ଆମ ଜିଲା ଖବର

ସମୁଦ୍ରରୁ ମାଛଧରି ଫେରିବା ବେଳେ ବୁଡ଼ିଗଲା ଡଙ୍ଗା: ୨ ମତ୍ସଜୀବୀଙ୍କ ମୃତ୍ୟୁ, ଜଣେ ଗୁରୁତର

ପାରାଦୀପ,୧୨।୬(ସ୍ବ:ପ୍ର:): ସମୁଦ୍ରରୁ ମାଛଧରି ଫେରିବା ବେଳେ ମହାନଦୀ ମୂହାଣରେ ଡଙ୍ଗା ବୁଡି ୨ ମତ୍ସଜୀବୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ବିଜୟଚାନ୍ଦପୁର ବାସିନ୍ଦା ବିଭୁଭୂଷଣ ମାଇତି(୪୯), ଓ ଗୁରୁଚାନ୍ଦ ରାୟ(୪୪)।…

ବେଗୁନିଆ ଏସଆଇଙ୍କ ବଦଳି ବାତିଲ ଦାବି: ଥାନା ସମ୍ମୁଖରେ ବିକ୍ଷୋଭ

ଖୋର୍ଦ୍ଧା ଅଫିସ,୧୨।୬: ଖୋର୍ଦ୍ଧା ଜିଲା ବେଗୁନିଆ ଥାନାର ସବ ଇନ୍ସପେକ୍ଟର(ଏସଆଇ) ବିଜୟ କୁମାର ମଲିକଙ୍କର ଜିଲା ପୋଲିସ ପକ୍ଷରୁ ଅନ୍ୟତ୍ର ବଦଳି କରାଯାଇଛି । ମାତ୍ର ସବ୍‌ ଇନ୍ସପେକ୍ଟର ବେଗୁନିଆ ଥାନାରେ ଯୋଗ ଦେବା ପରଠାରୁ ଗୁଣ୍ଡା ବଦମାସ ଖଣି ମାଫିଆଙ୍କ…

ଗୋଷ୍ଠୀ ସଂକ୍ରମଣ ଆଶଙ୍କା: ଖୋର୍ଦ୍ଧାରେ ପାଳନ ହେବନି ରଜ, ଶୁକ୍ରବାରଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି

ଖୋର୍ଦ୍ଧା ଅଫିସ,୧୨।୬: କରୋନା ଲାଗି ଫିକା ପଡିବ ଓଡ଼ିଆଙ୍କ ଗଣ ପର୍ବ ରଜ। ବାହାରେ ହୋଇ ପାରିବ ନାହିଁ ସାମୁହିକ କାର୍ଯ୍ୟକ୍ରମ। ଶୁକ୍ରବାରଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି ଖୋର୍ଦ୍ଧା ଉପକଣ୍ଠ ଉପଜିଲାପାଳ ଶାନ୍ତନୁ ମହାନ୍ତି।…

ରାୟଗଡ଼ା ଷ୍ଟେଶନକୁ ଫେରୁଛନ୍ତି ପ୍ରବାସୀ: ଗଜପତି ଛକରୁ ସାଇ ଇଣ୍ଟରନ୍ୟାସନାଲ ଛକ, ଷ୍ଟେଶନ ଅଞ୍ଚଳରେ ୧୪୪ ଧାରା ଲାଗୁ

ରାୟଗଡ଼ା ଅଫିସ,୧୨।୬: ଦକ୍ଷିଣ ଭାରତରୁ ପ୍ରବାସୀ ଶ୍ରମିକମାନେ ଶୁକ୍ରବାର ସ୍ବତନ୍ତ୍ର ୫ଟି ଟ୍ରେନ୍‌ ଯୋଗେ ଆସୁଥିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏ ନେଇ ଖବର ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ସହରର ଗଜପତି ଛକରୁ ସାଇ…

କୋଭିଡ କଣ୍ଟ୍ରୋଲ ରୁମ୍‌ରେ କାର୍ଯ୍ୟ କରୁଛନ୍ତି ବିଜୁ ଯୁବ ବାହିନୀ ସଦସ୍ୟ

ଛତ୍ରପୁର,୧୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଜୁ ଯୁବ ବାହିନୀର ସ୍ବେଚ୍ଛାସେବୀମାନେ ଡିଆର୍‌ଡିଏ କାର୍ଯ୍ୟାଳୟରେ ଥିବା କୋଭିଡ କଣ୍ଟ୍ରୋଲ ରୁମ୍‌ରେ କାର୍ଯ୍ୟ କରୁଛନ୍ତି। ସେମାନେ ଦୈନିକ ଜିଲାର ସମସ୍ତ କ୍ୱାରାଣ୍ଟାଇନ ସେଣ୍ଟର ଓ ହୋମ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ…

ଗଞ୍ଜାମରେ ପାଳନ ହେବନାହିଁ ରଜ: ମେଳା, ଉତ୍ସବ, ଦୋଳି ଖେଳ ଉପରେ ୧୬ ପର୍ଯ୍ୟନ୍ତ କଟକଣା ଲଗାଇଲେ ଜିଲାପାଳ

ଛତ୍ରପୁର, ୧୨।୬(ଡି.ଏନ୍‌.ଏ.)- ଓଡ଼ିଆଙ୍କ ଗଣପର୍ବ ରଜ ପାଳନରେ ପ୍ରତିବନ୍ଧକ ସାଜିଛି କରୋନା। ଗଞ୍ଜାମ ଜ଼ିଲାରେ ପର୍ବ, ମହୋତ୍ସବ, ମେଳା ତଥା ଏ ସମ୍ପର୍କୀୟ ଦୋଳି ଓ ଅନ୍ୟ ଖେଳକୁ ବାରଣ କରାଯାଇଛି। ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ଶୁକ୍ରବାର ଏକ…

ଧାନ ଉଠାଣରେ ଶିଥିଳତା: ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ

ବରଗଡ଼ ଅଫିସ,୧୨।୬: ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ଜିଲାର ବିଭିନ୍ନ ମଣ୍ଡିରେ ଏହି ପ୍ରକ୍ରିୟା ଏବେ ମଧ୍ୟ ଅବ୍ୟବସ୍ଥିତ ହୋଇ ପଡିଛି । ମଣ୍ଡିକୁ ଆସୁଥିବା ହଜାର ହଜାର ବସ୍ତା ଧାନ ବିକ୍ରି ହୋଇ ନ…

ନୟାଗଡ଼ ଜିଲାରେ ୪ ନୂଆ ଆକ୍ରାନ୍ତ: ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ କୋମଣ୍ଡ ପଞ୍ଚାୟତ ଶଟ୍‌ଡାଉନ୍‌

ନୟାଗଡ଼ ଅଫିସ,୧୨।୬: ନୟାଗଡ଼ ଜିଲାରେ ଶୁକ୍ରବାର ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪କୁ ବୃଦ୍ଧି ଘଟିଛି। ତେବେ୪ ଆକ୍ରାନ୍ତଙ୍କ ମଧ୍ୟରୁ ଓଡ଼ଗାଁ ବ୍ଲକରୁ ୨ ଓ ରଣପୁର ବ୍ଲକରୁ ୨ ଜଣ ଅଛନ୍ତି।…

ଥାନାରେ ଫିନାଇଲ୍‌ ପିଇ ଅଟକ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି

ଦିଗପହଣ୍ଡି/ପାଟପୁର,୧୨।୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପାଟପୁର ଥାନାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ହତ୍ୟା ମାମଲାରେ ତଦନ୍ତ ପାଇଁ ଅଟକ ଥିବା ଜଣେ ଯୁବକ ଶୌଚାଳୟକରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ଜଣକ ହେଲେ କବିସୂର୍ଯ୍ୟନଗରର ପ୍ରମୋଦ ଦଳାଇ।…

ମାଲକାନଗିରିରେ ପୁଣି ୩ କରୋନା ପଜିଟିଭ୍‌ ଚିହ୍ନଟ: ୨୫କୁ ବୃଦ୍ଧି ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା

କୋରୁକୋଣ୍ଡା,୧୨ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶୁକ୍ରବାର ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଟୁଇଟ୍‌ ଯୋଗେ ରାଜ୍ୟ ସରକାର ଏବଂ ଜିଲାପାଳ ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲକୋଟା ପଞ୍ଚାୟତ ଅନ୍ତର୍ଗତ କ୍ୱାରାଣ୍ଟାଇନ୍‌ ସେଣ୍ଟରର ବୋଲି…

କୋଭିଡ ହସ୍ପିଟାଲରେ ଗଞ୍ଜାମର ୧୪୩ କରୋନା ଆକ୍ରାନ୍ତ, ୫ ମୃତ

ଛତ୍ରପୁର,୧୨।୬(ଡି.ଏନ୍‌.ଏ.): କୋଭିଡ ହସ୍ପିଟାଲରେ ଗଞ୍ଜାମ ଜିଲାର ୧୪୩ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ଅପରପକ୍ଷରେ ଶୁକ୍ରବାର ଗଞ୍ଜାମରେ ଆଉ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୬୪୧ରେ ପହଁଚିଛି।…

ମୟୂରଭଞ୍ଜ ଜିଲାରେ ୭ କରୋନା ପଜିଟିଭ୍‌ ଚିହ୍ନଟ: ୯୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ବାରିପଦା ଅଫିସ,୧୨।୬: ମୟୂରଭଞ୍ଜ ଜିଲାରେ ଶୁକ୍ରବାର ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ସମସ୍ତ ୭ ଆକ୍ରାନ୍ତ ଶୁଳିଆପଦା ବ୍ଳକର। ସେମାନେ ସମସ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?