ବର୍ଜ୍ୟବସ୍ତୁ ଜମା, ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ବିରୋଧ
ବାଲେଶ୍ୱର ଅଫିସ, ୧୨।୬-ବାଲେଶ୍ୱର ସହର ଅନ୍ତର୍ଗତ ଗୁଡ଼ିପଦାଠାରେ ପୌରାଞ୍ଚଳ ପକ୍ଷରୁ ବର୍ଜ୍ୟବସ୍ତୁ ଜମା ଓ ପ୍ରକ୍ରିୟାକରଣ ପ୍ଲାଣ୍ଟ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଛି। ମାତ୍ର ଉକ୍ତ ସ୍ଥାନରେ ୧୦୦ଫୁଟ୍ ମଧ୍ୟରେ ଜଳଯୋଗାଣ ସମ୍ପ ହାଉସ୍ ନିର୍ମାଣ, ୩୦ଫୁଟ୍ ଭିତରେ ଆଦିବାସୀଙ୍କ ପୂଜାସ୍ଥଳୀ…
ଚୋରାବାଲି କାରବାର ଉପରେ ଲାଗିଲା ରୋକ୍: ନିଷିଦ୍ଧାଞ୍ଚଳ ଘୋଷଣା , ଖୋଳାଗଲା ଟ୍ରେଞ୍ଜ
ଚମ୍ପୁଆ, ୧୨ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରାଜସ୍ବ ବିଭାଗ ଅଧୀନରେ ରହିଥିବା ଚୋରା ବାଲିଉତ୍ସଗୁଡିକରୁ ନିୟମିତ ଚୋରା ବାଲିଚାଲାଣ ହେଉଥିବା ଜଣାପଡିବା ପରେ ରାଜସ୍ବ ବିଭାଗ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି। ଚୋରା ବାଲି କାରବାର ହେଉଥିବା ରାସ୍ତାଗୁଡିକରେ ବାଲି ବୋଝେଇ ଗାଡିଗୁଡିକ ଯାତାୟାତ…
୪ ଶିକାରୀ ଗିରଫ: ବନ୍ଧୁକ ସହ ବିସ୍ଫୋରକ ଜବତ
ସଜନାଗଡ଼, ୧୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ଅଧୀନ ଋଷିଆ ଡ୍ୟାମ୍ ନିକଟରେ ଶୁକ୍ରବାର ବନବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଚଢ଼ାଉ କରି ୪ଜଣ ଶିକାରୀଙ୍କୁ ଗିରଫ କରିଛି। ଆଗକୁ ରଜ ଥିବାରୁ ଶିକାରୀମାନେ ଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ…
କଳିଙ୍ଗା ଘାଟିରୁ ୭ ଡ଼କାୟତ ଗିରଫ
ଭଞ୍ଜନଗର,୧୨।୬(ଡି.ଏନ.ଏ)- ଭଞ୍ଜନଗର ପୋଲିସ ଗୁରୁବାର ରାତିରେ କଳିଙ୍ଗା ଘାଟିରେ ଡ଼କାୟତି ଯୋଜନା କରୁଥିବା ବେଳେ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪ ବୋମା, ୨ ଖଣ୍ଡା ସମେତ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି। ଗିରଫମାନେ ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ…
ମୌସୁମୀ ଛୁଇଁଲାଣି, ସରିନି ପଙ୍କୋଦ୍ଧାର
କଟକ ଅଫିସ,୧୨ା୬: ମୌସୁମୀ ଛୁଇଁବା ପରେ ପାଗ ପରିବର୍ତ୍ତନ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ମଧ୍ୟ ହେଉଛି। ମୌସୁମୀ ବର୍ଷାରେ କଟକ ସହର ଜଳବନ୍ଦୀ ହେବାର ଆଶଙ୍କା ସବୁଥର ଥାଏ। କିନ୍ତୁ କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଡ୍ରେନରୁ…
ବୁଧବାରଠାରୁ ଅସ୍ଥିମଜ୍ଜା ପ୍ରତିରୋପଣ
କଟକ ଅଫିସ,୧୨ା୬: ପ୍ରାୟ ଅଢ଼େଇ ମାସ ବ୍ୟବଧାନ ପରେ ଏସ୍ସିବିରେ ଆରମ୍ଭ ହେବ ଅସ୍ଥିମଜ୍ଜା ପ୍ରତିରୋପଣ। ଏଥିପାଇଁ ଏସ୍ସିବି କ୍ଲିନିକାଲ ହେମାଟୋଲୋଜି ବିଭାଗରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏବେ କେବଳ ବାକି ରହିଛି ହେପା ଫିଲଟର, ଏସି ଓ ଅନ୍ୟ…
ଫି’ଦିନ ନଷ୍ଟ ହେଉଛି ଲକ୍ଷେ ଲିଟର କ୍ଷୀର
କଟକ ଅଫିସ,୧୨ା୬: କଟକ ଜିଲାରେ ବିପୁଳ ପରିମାଣରେ କ୍ଷୀର ନଷ୍ଟ ହେଉଛି। ଦିନକୁ ଉତ୍ପାଦନ ୨ ଲକ୍ଷ ୩୦ ହଜାର ଲିଟର। ତଥାପି ବିକ୍ରି ପରେ ବଳୁଛି ୧ଲକ୍ଷରୁ ଅଧିକ ଲିଟର କ୍ଷୀର। ଏହି ସମସ୍ୟା କଟକ ଜିଲା ପ୍ରଶାସନର ଚିନ୍ତା…
ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ
ପୁରୀ ଅଫିସ,୧୨ା୬: ଫାଇଲିନ୍କୁ ୮ବର୍ଷ ଓ ଫନୀ ବାତ୍ୟାକୁ ବର୍ଷେ ବିତିଯାଇଛି। ହେଲେ ଅନେକ କ୍ଷତିଗ୍ରସ୍ତଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ସହାୟତା ମିଳିନାହିଁ। ଫନୀରେ ଘର ଭାଙ୍ଗିଥିବା ବହୁ କ୍ଷତିଗ୍ରସ୍ତ ଏବେ ବି ଜରିପାଲ ତଳେ ରହୁଛନ୍ତି। କ୍ଷତିଗ୍ରସ୍ତଙ୍କ ଦାବି ପୂରଣ…
ସମ୍ବଲପୁର ଜିଲାରେ ୨୩ ଛୁଇଁଲା କରୋନା ଆକ୍ରାନ୍ତ ସଂଖ୍ୟା
ସମ୍ବଲପୁର,୧୧ା୬(ବ୍ୟୁରୋ)-ସମ୍ବଲପୁର ଜିଲାରେ ଶୁକ୍ରବାର ଆଉ ୫ କରୋନା ଆକ୍ରାନ୍ତ ଚିହ୍ନ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଏପର୍ଯ୍ୟନ୍ତ ମୋଟ ୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି। ତେବେ ସେମାନଙ୍କ ମଧ୍ୟରୁ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…
ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର: ଛତିଶଗଡ଼ରୁ ଧରାପଡିଲେ, ଜେଲ ଗଲେ ପ୍ରେମିକ
କୋକସରା,୧୨।୬ (ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ କୋକସରା ପୋଲିସ ବେହେରା ପଞ୍ଚାୟତ ନୁନପାଣି ଗାଁର ମନୋଜ ଖମାରୀ (୨୧)ଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିଲା ା ଜାମିନ…
ଖୋର୍ଦ୍ଧା ପୋଲିସ ହାତରେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ
ଖୋର୍ଦ୍ଧା ଅଫିସ,୧୨।୬-ପୋଲିସ ହାତରେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ। ବାଘମାରୀ ଥାନା ଭୋଗଡା ଗ୍ରାମରେ ଗତ ୨୫ ତାରିଖରେ ପୂର୍ବତନ ସରପଞ୍ଚ ସୁକାନ୍ତ ଜୟସିଂଙ୍କ ଘରେ ଲୁଟପାଟ ଓ ବୋମାମାଡ଼ ଘଟଣାରେ ଖୋର୍ଦ୍ଧା ପୋଲିସକୁ ମିଳିଛି ବଡ଼ ସଫଳତା ଖୋର୍ଦ୍ଧା ସମେତ କଟକ…
ଡକାୟତି ଯୋଜନା ପଣ୍ଡ: ୮ ଗିରଫ, ମାରଣାସ୍ତ୍ର ଜବତ
ହିଞ୍ଜିଳିକାଟୁ,୧୨ା୬(ଡି.ଏନ୍.ଏ)-ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗୋପୀନାଥପୁରଠାରେ ଏକ ରାଜପଥ ଲୁଟେରା ଗ୍ୟାଙ୍ଗ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ପାଇଁ ଯୋଜନା କରୁଥିବାବେଳେ ହିଞ୍ଜିଳି ପୋଲିସ ଏହାକୁ ପଣ୍ଡ କରିଛି। ଏହି ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କଠାରୁ ୨ବାଇକ, ଗୋଟିଏ ପିସ୍ତଲ,…

