ଥାନାକୁ ମନା, ଗେଟ୍‌ ବାହାରୁ ଏତଲା

କଟକ ଅଫିସ,୧୩।୭: ଥାନା କର୍ମଚାରୀ ଓ ଅଧିକାରୀଙ୍କ ଏବେ କରୋନା ଭୟ ଘାରିଛି। ବଡ଼ ମେଡିକାଲ ଫାଣ୍ଡିରୁ ଜଣେ କନଷ୍ଟେବଳ ପଜିଟିଭ ଚିହ୍ନଟ ହେବା ପରେ କଟକର ସମସ୍ତ ଥାନାକୁ ପ୍ରବେଶ ଉପରେ କଟକଣା କଡ଼ାକଡ଼ି କରାଯାଇଛି। ପୋଲିସ ଏବେ ଏତଲା ଗ୍ରହଣ କରୁଛି ସତ; କିନ୍ତୁ ଅଭିଯୋଗକାରୀଙ୍କ ସହ ଆଲୋଚନା ପାଇଁ ଡରୁଛି। ଥାନା ଭିତରକୁ ପଶିବାକୁ ନ ଦେଇ ଫାଟକ ବାହାରୁ ଏତଲା ରଖାଯାଉଛି। ଡାଏରୀ ଚାର୍ଜ ଅଫିସର (ଡିଏସ୍‌ଓ) ଥାନା ବାହାରେ ଛିଡ଼ାହୋଇ ଅଭିଯୋଗ ସମ୍ପର୍କରେ ଆଲୋଚନା କରୁଛନ୍ତି।
ମଙ୍ଗଳାବାଗ ଥାନା ଅଧୀନରେ ରହିଛି ଦୁଇଟି ପ୍ରମୁଖ ମେଡିକାଲ। ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ। ଏହି ଦୁଇଟି ସ୍ଥାନରୁ ହିଁ କରୋନା ସଂକ୍ରମଣ ସଂଖ୍ୟା ବେଶି ରହିଛି। ତେଣୁ ଉକ୍ତ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ସର୍ବାଧିକ କରୋନା ଭୟ ଘାରିଛି। ଏହି ଥାନା ଅଧୀନ ମେଡିକାଲ ଫାଣ୍ଡିରୁ ଜଣେ କନଷ୍ଟେବଳ କରୋନା ପଜିଟିଭ ଚିହ୍ନଟ ହେବା ପରେ ଫାଣ୍ଡି ଓ ମଙ୍ଗଳାବାଗ ଥାନାର ୬୯ ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ସୋମବାର ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ତଥାପି ମନରୁ ଡର ଯାଇନାହିଁ। କନଷ୍ଟେବଳଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ତାହା ହିଁ ପୋଲିସକୁ ଅଧିକ ଚିନ୍ତାରେ ପକାଉଛି। ମେଡିକାଲ ଫାଣ୍ଡିରେ ୩ ଏଏସ୍‌ଆଇ, ୪ କନଷ୍ଟେବଳ ଓ ୭ ଓପିଏଫ୍‌ କାର୍ଯ୍ୟ କରୁଛନ୍ତି। କରୋନା ସମୟରେ ମଙ୍ଗଳାବାଗ ଥାନାକୁ ପ୍ରାୟ ୧୦୦ଟି ପିପିଇ କିଟ୍‌ ଦିଆଯାଇଥିଲା। ଥାନାଧିକାରୀ ଅମିତାଭ ମହାପାତ୍ର କହିଛନ୍ତି, ପିପିଇ କିଟ୍‌ ବ୍ୟବହାର ହେଉଛି। ଥାନାର ସମସ୍ତ ଷ୍ଟାଫ୍‌ ସଚେତନ ରହିଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଏବେ ଏହି ଥାନାର ଅଧାରୁ ଅଧିକ କର୍ମଚାରୀ ଛୁଟିରେ ଅଛନ୍ତି। ସହରର ଅନ୍ୟ ଏକ ପ୍ରମୁଖ ଚିକିତ୍ସାକେନ୍ଦ୍ର ସିଟି ହସ୍ପିଟାଲ ଦରଘାବଜାର ଥାନା ଅଧୀନରେ ରହିଛି। ଏହି ଥାନାର ଜଣେ ଅଧିକାରୀ କହିଥିଲେ ଯେ, ଆମ ଥାନାରେ ମଧ୍ୟ ସମାନ ଅବସ୍ଥା। ଥାନା ଭିତରକୁ ପ୍ରବେଶ କରାଯାଉ ନାହିଁ। ଦରଘାବଜାର ଥାନା କର୍ମଚାରୀ ମଧ୍ୟ ଭୟଭୀତ ଅବସ୍ଥାରେ ଥିବା ସେ କହିଛନ୍ତି।
ବ୍ୟବହାର ନ ହୋଇ ଥୁଆ ହୋଇଛି। ପିପିଇ କିଟ୍‌ ଉପରେ ପ୍ରଶ୍ନ
ପ୍ରତ୍ୟେକ ଥାନାକୁ ପିପିଇ କିଟ୍‌ ଦିଆଯାଇଛି। ଏହାର ସଠିକ୍‌ ବ୍ୟବହାର ହେଉଛି କି ନା, ତାହା ଏବେ ପ୍ରଶ୍ନଘେରରେ। ପିପିଇ କିଟ୍‌ ମାତ୍ର ଥରେ ବ୍ୟବହାର ଉପଯୋଗୀ। ପ୍ରତ୍ୟେକ ଥାନାକୁ ଯେତେ ସଂଖ୍ୟାରେ ପିପିଇ କିଟ୍‌ ଆସିଥିଲା, ତାହା ସେମିତି ଥୁଆ ହୋଇଛି ବୋଲି କେତେକ ପୋଲିସ କର୍ମଚାରୀ କହିଛନ୍ତି।
୬ଷ୍ଠ ବାଟାଲିୟନକୁ ସଂକ୍ରମଣ ଭୟ
ମେଡିକାଲ ଫାଣ୍ଡିରେ ଓଏସ୍‌ଏପି ୬ଷ୍ଠ ବାଟାଲିୟନର କେତେକ ଷ୍ଟାଫ କାର୍ଯ୍ୟରେ ଯୋଗ ଦେଇଥିଲେ। କିଛି ଦିନ ହେବ ଏମାନେ ନିୟମିତ ଭାବେ ମେଡିକାଲ ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ଏଠାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ୬ଷ୍ଠ ବାଟାଲିୟନରେ ମଧ୍ୟ କରୋନା ଭୟ ସଞ୍ଚରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗାଜଳ ଆଣି ଆରଡ଼ି ପୀଠରେ ପହଞ୍ଚିଲେ ହରିହର

ଆରଡ଼ି,୧୨।୮ (ଡି.ଏନ.ଏ.) – ଶ୍ରାବଣ ମାସର ପ୍ରତି ସୋମବାର ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ବହୁ ଦୂରଦୂରାନ୍ତରୁ କାଉଡ଼ିଆମାନେ...

ସ୍ବାୟତ୍ତ ଶାସନ ସଂସ୍ଥାରେ ଏବେ ଅମଲାତନ୍ତ୍ର ଶାସନ

ବ୍ରହ୍ମପୁର ଅଫିସ,୩୧ା୮-ଗଞ୍ଜାମ ଜିଲାର ବ୍ରହ୍ମପୁର ମହାନଗର ନିଗମ (ବିଏମସି) ଏବଂ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ସମେତ ୧୮ ସହରାଞ୍ଚଳର ନିର୍ବାଚିତ ପୌର ପରିଷଦର କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର...

କୋଭିଡ୍‌-୧୯ ନୋଡାଲ ଅଫିସରଙ୍କ ଟିଏମ୍‌ସି ପରିଦର୍ଶନ

ଚୌଦ୍ୱାର,୪।୬(ଡି.ଏନ୍‌.ଏ): କଟକ ଜିଲା ଟାଙ୍ଗି-ଚୌଦ୍ୱାର ବ୍ଲକରେ ଥିବା ବିଭିନ୍ନ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମ୍‌ସି)କୁ ଗୁରୁବାର ବୁଲି ଦେଖିଛନ୍ତି କଟକ ଜିଲା କୋଭିଡ୍‌-୧୯ ପାଇଁ ନିଯୁକ୍ତ ନୋଡାଲ...

ଆଠମଲ୍ଲିକ ଓ କିଶୋରନଗରରେ ବଢୁଛି ଗୋ-ଚାଲାଣ, ପ୍ରଶାସନ ନୀରବଦ୍ରଷ୍ଟା

ବଇଣ୍ଡା,୧୯।୫(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ଓ କିଶୋରନଗର ବ୍ଲକର ବିଭିନ୍ନ ଗ୍ରାମରୁ ବେଆଇନ ଭାବେ ଗୋ-ଚାଲାଣ ବୃଦ୍ଧି ପାଉଛି। ବିଶେଷ କରି ଗତ କିଛିମାସ ହେବ ଠାକୁରଗଡ଼,...

ତିତ୍‌ଲିରେ ଧୋଇଯାଇଛି କଳିଙ୍ଗକୁ ରାସ୍ତା: ବର୍ଷକ ପରେ ବି ପଦକ୍ଷେପ ଶୂନ

ପାରଳାଖେମୁଣ୍ଡି,୨ା୧୨(ସ୍ବ.ପ୍ର.)- ୨୦୧୮ ତିତ୍‌ଲି ବାତ୍ୟାରେ ଗଜପତି ଜିଲା ପ୍ରଭାବିତ ହେବା ସହ ରାୟଗଡ଼ ବ୍ଲକ୍‌ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟା ପରବର୍ତ୍ତୀ ବର୍ଷାରେ ସମସ୍ତ ନଦୀ...

ହାତୀ ଉପଦ୍ରବ : ଫସଲ ଖାଇଲା, ଘର ଭାଙ୍ଗିଲା

ବଡ଼ଗାଁ,୪।୮(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ବନଖଣ୍ଡ ଅଧୀନରେ ମାସେ ହେଲା ରହି ଆସୁଥିବା ହାତୀପଲ ମଧ୍ୟରୁ ଗୋଟିଏ ହାତୀ ଶନିବାର ରାତିରେ ଉପଦ୍ରବ ଘଟାଇଛି।...

ବଦଳି ପରେ ବି ଜଗତ୍‌ସିଂହପୁର ଛାଡୁନାହାନ୍ତି ଡିପିସି

ଜଗତ୍‌ସିଂହପୁର ଅଫିସ,୧୮।୯: ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି) ସପନ ଜେନାଙ୍କ ପଦୋନ୍ନତି ହୋଇଛି। ସେ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ପଦବୀ ଅଳଙ୍କୃତ...

ଲକ୍‌ଡାଉନ ବେଳର କଳାକୃତି: ପଥରରେ ଦଶଭୁଜା

କଟକ ଅଫିସ,୩୧।୫: ଲକ୍‌ଡାଉନ୍‌ ବେଳେ ନିହାଣ ମୁନରେ ନିଜ ଚମତ୍କାର କଳା ପ୍ରତିଭା ଦେଖାଇଛନ୍ତି କଟକ ମହାନଦୀ ବିହାର ଅଞ୍ଚଳର ଯୁବଶିଳ୍ପୀ ହିମାଂଶୁ ଶେଖର ପରିଡ଼ା...

Advertisement


Archives

Model This Week

Why Dharitri