ଆମ ଜିଲା ଖବର

ମନୋମାଳିନ୍ୟରୁ ପରିବାର ଛାରଖାର: ଏକାଠି ଜଳିଲା ସ୍ତ୍ରୀ-ସ୍ବାମୀଙ୍କ ଜୁଇ

ସମ୍ବଲପୁର/ଧମା,୧୪ା୬(ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା ଧମା ଥାନା ଅର୍ଡା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପରିବାର ମଧ୍ୟରେ ସାମାନ୍ୟ ମନମାଳିନ୍ୟ ଯୋଗୁ ଏକ ପରିବାର ଛାରଖାର ହୋଇଯାଇଛି। ୨ ବର୍ଷର ଶିଶୁ ପୁତ୍ରର ମୁହଁକୁ ନ ଚାହିଁ ଏକ ଦମ୍ପତ୍ତି ଆତ୍ମହତ୍ୟା…

ମହଙ୍ଗା ପଡ଼ିଲା ରଜ ଭୋଜି: କେନ୍ଦୁଝର ଜିଲାପରିଷଦ ଉପାଧ୍ୟକ୍ଷ ଗିରଫ

ଆନନ୍ଦପୁର,୧୪। ୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ନିକଟସ୍ଥ ପଡିଆରେ ସଙ୍ଗବଦ୍ଧ ଭାବେ ରଜ ଉପଲକ୍ଷେ ଭୋଜିର ଆସର ଚାଲିଥିବାବେଳେ ପୋଲିସ ଚଢାଉ କରି କେନ୍ଦୁଝର ଜିଲାପରିଷଦ ଉପାଧ୍ୟକ୍ଷଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏ ନେଇ କେସ୍‌ ନଂ. ୭୯/୨୦ରେ…

କ୍ୱାରାଣ୍ଟାଇନ କେନ୍ଦ୍ରରେ ରଜ ପାଳିଲେ ୪୮ ପ୍ରବାସୀ

ବଅଁରପାଳ,୧୪।୬(ଡି.ଏନ.ଏ.)-ବଅଁରପାଳସ୍ଥିତ ପିବିକେ ହାଇସ୍କୁଲରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ରବିବାର ୪୮ ଜଣ ପ୍ରବାସୀ ରଜ ଉତ୍ସବ ପାଳନ କରିଛନ୍ତି। ମୁଖ୍ୟଅତିଥି ଭାବେ ବଅଁରପାଳ ବିଡିଓ ଏଲିଜା ମିଶ୍ର, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଫକୀର ନାୟକ ଯୋଗ ଦେଇଥିଲେ। କ୍ୱାରାଣ୍ଟାଇନ କେନ୍ଦ୍ରରେ…

ରଜରେ ମାତିଲେ ଦୁର୍ବୃତ୍ତ: ବେକରୁ ଝାମ୍ପିନେଲେ ସୁନା ଚେନ

ବାଲିଅନ୍ତା,୧୪।୬(ଡି.ଏନ.ଏ.)-: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳର ପୂର୍ବତନ ନାଏବ ସରପଞ୍ଚ ମୁରଲୀଧର ପରିଡ଼ାଙ୍କ ବେକରୁ ଦୁଇଜଣ ଦୁର୍ବୃତ୍ତ ସୁନା ଚେନ ଲୁଟି ନେଇଥିବା ରବିବାର ଅଭିଯୋଗ ହୋଇଛି। ବାଲିଅନ୍ତା ଥାନା ପୋଲିସ ଅଭିଯୋଗକୁ ଭିତ୍ତିକରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ସୂଚନା…

ସୁନ୍ଦରଗଡ଼ରେ ପହଞ୍ଚିଲା ମୌସୁମୀ: ଜାରିରହିଛି ବର୍ଷା

ସୁନ୍ଦରଗଡ଼,୧୪ା୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ରେ ମୌସୁମୀ ପହଞ୍ଚିଛି। ଫଳରେ ଶନିବାର ରାତିରୁ ରବିବାର ପର୍ଯ୍ୟନ୍ତ ବର୍ଷା ଲାଗିରହିଛି। ଜିଲାରେ ହାରାହାରି ୬୨.୫୯ ମିମି ବର୍ଷା ହୋଇଥିବା ଜିଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ ୧୭ଟି ବ୍ଲକରେ ୧୦୬୪.୧ମିମି ବର୍ଷା ହୋଇଛି।…

ବୁଗୁଡ଼ାରେ ଶଟ୍‌ଡାଉନ ପ୍ରଭାବ: ରାସ୍ତାଘାଟ ଜନଶୂନ୍ୟ, ଜୀବନ ଯାତ୍ରା ପ୍ରଭାବିତ

ବୁଗୁଡ଼ା.୧୪।୬(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶନିବାର ଏବଂ ରବିବାର ଶଟ୍‌ଡାଉନ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବୁଗୁଡା ସହରରେ ରାସ୍ତା ଘାଟ ଜନଶୂନ୍ୟ ହୋଇଥିବା ବେଳେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । କେବଳ…

ସୁନ୍ଦରଗଡ଼ରେ ୩ କରୋନା ଆକ୍ରାନ୍ତ ଚିହ୍ନଟ: ସମସ୍ତେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ

ସୁନ୍ଦରଗଡ଼,୧୪ା୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ରେ ରବିବାର ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦୁଇଜଣ ମହିଳା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମୁମ୍ବାଇ ଏବଂ ଅନ୍ୟ ଜଣେ କୋଲକାତାରୁ ଫେରିଥିଲେ। ତୃତୀୟ ଆକ୍ରାନ୍ତ ଜଣକ ମହାରାଷ୍ଟ୍ରରୁ ଫେରିଥିଲେ। ସମସ୍ତେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ…

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀଙ୍କ ସହ ରଜ ପାଳିଲେ ସରପଞ୍ଚ

ହାଟଡିହୀ,୧୪ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ସରପଞ୍ଚ ଅନସୂୟା ସେଠୀ ପଞ୍ଚାୟତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ୨୫ ଅନ୍ତେବାସୀଙ୍କ ସହ ସାମାଜିକ ଦୂରତା ରକ୍ଷା କରି ରଜ ପାଳନ କରିଛନ୍ତି। ଅନ୍ତେବାସୀଙ୍କୁ ସରପଞ୍ଚ ମିଠା, ପିଠା ଓ ରଜପାନ ଦେଇ ଆପ୍ୟାୟିତ କରିଥିଲେ।…

ନଳକୂପରୁ ପାଣି ଆଣୁଥିବା ବେଳେ ବଜ୍ରପାତ: ଚାଲିଗଲା ୨ ଶ୍ରମିକଙ୍କ ଜୀବନ

କୁଆଁରମୁଣ୍ଡା,୧୪ା୬(ଡି.ଏନ୍‌.ଏ.) : ରବିବାର ସକାଳେ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଖୁଖୁୁଣ୍ଡୁବାହାଲ ପଞ୍ଚାୟତର ଲୋଡୋସେରା ନାଳା ପୋଲ ନିକଟରେ ବଜ୍ରପାତରେ ୨ ଜଣ ଯୁବ ଶ୍ରମିକଙ୍କର ପ୍ରାଣହାନୀ ଘଟିଛି। ମୃତକ ଦ୍ୱୟ ହେଲେ ବିନୀତ ଡୁଙ୍ଗଡୁଙ୍ଗ(୨୨) ଓ ବୋଧ କେର୍କେଟା(୨୫)।…

ଜଗତ୍‌ସିଂହପୁର ଜିଲାରେ ବଢ଼ି ଚାଲିଛି କରୋନା ପଜିଟିଭ୍‌ଙ୍କ ସଂଖ୍ୟା: ପୁଣି ୧୧ ଚିହ୍ନଟ

ଜଗତ୍‌ସିଂହପୁର ଅଫିସ,୧୪।୬: ଜଗତ୍‌ସିଂହପୁର ଜିଲାରେ ରବିବାର ପୁଣି ୧୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଛି। ଚିହ୍ନଟ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ବିରିଡ଼ିର ୭, ରଘୁନାଥପୁର ୨ ଓ…

ପ୍ରଶାସନକୁ ଘାରିଛି ଗୋଷ୍ଠୀ ସଂକ୍ରମଣ ଭୟ: ୩ ପଞ୍ଚାୟତ ଶଟ୍‌ଡାଉନ୍‌

ନିଶ୍ଚିନ୍ତକୋଇଲି,୧୪ା୬(ସ୍ବ.ପ୍ର.) : କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୪ ପ୍ରବାସୀ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥାଇ ଗ୍ରାମ, ବଜାରରେ ବହୁ ଲୋକ ସଂସ୍ପର୍ଶରେ ଆସିବା ଓ ସେମାନେ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିବା ପରେ ବରାଦ ଓ…

ଛତ୍ରପୁର ବ୍ଲକରେ ୪ କରୋନା ପଜିଟିଭ୍‌ ଚିହ୍ନଟ: ଘଡଘଡାପଲ୍ଲୀ, ନରେନ୍ଦ୍ରପୁରର ସାହି କଣ୍ଟେନମେଣ୍ଟ, ୮ ଗାଁ ବଫର ଜୋନ୍‌ ଘୋଷଣା କଲେ ଜିଲାପାଳ

ଛତ୍ରପୁର,୧୪।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ରବିବାର ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଛତ୍ରପୁର ବ୍ଲକ ଅଧୀନ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଘଡଘଡାପଲ୍ଲୀ ଗାଁରେ ୩ ଜଣ ଓ ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗାଁର ଜଣେ ଚିହ୍ନଟ ହୋଇଛନ୍ତି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?