କଟକ ଆବର୍ଜନାରେ ବେଣ୍ଟୁଆବାସୀ ଅତିଷ୍ଠ

ନରାଜ, ୧୩।୭ (ଡି.ଏନ୍‌.ଏ.): କଟକ ଜିଲା ବାରଙ୍ଗ ବ୍ଲକ ମୁଣ୍ଡଳି ପଞ୍ଚାୟତର ବେଣ୍ଟୁଆ ଗ୍ରାମବାସୀ ଅଳିଆ ଆବର୍ଜନା ଗନ୍ଧରେ ଛଟପଟ ହେଉଛନ୍ତି। ୧୨ ବର୍ଷ ହେବ କଟକ ସହରର ସମସ୍ତ ଅଳିଆ ଏହି ଗ୍ରାମ ପାଖରେ ପକାଯାଉଛି। ଫଳରେ ଆବର୍ଜନା ପଚିଶଢ଼ି ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଏଥିଯୋଗୁ ଏଠାକାର ପାଣି ପବନରେ ମଧ୍ୟ ବିଷ ଭରିଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। କଟକଠାରୁ ୧୫ କିଲୋମିଟର ଓ ମୁଣ୍ଡଳି ସିଆଇଏସ୍‌ଏଫ୍‌ଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଥିବା ଏହି ଆଦିବାସୀ ଗ୍ରାମରେ ୫୪ ପରିବାରର ୩୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଆବର୍ଜନା ଯୋଗୁ ବର୍ଷା ସମୟରେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି। ଆବର୍ଜନାରୁ ପାଣି ଆସି ଗଁାରେ ପଶୁଥିବାରୁ ଲୋକେ ଝାଡ଼ାବାନ୍ତିର ଶିକାର ହେଉଛନ୍ତି। ଗତ ୬ ମାସ ତଳେ ଗ୍ରାମର ପ୍ରାୟ ୧୦ ଜଣ ସ୍ତ୍ରୀ ଓ ପୁରୁଷ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିିକାଲରେ ଭର୍ତ୍ତି ହୋଇଥିଲେ। ଆବର୍ଜନା ପଡ଼ୁଥିବା ସ୍ଥାନ ଦେଇ ଗଁାକୁ ଯାତାୟାତ ନିମନ୍ତେ ଯାଇଥିବା ରାସ୍ତା ଏବେ ଭାଙ୍ଗିରୁଜି ଯାଇଛି। ଗଁାକୁ ଏହା ଏକମାତ୍ର ରାସ୍ତା ହୋଇଥିବା ବେଳେ ବାରମ୍ବାର ଅଳିଆ ଗାଡ଼ି ଯାତାୟାତ କରିବା ଯୋଗୁ ଖାଲଖମାରେ ଭର୍ତ୍ତି ହୋଇଛି। ଫଳରେ ବହୁ ସମୟରେ ରାସ୍ତାରେ ଦୁର୍ଘଟଣା ଘଟୁଛି। ଏନେଇ ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ଏକତ୍ରିତ ହୋଇ ଏଠାରେ ଅଳିଆ ନ ପକାଇବାକୁ ଦାବି କରିଥିଲେ। ଗତ ମାର୍ଚ୍ଚରେ ସମସ୍ୟାର ସମାଧାନ ପାଇଁ କଟକ ସିଏମ୍‌ସିର କେତେଜଣ ଅଧିକାରୀ, ବାରଙ୍ଗ ଥାନା ଅଧିକାରୀ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ମଧ୍ୟରେ ବୈଠକ ହୋଇଥିଲା। ବୈଠକରେ ଗ୍ରାମରେ ପ୍ରତ୍ୟେକ ଗୁରୁବାର ସ୍ବାସ୍ଥ୍ୟ ଶିବିର ସହ ମଶାରି ଯୋଗାଇଦେବାକୁ ସ୍ଥିର ହୋଇଥିଲା। ଗ୍ରାମରେ ବ୍ଲିଚିଂ ପାଉଡର ପକାଇବାକୁ ନିଷ୍ପତ୍ତି ହୋଇଥିଲା। ଜୁନ ପୂର୍ବରୁ ରାସ୍ତା କଂକ୍ରିଟ୍‌ କରାଯିବାସହ ଅଳିଆ ଦୂରରେ ପକାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଏସବୁ କେବଳ ପ୍ରତିଶ୍ରୁତିରେ ରହିଯାଇଛି। ବର୍ଷାଦିନ ଆସିଯାଇଥିବାରୁ ଗ୍ରାମବାସୀ ଏବେ ଭୟଭୀତ ହୋଇଯାଇଛନ୍ତି। ଏନେଇ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri