ୍ରାମାଞ୍ଚଳରେ ଉତ୍ପାଦନ ହେଉଥିବା ସାମଗ୍ରୀ ଲୋକଙ୍କ ନିକଟରେ ପହଞ୍ଚତ୍ପାରୁ ନାହିଁ।
ବୁଦ୍ଧିଜୀବୀ ଅମରବର ବିଶ୍ୱାଳ କୁହନ୍ତି, ପନିପରିବା, ହସ୍ତକଳା ସାମଗ୍ରୀ ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗରେ ଅର୍ଥ ରୋଜଗାର ଦେଇଥାଏ। ବିଶେଷ କରି ମହିଳାଙ୍କ ହସ୍ତକର୍ମ ବା ଉତ୍ପାଦ ଘରର ଆର୍ଥିକ ସ୍ଥିତିକୁ ଦୃଢ଼ କରିଥାଏ। ଅର୍ଥନୀତି ପରିଚାଳନାକୁ ସୁଦୃଢ଼ କରିବା ଓ ମହିଳା ସଶକ୍ତୀକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତି ଗ୍ରାମରେ ସ୍ବୟଂଶାସିତ ଗୋଷ୍ଠୀ ଗଠନ ପ୍ରତି ଗୁରୁତ୍ୱ ଦେଇଛନ୍ତି। ପ୍ରତ୍ୟେକ ଗୋଷ୍ଠୀକୁ ସିଡମନି ଦେବା ସହିତ ଜୀବିକା ମିଶନ ମାଧ୍ୟମରେ ପ୍ରୋତ୍ସାହିତ କରୁଛନ୍ତି। ଏହା ସତ୍ତ୍ୱେ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ଗ୍ରାମୀଣ ସାମଗ୍ରୀର ଉତ୍ପାଦ ଏବେ ଉପଯୁକ୍ତ ବଜାର ଖୋଜୁଛି। ସୂଚନା ଅଧିକାର ଅଭିଯାନ କର୍ମୀ ପ୍ରମୋଦ ସ୍ବାଇଁ କହିଛନ୍ତି, ଏହି ଜିଲାରେ ୨୨,୮୦୯ଟି ଗୋଷ୍ଠୀ ତିଆରି ହୋଇଛି। ପୂର୍ବରୁ ଆଇସିଡିଏସ ପକ୍ଷରୁ ଗୋଷ୍ଠୀ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ୨୦୧୭ ଏପ୍ରିଲ ମାସରୁ ରାଜ୍ୟରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ମାଧ୍ୟମରେ ପ୍ରତି ଗୋଷ୍ଠୀକୁ ୧୫ହଜାର ଟଙ୍କା ଲେଖାଏ ଅଦ୍ୟାବଧି ୧୦,୪୭୮ ଗୋଷ୍ଠୀକୁ ସିଡମନି ଦିଆଯାଇଛି। ଅବଶିଷ୍ଟ ସ୍ବୟଂ ସହାୟିକା ଗୋଷ୍ଠିଙ୍କୁ ୫ରୁ ୧୦ ହଜାର ଟଙ୍କା ସିଡମନି ଦିଆଯାଇଥିବା ବେଳେ ଓଡିଶା ଜୀବିକା ମିଶନ ପକ୍ଷରୁ ସିଆଇଏଫରେ ୩୧ କୋଟିରୁ ଅଧିକ ଟଙ୍କା ପ୍ରଦାନ କରି ଜୀବନ ଜିବୀକାକୁ ଉନ୍ନତ ପାଇଁ ଚେଷ୍ଟା କରାଯାଇଛି। ଗୋଷ୍ଠୀ ନିର୍ମାଣ ପରେ ଏହି ଜିଲାର ମହିଳାମାନେ ଛତୁ, ମାଛ, ଟେରାକୋଟା, ବାଉଁଶ, କାଇଁଛ ହସ୍ତଶିଳ୍ପରେ ମନୋନିବେଶ କରି ନିଜର ପାରଦର୍ଶିତା ଦେଖାଉଛନ୍ତି। ତେବେ ଗତ ୩ ମାସ ଧରି ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ସାମଗ୍ରୀ ବଜାରରୁ ଉଭାନ ହୋଇଯାଇଛି। ବୁଦ୍ଧିଜୀବୀ ବାନାମ୍ବର ସାହୁ କହିଛନ୍ତି, କରୋନା ସଂକ୍ରମଣ ଭୟ ଯୋଗୁ ଉତ୍ପାଦ ହାଟ ବଜାରରେ ପହଞ୍ଚି ପାରୁନାହିଁ। ଜିଲାର ବିଭିନ୍ନ ପଞ୍ଚାୟତ ଓ ଦୁଇଟି ମୁନିସିପାଲିଟିରେ ଭେଣ୍ଡିଂ ଜୋନ ନିର୍ମାଣ ହୋଇ ବ୍ୟବସାୟୀଙ୍କୁ ଗୃହ ଆବଣ୍ଟନ କରାଯାଉଛି। ଏଥିରୁ ଏସ୍‌ଏସ୍‌ଜିଙ୍କ ପାଇଁ ଏକାଧିକ ଘର ସଂରକ୍ଷିତ କରାଗଲେ ଗୋଷ୍ଠୀ ଉତ୍ପାଦନ ବିକ୍ରି ହେବା ସହିତ ମହିଳାମାନେ ଘରୋଇ ଉତ୍ପାଦକୁ ବଜାରକୁ ଆଣିପାରିବେ। ଏଠାରେ ସାମାଜିକ ଦୂରତ୍ୱ ଓ କୋଭିଡ୍‌ ୧୯ର ନିୟମାବଳୀ ସହ ମହିଳାମାନେ ନିଜସ୍ବ ଉତ୍ପାଦନକୁ ବିକ୍ରି କରିପାରିବେ। ସେହିପରି ଓର୍‌ମାସ ପକ୍ଷରୁ ଗ୍ରାମ୍ୟ ଉତ୍ପାଦକୁ ମୋବାଇଲ ଭ୍ୟାନ ମାଧ୍ୟମରେ ବିକ୍ରି ବ୍ୟବସ୍ଥା କଲେ ମହିଳା ସଶକ୍ତୀକରଣ ପାଇଁ ନୂତନ ପଦକ୍ଷେପ ହେବ। ଏ ସମ୍ପର୍କରେ ଉପଜିଲାପାଳ ଜ୍ୟୋତିଶଙ୍କର ମହାପାତ୍ର କୁହନ୍ତି, ଆର୍‌ଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ବଜାର ମଣ୍ଡି ନିର୍ମାଣ ହୋଇଛି। ପ୍ରତି ପଞ୍ଚାୟତରେ ମଣ୍ଡି ଖୋଲାଯିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏଥିସହିତ ଓର୍‌ମାସ ପକ୍ଷରୁ ଘରୋଇ ଓ ହସ୍ତକଳା ଉତ୍ପାଦ ବିକ୍ରି ପାଇଁ ପ୍ରୟାସ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri