ବିଗୁଡୁଛି ଗ୍ରାମାଞ୍ଚଳ ଅର୍ଥନୀତି

କେନ୍ଦ୍ରାପଡ଼ା ଅଫିସ,୧୩।୭: କରୋନା ସଂକ୍ରମଣ ଭୟ କେନ୍ଦ୍ରାପଡ଼ା ଜିଲାର ଗ୍ରାମାଞ୍ଚଳ ଅର୍ଥନୀତିକୁ ପ୍ରଭାବିତ କରୁଛି। ଜିଲାକୁ ୭୮ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଥିବା ବେଳେ ରୋଜଗାର ପାଇଁ ପନିପରିବା ଚାଷଠାରୁ ଆରମ୍ଭ କରି ହସ୍ତକଳା ଉତ୍ପାଦକୁ ଗୁରୁତ୍ୱ ଦେଇଛନ୍ତି। ତେବେ ଉପଯୁକ୍ତ ବଜାର ଅଭାବରୁ ଗ୍ରାମାଞ୍ଚଳରେ ଉତ୍ପାଦନ ହେଉଥିବା ସାମଗ୍ରୀ ଲୋକଙ୍କ ନିକଟରେ ପହଞ୍ଚତ୍ପାରୁ ନାହିଁ।
ବୁଦ୍ଧିଜୀବୀ ଅମରବର ବିଶ୍ୱାଳ କୁହନ୍ତି, ପନିପରିବା, ହସ୍ତକଳା ସାମଗ୍ରୀ ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗରେ ଅର୍ଥ ରୋଜଗାର ଦେଇଥାଏ। ବିଶେଷ କରି ମହିଳାଙ୍କ ହସ୍ତକର୍ମ ବା ଉତ୍ପାଦ ଘରର ଆର୍ଥିକ ସ୍ଥିତିକୁ ଦୃଢ଼ କରିଥାଏ। ଅର୍ଥନୀତି ପରିଚାଳନାକୁ ସୁଦୃଢ଼ କରିବା ଓ ମହିଳା ସଶକ୍ତୀକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତି ଗ୍ରାମରେ ସ୍ବୟଂଶାସିତ ଗୋଷ୍ଠୀ ଗଠନ ପ୍ରତି ଗୁରୁତ୍ୱ ଦେଇଛନ୍ତି। ପ୍ରତ୍ୟେକ ଗୋଷ୍ଠୀକୁ ସିଡମନି ଦେବା ସହିତ ଜୀବିକା ମିଶନ ମାଧ୍ୟମରେ ପ୍ରୋତ୍ସାହିତ କରୁଛନ୍ତି। ଏହା ସତ୍ତ୍ୱେ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ଗ୍ରାମୀଣ ସାମଗ୍ରୀର ଉତ୍ପାଦ ଏବେ ଉପଯୁକ୍ତ ବଜାର ଖୋଜୁଛି। ସୂଚନା ଅଧିକାର ଅଭିଯାନ କର୍ମୀ ପ୍ରମୋଦ ସ୍ବାଇଁ କହିଛନ୍ତି, ଏହି ଜିଲାରେ ୨୨,୮୦୯ଟି ଗୋଷ୍ଠୀ ତିଆରି ହୋଇଛି। ପୂର୍ବରୁ ଆଇସିଡିଏସ ପକ୍ଷରୁ ଗୋଷ୍ଠୀ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ୨୦୧୭ ଏପ୍ରିଲ ମାସରୁ ରାଜ୍ୟରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ମାଧ୍ୟମରେ ପ୍ରତି ଗୋଷ୍ଠୀକୁ ୧୫ହଜାର ଟଙ୍କା ଲେଖାଏ ଅଦ୍ୟାବଧି ୧୦,୪୭୮ ଗୋଷ୍ଠୀକୁ ସିଡମନି ଦିଆଯାଇଛି। ଅବଶିଷ୍ଟ ସ୍ବୟଂ ସହାୟିକା ଗୋଷ୍ଠିଙ୍କୁ ୫ରୁ ୧୦ ହଜାର ଟଙ୍କା ସିଡମନି ଦିଆଯାଇଥିବା ବେଳେ ଓଡିଶା ଜୀବିକା ମିଶନ ପକ୍ଷରୁ ସିଆଇଏଫରେ ୩୧ କୋଟିରୁ ଅଧିକ ଟଙ୍କା ପ୍ରଦାନ କରି ଜୀବନ ଜିବୀକାକୁ ଉନ୍ନତ ପାଇଁ ଚେଷ୍ଟା କରାଯାଇଛି। ଗୋଷ୍ଠୀ ନିର୍ମାଣ ପରେ ଏହି ଜିଲାର ମହିଳାମାନେ ଛତୁ, ମାଛ, ଟେରାକୋଟା, ବାଉଁଶ, କାଇଁଛ ହସ୍ତଶିଳ୍ପରେ ମନୋନିବେଶ କରି ନିଜର ପାରଦର୍ଶିତା ଦେଖାଉଛନ୍ତି। ତେବେ ଗତ ୩ ମାସ ଧରି ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ସାମଗ୍ରୀ ବଜାରରୁ ଉଭାନ ହୋଇଯାଇଛି। ବୁଦ୍ଧିଜୀବୀ ବାନାମ୍ବର ସାହୁ କହିଛନ୍ତି, କରୋନା ସଂକ୍ରମଣ ଭୟ ଯୋଗୁ ଉତ୍ପାଦ ହାଟ ବଜାରରେ ପହଞ୍ଚି ପାରୁନାହିଁ। ଜିଲାର ବିଭିନ୍ନ ପଞ୍ଚାୟତ ଓ ଦୁଇଟି ମୁନିସିପାଲିଟିରେ ଭେଣ୍ଡିଂ ଜୋନ ନିର୍ମାଣ ହୋଇ ବ୍ୟବସାୟୀଙ୍କୁ ଗୃହ ଆବଣ୍ଟନ କରାଯାଉଛି। ଏଥିରୁ ଏସ୍‌ଏସ୍‌ଜିଙ୍କ ପାଇଁ ଏକାଧିକ ଘର ସଂରକ୍ଷିତ କରାଗଲେ ଗୋଷ୍ଠୀ ଉତ୍ପାଦନ ବିକ୍ରି ହେବା ସହିତ ମହିଳାମାନେ ଘରୋଇ ଉତ୍ପାଦକୁ ବଜାରକୁ ଆଣିପାରିବେ। ଏଠାରେ ସାମାଜିକ ଦୂରତ୍ୱ ଓ କୋଭିଡ୍‌ ୧୯ର ନିୟମାବଳୀ ସହ ମହିଳାମାନେ ନିଜସ୍ବ ଉତ୍ପାଦନକୁ ବିକ୍ରି କରିପାରିବେ। ସେହିପରି ଓର୍‌ମାସ ପକ୍ଷରୁ ଗ୍ରାମ୍ୟ ଉତ୍ପାଦକୁ ମୋବାଇଲ ଭ୍ୟାନ ମାଧ୍ୟମରେ ବିକ୍ରି ବ୍ୟବସ୍ଥା କଲେ ମହିଳା ସଶକ୍ତୀକରଣ ପାଇଁ ନୂତନ ପଦକ୍ଷେପ ହେବ। ଏ ସମ୍ପର୍କରେ ଉପଜିଲାପାଳ ଜ୍ୟୋତିଶଙ୍କର ମହାପାତ୍ର କୁହନ୍ତି, ଆର୍‌ଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ବଜାର ମଣ୍ଡି ନିର୍ମାଣ ହୋଇଛି। ପ୍ରତି ପଞ୍ଚାୟତରେ ମଣ୍ଡି ଖୋଲାଯିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏଥିସହିତ ଓର୍‌ମାସ ପକ୍ଷରୁ ଘରୋଇ ଓ ହସ୍ତକଳା ଉତ୍ପାଦ ବିକ୍ରି ପାଇଁ ପ୍ରୟାସ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?