ଗାଁ ଦାଣ୍ଡରେ ପଚୁଛି ପନିପରିବା

ରସୁଲପୁର, ୨୪।୭ (ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ଅଧିକାଂଶ ଲୋକ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସବୁ ଋତୁରେ ବିଭିନ୍ନ ପନିପରିବା ଚାଷ କରୁଥିବା ବ୍ଲକ ଅଞ୍ଚଳର ଚାଷୀମାନେ କରୋନା ଯୋଗୁ ବହୁ କ୍ଷତି ସହିଲେଣି। ଶଟ୍‌ଡାଉନ୍‌, ଲକ୍‌ଡାଉନ୍‌ ଯୋଗୁ ହାଟ ବଜାର ବନ୍ଦ ଯୋଗୁ ଉତ୍ପାଦିତ ଫସଲ ବିକ୍ରି ହୋଇପାରୁନି। ବିଲରୁ ଫସଲ ଅମଳ କରି ଚାଷୀମାନେ ଘରକୁ ଆଣୁଥିବା ବେଳେ କିଣିବା ପାଇଁ ବ୍ୟବସାୟୀ ଆସିପାରୁ ନାହାନ୍ତି। ସପ୍ତାହାନ୍ତ ସଟ୍‌ଡାଉନ୍‌ ଓ ତା’ ସାଙ୍ଗକୁ ୧୪ ଦିନିଆ ଲକ୍‌ଡାଉନ୍‌ କଟକଣା ଯୋଗୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବା କହିଛନ୍ତି। ଅଧିକାଂଶ ବ୍ୟବସାୟୀଙ୍କ ପାଖରେ ପାସ୍‌ ନ ଥିବାରୁ ସେମାନେ ପରିବା କିଣିବାକୁ ଆସିପାରୁ ନାହାନ୍ତି। ଫଳରେ ଟନ୍‌ ଟନ୍‌ ପରିବା ଚାଷୀଙ୍କ ଘର ଆଗରେ ଗଦା ହୋଇ ପଡ଼ିରହୁଥିବା ଦେଖାଯାଇଛି। କାଁ ଭାଁ ବ୍ୟବସାୟୀ ଚାଷୀଙ୍କ ଘରକୁ ଆସୁଥିବାରୁ ସେମାନେ ବାଧ୍ୟ ହୋଇ ସାଗ ମାଛ ଦରରେ ପନିପରିବା ବିକ୍ରି କରିଦେଉଛନ୍ତି। ଅନ୍ୟପଟେ ଅତିକମ୍‌ ଦରରେ ପରିବା ବିକ୍ରି କରିବାକୁ ପଡୁଥିବାରୁ କେତେଜଣ ବ୍ୟବସାୟୀ ବିଲରୁ ଫସଲ ତୋଳୁ ନାହାନ୍ତି। ସେଗୁଡ଼ିକ କ୍ଷେତରେ ପଚି ନଷ୍ଟ ହେଉଛି ବୋଲି ଅଗ୍ରଣୀ ପରିବା ଚାଷୀ ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି।
ବ୍ଲକ ଅଧୀନ ଯାବରା, ନଠୁଆବର, ଶ୍ରୀବନ୍ତପୁର, ସିଂହାପରୁ, ଓଡ଼ିଶୋ, ବାରବାଟୀ, ବଡ଼କଇଁଚି, ଭୋଟକା, ରସୁଲପୁର, ରାହାମ୍ବା ପ୍ରଭୃତି ପଞ୍ଚାୟତର ଶତାଧିକ ହେକ୍ଟର ଜମିରେ ଭେଣ୍ଡି, ଜହ୍ନି, କଲରା, କାକୁଡି, ଛଛିନ୍ଦ୍ରା, ଝୁଡ଼ଙ୍ଗ ଆଦି ଚାଷ କରିଛନ୍ତି। ଏହି ଅଞ୍ଚଳର ଚାଷୀମାନେ ପରିବା ବିକ୍ରି ପାଇଁ ବାରବାଟୀ ଦୈନିକ ପରିବା ହାଟ, କୁଆଖିଆ ବଜାର ପରିବାହାଟ ଓ ବ୍ଲକ ଅଂଚଳରେ ଥିବା ସାପ୍ତାହିକ ହାଟ ଉପରେ ନିର୍ଭର କରିଥାନ୍ତି। ହେଲେ ଗତ ୧୬ ତାରିଖରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜିଲାରେ ଲକ୍‌ଡାଉନ୍‌ କରାଯାଇଥିବାରୁ ବ୍ୟବସାୟୀ ଓ ଖାଉଟିମାନେ ବଜାରକୁ ଆସୁନାହାନ୍ତି। ଏହାଛଡ଼ା ବାହାର ଜିଲା ଓ ରାଜ୍ୟକୁ ପରିବହନ ବନ୍ଦ ଥିବାରୁ ଉତ୍ପାଦିତ ଫସଲ ବିକ୍ରି ହୋଇ ନ ପାରି ଗାଁ ଦାଣ୍ଡରେ ଗଦା ହୋଇ ପଚୁଛି। ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବ୍ୟବସ୍ଥା କାମ କରୁନି। କରୋନା ପାଇଁ ସରକାର ନେଉଥିବା ନିଷ୍ପତ୍ତି ସ୍ବାଗତ ଯୋଗ୍ୟ। ମାତ୍ର ଚାଷୀମାନଙ୍କୁ ଭୁଲିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କରୋନା କଟକଣା ସମୟରେ ଚାଷୀମାନଙ୍କ ଉତ୍ପାଦିତ ଫସଲକୁ ସରକାର କ୍ରୟ କରନ୍ତୁ। ପ୍ରତ୍ୟେକ ପରିବାର ମୂଲ୍ୟ ସ୍ଥିର କରାଯାଇ ପଞ୍ଜୀକୃତ ବ୍ୟବସାୟୀଙ୍କ ଜରିଆରେ ଗାଁଗଣ୍ଡାରୁ ଚାଷୀମାନଙ୍କଠାରୁ ପରିବା କିଣିବାର ବ୍ୟବସ୍ଥା କରିବାକୁ ବ୍ଲକ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି। ଏହାସହ ହାଟଗୁଡିକ ନିକଟରେ ଶୀତଳ ଭଣ୍ଡାର ସୁବିଧା ତୁରନ୍ତ ପ୍ରଦାନ କରିବାକୁ ଚାଷୀମାନେ କହିଛନ୍ତି। ଏ ଦିଗରେ ଉଭୟ କୃଷି ଓ ଉଦ୍ୟାନ କୃଷି ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଚାଷୀଙ୍କ ଦୁଃସ୍ଥିତି ସମ୍ପର୍କରେ ଅବଗତ ଅଛୁ। ମାତ୍ର ସରକାରୀ ନିର୍ଦ୍ଦେଶ ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri