ଷଡ଼ଯନ୍ତ୍ରର ଶିକାର ବ୍ୟାସନଗର ସହର

ଯାଜପୁର ରୋଡ୍‌,୨୧।୭(ଡି.ଏନ୍‌.ଏ.): ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗର ସବୁକ୍ଷେତ୍ରରେ ଅବହେଳିତ ଓ ଷଡଯନ୍ତ୍ରର ଶିକାର ବୋଲି ଅଭିଯୋଗ ହୋଇଆସୁଛି। ରାସ୍ତା, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ଶିକ୍ଷା ଆଦି କ୍ଷେତ୍ରରେ ସହରକୁ ଅଣଦେଖା କରାଯାଉଛି। ଏପରିକି ସହରର ୫ହଜାରରୁ ଉର୍ଦ୍ଧ୍ୱ ପ୍ରଜା ଜମି ସମସ୍ୟାରେ ଛନ୍ଦି ହୋଇଛନ୍ତି। ଜମି ଥାଇ ବି ସେମାନେ ଭୂମିହୀନ ଭଳି ଜୀବନ ଅତିବାହିତ କରୁଛନ୍ତି। ଗତ ୮ ବର୍ଷ ହେବ ସହରବାସୀ ପଟ୍ଟା ଖଣ୍ଡିକ ପାଇଁ ବାରଦୁଆର ହେଉଥିବାବେଳେ ଏକ ବଡ଼ଧରଣର ଷଡ଼ଯନ୍ତ୍ରର ଶିକାର ହୋଇ ନିରାଶ ହେଉଛନ୍ତି। ଏଥିରୁ ରାଜ୍ୟ ସରକାରଙ୍କ ଉପରୁ ସେମାନଙ୍କ ଆସ୍ଥା ତୁଟିଯାଉଛି। ଏନେଇ ସହରବାସୀ ଆଗାମୀ ଦିନରେ ଏକ ବଡଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଥିବ ସୂଚନା ମିଳିଛି।
ବ୍ୟାସନଗର ତହସିଲ ଅନ୍ତର୍ଗତ ଚୋର୍ଦ୍ଦା, ରମ୍ପାସ, ମୁଣ୍ଡମାଳ ଓ ଉମାପଦା ମୌଜାର ପ୍ରଜାମାନଙ୍କ ଉପରେ କରାଯାଇଥିବା ଓଏସ୍‌ଏସ୍‌(ଓଡିଶା ସର୍ଭେ ଆଣ୍ଡ ସେଟେଲମେଣ୍ଟ) ମାମଲା ପ୍ରତ୍ୟାହାର କରିବାକୁ ବ୍ୟାସନଗର ଜମି ସୁରକ୍ଷା କମିଟି ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛି। ମିଳିଥିବା ସୂଚନା ଅନୁଯାୟୀ ସୁକିନ୍ଦା ଏକ୍ସ-ଇଣ୍ଟରମିଡିଆରିଙ୍କଠାରୁ ମୁଣ୍ଡମାଳ ମୌଜାର ମନ୍ମଥ କୁମାର ସିଲ, ଅମୂଲ୍ୟ କୃଷ୍ଣ ରାୟ ପ୍ରମୁଖ ନିଜ ନାମରେ ୧୯୩୨ରୁ ୧୯୪୬ ପର୍ଯ୍ୟନ୍ତ ଲିଜ୍‌ ସୂତ୍ରେ କିଛି ଜମି ହାସଲ କରିଥିଲେ। ଏହି ଜମି ୧୯୩୨ରୁ ୧୯୩୭ ପର୍ଯ୍ୟନ୍ତ ଖଜଣାମୁକ୍ତ ଥିଲା। ୧୯୩୭ରୁ ୧୯୫୧ ପର୍ଯ୍ୟନ୍ତ ଏହା ଖଜଣାଭୁକ୍ତ ହୋଇଥିଲା। ୧୯୫୨ରୁ ୨୦୧୫ ପର୍ଯ୍ୟନ୍ତ ସରକାରୀ ଖଜଣାଭୁକ୍ତ ଏବଂ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ କୋର୍ଟ ନିର୍ଦ୍ଦେଶ ବଳରେ ସିଲିଂ କେସ୍‌ ନମ୍ବର ୫୭, ୫୮/୧୯୭୫ ଅନୁସାରେ ଏହା ଆଶିଷ କୁମାର ରାୟ ଓ ସଲିଲ କୁମାର ସିଲଙ୍କ ନାମରେ ସରକାରୀ ସ୍ବୀକୃତିପ୍ରାପ୍ତ ହୋଇଛି। ଏହାବ୍ୟତୀତ ୧୯୮୨ର ସେଟେଲମେଣ୍ଟ ଅପରେଶନ ପରଠାରୁ ୨୦୦୯ ମଧ୍ୟରେ ଏହି ସ୍ବୀକୃତିପ୍ରାପ୍ତ ପ୍ରଜାମାନେ ଯେଉଁ ବ୍ୟକ୍ତିବିଶେଷଙ୍କୁ ବିକ୍ରି କବଲା ସୂତ୍ରେ ଜମି ବିକ୍ରି କରିଛନ୍ତି, ସେମାନଙ୍କୁ ମଧ୍ୟ ସରକାର ସ୍ଥାୟୀ ପ୍ରଜାଭାବେ ଗ୍ରହଣ କରି ସମସ୍ତଙ୍କୁ ନଟଫାଇନାଲ ପଟ୍ଟା ପ୍ରଦାନ କରିଛନ୍ତି। ଏହାସହ ମୁଣ୍ଡମାଳ ମୌଜାର ୨୨୩ ଓ ୯୭ ନମ୍ବର ଖାତାଭୁକ୍ତ କିଛି ଜମି କୋପଣ୍ଡ ଓ ବୀରମଣିପୁରକୁ ସ୍ଥାନାନ୍ତର ହୋଇଛି। ସେହି ପ୍ରଜାମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି। କିନ୍ତୁ ବିଡମ୍ବନା ଯେ, ୨୨୩ ଓ ୯୭ ଖାତାର ମୂଳ ଜମାବନ୍ଦୀଭୁକ୍ତ ପ୍ରଜାମାନଙ୍କ ନାମରେ ସରକାର ୨୦୦୯ରୁ ଝାଟି ଜଙ୍ଗଲ କିସମ ଦର୍ଶାଇ ଓଏସ୍‌ଏସ୍‌ ମାମଲା ରୁଜୁ କରି ସେମାନଙ୍କୁ ହଇରାଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଜିଲାପାଳ ତଦନ୍ତ କରି ରିପୋର୍ଟ ଦାଖଲ କରି ସାରିଥିଲେ ହେଁ ଜମି ସମସ୍ୟାର ସମାଧାନ ହୋଇ ପାରିନାହିଁ। ବୋର୍ଡ ଅଫ ରେଭିନ୍ୟୁଙ୍କ ନିର୍ଦ୍ଦେଶ ମଧ୍ୟ ଏଠାରେ ଅକାମୀ ହୋଇ ପଡ଼ିରହିଛି। ୨୦୧୭ରେ ବିଧାନସଭାର ଏକ ଉଚ୍ଚସ୍ତରୀୟ କମିଟି ଏହି ଜମି ସମସ୍ୟା ଉପରେ ୩ ଥର ଭେରିଫିକେସନ କରି ଜିଲାପାଳଙ୍କୁ ୩ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ମୁଣ୍ଡମାଳ ମୌଜାର ଭେରିଫିକେସନ ରିପୋର୍ଟ ଯାଇଥିବାବେଳେ ବାକି ରମ୍ପାସ, ଚୋର୍ଦ୍ଦା ଓ ଉମାପଦା ମୌଜାର ରିପୋର୍ଟ ଦାଖଲ ହୋଇ ନ ଥିବା କୁହାଯାଇଛି। ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ବୋଲି ପ୍ରଭାବିତ ପ୍ରଜାମାନେ ଅଭିଯୋଗ କରିଛନ୍ତି। ବ୍ୟାସନଗର ଜମି ସୁରକ୍ଷା କମିଟିର ସମ୍ପାଦକ ନାରାୟଣ ଚନ୍ଦ୍ର ପତି କୁହନ୍ତି, ଜମି ସମସ୍ୟାର ସମାଧାନ କରିବାକୁ ଏକ କମିଟି ଗଠନ କରାଯାଇଛି। ଜିଲାପାଳ ଏପର୍ଯ୍ୟନ୍ତ ଉକ୍ତ କମିଟିକୁ କାର୍ଯ୍ୟକାରୀ କଲେ ନାହିଁ। ଫଳରେ ସେହି ପ୍ରଜାମାନେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। ପ୍ରଭାବିତ ପ୍ରଜା ଶୁଭଜିତ୍‌ ରାୟ କୁହନ୍ତି, ଜମି ସମସ୍ୟାର ସମାଧାନ ନ ହେବାରୁ ବହୁ ପ୍ରଜା ହଇରାଣ ହେଉଛନ୍ତି। ଏଥିପାଇଁ ସରକାର ମଧ୍ୟ ଆଦୌ ଧ୍ୟାନ ଦେଇ ନାହାନ୍ତି। ତେଣୁ ଆଗାମୀ ଦିନରେ ଏକ ବଡଧରଣର ଆନ୍ଦୋଳନର ପୁଞ୍ଜୀଭୂତ ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?