ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ଅନିଶ୍ଚିତତା: ନାମଲେଖା ବିଜ୍ଞପ୍ତିରେ ନାହିଁ ନାଁ

ଛତ୍ରପୁର,୨୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଖୋଲିବା ନେଇ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ବର୍ତ୍ତମାନ ଜିଲାର ଅନ୍ୟ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ବିଜ୍ଞପ୍ତି ବାହାରି ପ୍ରକ୍ରିୟା ଆରମ୍ଭ ହେଲାଣି। ମାତ୍ର ଉକ୍ତ ବିଜ୍ଞପ୍ତିରେ ଛତ୍ରପୁରର ନାଁ ନାହିଁ। ତେବେ ଏହି ପ୍ରକ୍ରିୟାରୁ ଛତ୍ରପୁରକୁ ବାଦ୍‌ ଦିଆଯାଇଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ଆର୍ଯ୍ୟପଲିଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୧୦ ଏକର ଜମି ରାଜ୍ୟ ସରକାର ମଞ୍ଜୁର କରିସାରିଛନ୍ତି। ଏଥିସହ କୋଠା ନିର୍ମାଣ ହେବା ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲର ଏକ କୋଠାରେ ଚାଲିବାକୁ ରାଜ୍ୟ ସରକାର ଅନୁମତି ଦେଇସାରିଛନ୍ତି। ଜମି ଆଜି ସୁଦ୍ଧା ହସ୍ତାନ୍ତର ହୋଇ ନ ଥିବା ଜଣାପଡ଼ିଛି। ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନାଁ ରେ ଉକ୍ତ ଜମିର ଲିଜ୍‌ ଡ଼ିହ ହେବ ଛତ୍ରପୁର ତହସିଲ ପକ୍ଷରୁ ଲିଜ୍‌ ଡ଼ିହ ପାଇଁ କାଗଜପତ୍ର କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦିଆ ଯାଇ ପ୍ରକ୍ରିୟା ଚାଲୁ ରହିଛି। ଲକ୍‌ଡାଉନ ପରେ ଡିଡ଼ କାର୍ଯ୍ୟ ଶେଷ ହେବ, ଏହି ଶିକ୍ଷା ବର୍ଷ ପାଇଁ ନାମଲେଖା ହେବକି ନାହିଁ ଆଗାମୀ ଦିନରେ ଜଣାଯିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।
ପ୍ରକାଶଯୋଗ୍ୟ, ୨୦୧୯ ମାର୍ଚ୍ଚ ମାସରେ ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଫେଲ୍‌ ମାରିଛି କରୋନା କଟକଣା: ବଜାରରେ ପ୍ରବଳ ଭିଡ଼

ବଲାଙ୍ଗୀର ଅଫିସ,୨୦ା୫: କରୋନାର ଭୟାବହତା କମିନାହିଁ ା ତେଣୁ ଲକ୍‌ଡାଉନ୍‌କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ା ଚତୁର୍ଥ ପର୍ଯ୍ୟାୟରେ...

ସଟ୍ ଡାଉନ : ୨୪ ଘଣ୍ଟାରେ କଟକରେ ୪ ମାମଲା

କଟକ ଅଫିସ,୫।୪- କଟକ ସହରରେ ୪୮ ଘଣ୍ଟିଆ ସଟ୍ ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ନିୟମକୁ ଉଲଘଂନ କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

ବିଭିନ୍ନ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଲେ ବିରୋଧୀ ଦଳ ନେତା

ଭବାନୀପାଟଣା,୩।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ବୋର୍ଡା ମିଲ୍‌କୀ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ଭବାନୀପାଟଣା ବିଧାୟକ ତଥା ରାଜ୍ୟ...

ଏନ୍‌ଟିପିସିର ୩୦ ତମ ପ୍ରତିଷ୍ଠା ଦିବସ:ସଫଳତା ବଜାୟ ରଖିବାକୁ ଆହ୍ବାନ

ତାଳଚେର,୪ା୬(ନି.ପ୍ର.)କଣିହଁ। ସ୍ଥିତ ଏନ୍‌ଟିପିସି ପ୍ରକଳ୍ପ ପକ୍ଷରୁ ୩୦ ତମ ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ଚିଫ୍‌ ଜେନେରାଲ ମ୍ୟାନେଜର ରମେଶ ବାବୁ...

ପଲିଥିନମୁକ୍ତ ସହର ଗଠନ ଲକ୍ଷ୍ୟରେ ଏସ୍‌ଏଚ୍‌ଜି ମହିଳା

ଜୟପୁର,୮।୩ (ନି.ପ୍ର):ନିଜେ ସ୍ବାବଲମ୍ବୀ ହୋଇ ଜୟପୁରକୁ ପଲିଥିନ ମୁକ୍ତ ସହର ଗଠନ କରିବା ପାଇଁ ୧୦ ମହିଳା ଅଣ୍ଟା ଭିଡିଛନ୍ତି ା ୨୦୧୭ରେ ଜୟପୁର ସହରର...

ଯୌତୁକ ପାଇଁ ବଧୂହତ୍ୟା: ସ୍ବାମୀ ଗିରଫ

ରେମୁଣା, ୨୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ...

ଆମ୍ବଲାନ୍ସକୁ ଧକ୍କା ଦେଲା ଗୋରୁ ବୋଝେଇ ପିକ୍‌ଅପ୍‌: ୧୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଜଣେ ଆହତ

ବାହାନଗା,୨୨ା୯(ଡି.ଏନ.ଏ.)-ବାହାନଗା ବ୍ଲକ ଖନ୍ତାପଡାସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ଚିତାପଦା ଡାଇଭର୍ଶନଠାରେ ସୋମବାର ଏକ ଆମ୍ବଲାନ୍ସ ପଛପଟୁ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ ଧକ୍କା ଦେଇଥିଲା...

ଶିକୁଳିବନ୍ଧା ଜୀବନ କାଟୁଛନ୍ତି ୨ ମହିଳା

କୁନ୍ଦୁରା,୧୯।୧୧(ଡି.ଏନ୍‌.ଏ.)କୁନ୍ଦୁରା ବ୍ଲକ ଚେଣ୍ଡିଆ ଝିଲିଗାଁର ପଦ୍ମା ପରଜା (୨୬) ଓ ବଡ଼ ଝିଲିଗଁାର ରାଧା ପରଜା (୨୮)। ଏହି ୨ ମହିଳା ମାନସିକ ଭାବେ ଅସୁସ୍ଥ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *