ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା: ଖାଲି ଗଞ୍ଜାମରୁ ୩

ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୬ଜଣଙ୍କ ମୁଣ୍ଡ ନେଇଛି କରୋନା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୩ଜଣ ଗଞ୍ଜାମ ଜିଲାର ଥିବା ବେଳେ ଜଣେ ଗଜପତି, ଜଣେ ରାୟଗଡ଼ା, ଜଣେ ଭଦ୍ରକ ଜିଲାର ଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୂର୍ବାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ତେବେ ଗଞ୍ଜାମର ମୃତକମାନଙ୍କ ମଧ୍ୟରୁ ଜଣେ ୪୪ ବର୍ଷୀୟ ବ୍ୟକ୍ତି ମଧୁମେହରେ ପୀଡ଼ିତ ଥିଲେ। ସେହିଭଳି ରାୟଗଡ଼ାର ଜଣେ ୭୧ ବର୍ଷୀୟ ବୃଦ୍ଧ ଏବଂ ଭଦ୍ରକର ୬୦ ବର୍ଷୀୟ ବୃଦ୍ଧ ମଧୁମେହ ସହ ଅନ୍ୟରୋଗରେ ପୀଡ଼ିତ ଥିଲେ। ଅନ୍ୟମାନେ ଅର୍ଥାତ ଗଜପତି ଜିଲାର ୫୩ ବର୍ଷୀୟ ବ୍ୟକ୍ତି, ଗଞ୍ଜାମର ୫୯ ବର୍ଷୀୟ ମହିଳା, ୫୦ ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ ଘଟିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୨୦ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଲବାହିନୀ ହାତ ଛାଡିଲେ ୨୫୦ ମାଓବାଦୀ ସମର୍ଥକ

ମାଲକାନଗିରି,୨୩ା୧୨(ସ୍ବ.ପ୍ର.)- ଲାଲବାହିନୀର ହାତ ଛାଡିଛନ୍ତି ୨୫୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ। ଏଭଳି ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକର ମହୁପଦର ଅଞ୍ଚଳରେ। ରବିବାର ସେମାନେ...

ହାଇକୋର୍ଟରେ ନବୀନ ନିବାସ ବିବାଦ ମାମଲା: ୨ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜସ୍ବ ସଚିବଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୨୦।୮: ନବୀନ ନିବାସକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି ସୋମବାର ହୋଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ...

ଅଙ୍ଗଦାନ ପାଇଁ ସଚେତନ କରୁଛନ୍ତି ପ୍ରମୋଦ

ଛତ୍ରପୁର,୨୯ା୨(ଡି.ଏନ.ଏ) – ଅଙ୍ଗଦାନ ପାଇଁ ଲୋକଙ୍କୁ ସଚେତନ କରିବାକୁ ମହରାଷ୍ଟ୍ରରୁ ୬୮ ବର୍ଷୀୟ ପ୍ରମୋଦ ମହାଜନ ବାଇକ୍‌ରେ ଭାରତ ଅର୍ଗାନ ଯାତ୍ରାରେ ବାହାରିଛନ୍ତି। ବୟସ ପାଖରେ...

ଗରିବଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ

କୋଣାର୍କ,୪।୫(ଡି.ଏନ.ଏ.): କୋଣାର୍କ ଏନଏଏସି ଅଧିନସ୍ଥ ୧୧ନଂ ୱାର୍ଡ ନଳକଣ କେଳା ସାହିଠାରେ କୋଣାର୍କ ସାମ୍ବାଦିକ ସଂଘ ଓ ଗୋପ ମହିଳା ମହାସଂଘ ମିଳିତ ଆନୁକୂଲ୍ୟରେ ଗରିବଙ୍କୁ...

କୋଟଗଡ଼ ବ୍ଲକରେ ବିଦ୍ୟୁତ୍‌, ଫୋନ ସେବା ବଚ୍ଛିନ୍ନ

କୋଟଗଡ଼, ୮।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଲଗାଣ ବର୍ଷା ଯୋଗୁ ବିଗତ ୫ଦିନ ହେବ ବିଦ୍ୟୁତ୍‌ ଓ ଫୋନ ସେବା ବିଚ୍ଛିନ୍ନ ହୋଇପଡିଛି। ଫଳରେ...

କିଶୋରନଗରରେ ୪୨ ଡିଗ୍ରୀ ତାପମାତ୍ରା: ପାଣି ପାଇଁ ଜନଜୀବନ ହନ୍ତସନ୍ତ

ବଇଣ୍ଡା,୧୧।୬(ଡି.ଏନ.ଏ.)-ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ବିଶେଷ କରି ଅନୁଗୋଳ ଜିଲାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର କିଶୋରନଗର ବ୍ଲକରେ ୪୨ ଡିଗ୍ରୀରୁ ଊର୍ଦ୍ଧ୍ୱ...

ଜିଲା ଯୋଗାଣ ବିଭାଗର ଚଢ଼ାଉ: ବେଆଇନ ଗଚ୍ଛିତ ୧୩୮ ବସ୍ତା ଚାଉଳ ଜବତ

ଭଦ୍ରକ ଅଫିସ, ୧୮।୧୨: ଭଦ୍ରକ ଜିଲା ଯୋଗାଣ ବିଭାଗର ଏକ ଚାରିଜଣିଆ ଟିମ୍‌ ବୁଧବାର ଅପରାହ୍ନରେ ସଦର ବ୍ଲକ ଅଧୀନ ଦୈସିଂ ପଞ୍ଚାୟତ ଚଢ଼େୟା ଜେନାସାହିର...

କଲ୍ୟାଣମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ ଦାବି

ବଇଣ୍ଡା, ୨୭ା୨(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ଠେଲକନାଳୀ ପଞ୍ଚାୟତ ଠେଲକନାଳୀ ଗ୍ରାମରେ ବିଭିନ୍ନ ସମସ୍ୟା ଲାଗିରହିଥିଲେ ହେଁ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ପଞ୍ଚାୟତ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *