ଶିଳ୍ପାୟନର ଯକ୍ଷ୍ମା ଅବଦାନ

ଯାଜପୁର ଅଫିସ,୨୧।୭: ଯାଜପୁର ଜିଲାରେ ୧୯୯୫ରୁ ଦ୍ରୁତ ଶିଳ୍ପାୟନ ଘଟିଛି। ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତା କୂଳରେ ୧୫ରୁ ଉର୍ଦ୍ଧ୍ୱ ଇସ୍ପାତ ଓ ସିମେଣ୍ଟ କାରଖାନା ସାଙ୍ଗକୁ କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି। ଏହାସହିତ ସୁକିନ୍ଦା ବ୍ଲକ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ କ୍ରୋମାଇଟ ଖଣି ଖନନ ଚାଲିଛି। ଏହି ଦ୍ରୁତ ଶିଳ୍ପାୟନ ଜିଲାବାସୀଙ୍କ ଆର୍ଥିକ ଅଭିବୃଦ୍ଧିରେ କେତେ ସହାୟକ ହୋଇଛି ତାହା ଦୃଶ୍ୟମାନ ହେଉନାହିଁ। କିନ୍ତୁ ଶିଳ୍ପ କାରଖାନା ଓ ଖଣିଗୁଡିକର ଗୁରୁତର ପ୍ରଦୂଷଣକୁ ଲୋକେ ଅଙ୍ଗେ ନିଭାଉଛନ୍ତି। ଏହାର ପରିଣତି ସ୍ବରୂପ ଗତ ୧୦ବର୍ଷରେ ଜିଲାରେ ଶ୍ୱାସଜନିତ ରୋଗ ସହିତ ଯକ୍ଷ୍ମା ପ୍ରବଣତା ବୃଦ୍ଧିପାଇଛି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ୨୦୧୮ ଓ ୨୦୧୯ରେ ଯକ୍ଷ୍ମାରୋଗରେ ଜିଲାରେ ୨୦୧ ଲୋକଙ୍କ ଚିକିତ୍ସାରେ ବିଫଳ ସାଙ୍ଗକୁ ମୃତ୍ୟୁ ଘଟିଛି। ଏଥିରେ ଖଣି ଏବଂ ଶିଳ୍ପ ଅଞ୍ଚଳ ସୁକିନ୍ଦା ଓ ଦାନଗଦି ବ୍ଲକର ୧୦୭ ଜଣ ରହିଛନ୍ତି। ଅର୍ଥାତ୍‌ କେବଳ ଶିଳ୍ପାଞ୍ଚଳରେ ୫୩% ରୋଗୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ସୂଚନା ମିଳିଛି। ଅନ୍ୟପକ୍ଷରେ ୨୦୧୮, ୨୦୧୯ ଓ ୨୦୨୦ ଜୁଲାଇ ୧୮ ସୁଦ୍ଧା ଜିଲାରେ ୨୮୦୦ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ ଖଣି, ଶିଳ୍ପାଞ୍ଚଳର ୯୩୯ ଜଣ ରହିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଶିଳ୍ପ କାରଖାନାରୁ ନିର୍ଗତ କୋଇଲା, ଲୁହାପଥର ଓ ଅନ୍ୟାନ୍ୟ ଗୁଣ୍ଡଜନିତ ପ୍ରଦୂଷଣରୁ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି। ଦେଶର ୧୦୬ ସହର ମଧ୍ୟରୁ ଓଡ଼ିଶାର ୭ ସହର ଅତିପ୍ରଦୂଷଣ ତାଲିକାଭୁକ୍ତ ହୋଇଛି। ଏହି ତାଲିକାରେ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ମଧ୍ୟ ସାମିଲ ହୋଇଛି। କଳିଙ୍ଗନଗର ଓଡ଼ିଶାର ଦ୍ୱିତୀୟ ପ୍ରଦୂଷଣକାରୀ ସହର ବୋଲି ଅଭିହିତ ହୋଇଛି। ଏଭଳି ପ୍ରଦୂଷଣକୁ ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପୂର୍ବରୁ ଉଦ୍‌ବେଗ ପ୍ରକାଶ କରିଛି। ପ୍ରଦୂଷଣଜନିତ ରୋଗରେ କଳିଙ୍ଗନଗର ଦାନଗଦି ବ୍ଲକ ଅନ୍ତର୍ଗତ ଧୂଳିଗଡ଼ ପଞ୍ଚାୟତ ମାନପୁର ଗ୍ରାମରେ ୮୫ ଜଣଙ୍କ ମୃତ୍ୟୁ ହୋଇସାରିଛି। ଛୁଟିଦିନରେ ଓ ରାତିରେ କେତେକ କାରଖାନାର ଇଏସ୍‌ପି(ଇଲେକ୍ଟ୍ରୋ ଷ୍ଟାଟିକ୍‌ ପ୍ରେସିପିକେଟର)କୁ ବନ୍ଦ କରି ବିଷାକ୍ତ ପାଉଁଶ ଧୂଆଁ ଛଡ଼ାଯାଉଛି। ଏହାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ବିଫଳତା ବୋଲି ଲୋକେ ଅଭିଯୋଗ କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ବିଫଳତା ଲୋକଙ୍କୁ ଏଭଳି ହତାଶ କରିଛି ଯେ ଶିଳ୍ପ ଯୋଗୁ ଆର୍ଥତ୍କ ଅଭିବୃଦ୍ଧିର ସ୍ବାଦ ଚାଖିବା ପରିବର୍ତ୍ତେ ଏକାଧିକ ଗ୍ରାମବାସୀ ବିସ୍ଥାପିତ କରିବାକୁ ଦାବି କରୁଛନ୍ତି। ପରିବେଶଗତ ବିପର୍ଯ୍ୟୟକୁ ଆଉ ସମ୍ଭାଳିବା ସ୍ଥିତିରେ ନ ଥିଲେ ମଧ୍ୟ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ବୋଲି ଖଣି ଓ ଶିଳ୍ପ ଅଞ୍ଚଳର ଲୋକେ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଛୁଟିଦିନ ଓ ରାତିରେ ଇଏସ୍‌ପି ବନ୍ଦ ହେଉଥିବା ଭଳି ସେମିତି ଅଭିଯୋଗ ହୋଇନାହିଁ। ତଥାପି କଳାଧୂଆଁ ବାହାରୁଥିବା ସମ୍ପର୍କରେ ଅଧିକ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଗୋଟିଏ ପଟେ ଦ୍ରୁତ ଶିଳ୍ପାୟନ ଯୋଗୁ ଜିଲାବାସୀ ପ୍ରଦୂଷଣ ଜନିତ ରୋଗ ମୁଣ୍ଡାଉଥିବାବେଳେ ଅନ୍ୟ ପଟେ ଯୁବତୀଯୁବକଙ୍କୁ ନିଯୁକ୍ତି ନୈରାଶ୍ୟଜନକ ରହିଛି। ଯାଜପୁର ଜିଲା କର୍ମ ନିୟୋଜନ ସଂସ୍ଥାରେ ଗତ ମାର୍ଚ୍ଚ ସୁଦ୍ଧା ୨୪,୫୯୬ ଜଣ ବେକାର ଶିକ୍ଷିତ ଯୁବତୀଯୁବକ ପଞ୍ଜୀକରଣ କରିଛନ୍ତି। ହେଲେ ଦୁର୍ଭାଗ୍ୟ ଯେ, ୨୦୧୮-୧୯ ଓ ୨୦୧୯-୨୦ ବର୍ଷରେ ମାତ୍ର ଜଣଙ୍କୁ ଜିଲା କର୍ମ ନିୟୋଜନ ସଂସ୍ଥା ଜରିଆରେ ନିୟୁକ୍ତି ମିଳିଛି। କଳିଙ୍ଗନଗରରେ ଥିବା ଶିଳ୍ପ କାରଖାନାରେ ଜଣେ ବି କର୍ମ ନିୟୋଜନ ସଂସ୍ଥା ଜରିଆରେ ନିଯୁକ୍ତି ପାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?