ଗଳାବାଟ ଦେଇ ଆସୁଛି କରୋନା

ପୁରୀ ଅଫିସ,୨୪।୭: ପୁରୀ ଜିଲାରେ କରୋନା ସ୍ଥିତି ଅଣାୟତ୍ତ ହେଉଛି। ପ୍ରଶାସନ ପକ୍ଷରୁ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଗତ ଦୁଇଦିନରେ ଜିଲାରେ ୫୦ ଆକ୍ରାନ୍ତ ଚିହ୍ନଟ ହେଲେଣି। ବୁଧବାର ୨୮ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗୁରୁବାର ୨୨ ଆକ୍ରାନ୍ତ ବାହାରିଛନ୍ତି। ଉଦ୍‌ବେଗର ବିଷୟ ହେଉଛି ପୁରୀ ସହରର ସବୁଠୁ ଅଧିକ ବସ୍ତି ଥିବା ପେଣ୍ଠକଟା ଅଞ୍ଚଳରୁ ଦୁଇଦିନରେ ସଂଖ୍ୟାଧିକ ସଂକ୍ରମିତ ଚିହ୍ନଟ ହେଲେଣି। ଏବେ ବି ଲୁଚାଛପାରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ପେଣ୍ଠକଟାକୁ ଗାଡ଼ି ଚଳାଚଳ କରୁଛି। ପୁରୀ- ଆନ୍ଧ୍ର ସୀମାନ୍ତ ରାସ୍ତାର ଗଳା ବାଟ ଦେଇ କାର୍‌, ଟ୍ୟାକ୍ସି, ଅଟୋ ଆଦି ଛୋଟ ଯାନ ଲୋକଙ୍କୁ ନେବା ଆଣିବା କରୁଥିବା ଜଣାପଡ଼ିିଛି। ସେଥିରେ ଆସୁଥିବା ଲୋକଙ୍କ ଦ୍ୱାରା କରୋନା ଭୂତାଣୁ ବ୍ୟାପୁଥିବା ଆଶଙ୍କା କରାଯାଉଛି।
ପୁରୀ ପୌରପାଳିକା ଅଧୀନ ପେଣ୍ଠକଟା ଓ ବଳିଆପଣ୍ଡା ବସ୍ତି ଅଞ୍ଚଳରେ କରୋନା କାୟା ମେଲାଉଛି। ତେଣୁ ପ୍ରଶାସନ ବସ୍ତି ଅଞ୍ଚଳ ଉପରେ ଫୋକସ କରିଛି। ସ୍ବେଚ୍ଛାସେବୀମାନେ ଘର ଘର ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି। ଯଦି କାହାର ଥଣ୍ଡା, କାଶ, ଜ୍ୱର ଆଦି ଲକ୍ଷଣ ରହିଛି ସେମାନଙ୍କୁ ଚିହ୍ନଟ କରି ଟେଷ୍ଟ କରାଯାଉଛି। ସଂକ୍ରମଣଠାରୁ କିପରି ନିଜକୁ ଦୂରେଇ ରଖିପାରିବେ ସେ ନେଇ ମଧ୍ୟ ସଚେତନ କରାଯାଉଛି। ପ୍ରଥମେ ପେଣ୍ଠକଟାରେ ଏହି ଅଭିଯାନ ଚାଲିଛି। ଏଠାରେ ୩ହଜାରରୁ ଊର୍ଦ୍ଧ୍ୱ ବସ୍ତି ରହିଛି। ପେଣ୍ଠକଟା ଅଞ୍ଚଳରୁ ଦୁଇଦିନରେ ୨୦ରୁ ଊର୍ଦ୍ଧ୍ୱ ପଜିଟିଭ ଚିହ୍ନଟ ହେଲେଣି। ତେଣୁ ପ୍ରଶାସନ ପକ୍ଷରୁ ପେଣ୍ଠକଟାର କେତେକ ସ୍ଥାନକୁ କଣ୍ଟେନମେଣ୍ଟନ ଜୋନ ଘୋଷଣା କରାଯାଇଛି।
ପେଣ୍ଠକଟା ଅଞ୍ଚଳର ରାଜେଶ କୁମାର ନନ୍ଦ କହିଛନ୍ତି, ୨୫, ୨୬, ୩୧ ଓ ୩୨ ନମ୍ବର ୱାର୍ଡରେ ପ୍ରାୟ ୫ ହଜାର ପରିବାର ରହୁଛନ୍ତି। ଏଥିମଧ୍ୟରୁ ପ୍ରାୟ ୩ ହଜାର ହେଉଛି ବସ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ପୈତୃକ ଘର ବ୍ରହ୍ମପୁର ଓ ଆନ୍ଧ୍ରପ୍ରଦେଶରେ। ମଝିରେ ଲକ୍‌ଡାଉନ କଟକଣା ସାମାନ୍ୟ କୋହଳ ହେବା ପରେ ଗାଡ଼ିିମୋଟର ଯାତାୟାତ କରିବାରୁ ଏମାନେ ଆନ୍ଧ୍ରପ୍ରଦେଶ ଓ ବ୍ରହ୍ମପୁର ଯିବା ଆସିବା କରୁଥିଲେ। ଫଳରେ ଆଜି ପେଣ୍ଠକଟାର ସ୍ଥିତି ବିଗିଡ଼ିବାରେ ଲାଗିଛି। ସେହିପରି କେ. ସଚ୍ଚି ରାଓ କହିଛନ୍ତି ଆନ୍ଧ୍ରରୁ ଏବେ ବି ଲୋକଙ୍କୁ ଆଣି ଗାଡ଼ିି ପୁରୀ ଆସୁଛି। ପେଣ୍ଠକଟା ଓ ଆନ୍ଧ୍ର ମଧ୍ୟରେ ଲୁଚାରେ ଗାଡ଼ିି ଚଳାଚଳ କରୁଛି। ବୁଧବାର ରାତି ପ୍ରାୟ ୩ଟାରେ ଆନ୍ଧ୍ରରୁ ଏକ ଗାଡ଼ି ଆସିଥିଲା। ଏଥିରେ ୫ଜଣ ଲୋକ ଥିଲେ। ଡ୍ରାଇଭର ସେମାନଙ୍କୁ ପିକେଆର୍‌ଆଇଟି ଛକ ନିକଟରେ ଛାଡ଼ିି ପଳାଇଥିଲେ। ତେଣୁ କେଉଁମାନେ ଏହି ଗାଡ଼ିି ଚଳାଚଳ ପଛରେ ଏଜେଣ୍ଟ ସାଜିଛନ୍ତି ସେମାନଙ୍କୁ ପ୍ରଶାସନ ଖୋଜି ବାହାର କରିବା ଦରକାର। ନଚେତ୍‌ ଆଗକୁ କରୋନା ସ୍ଥିତି ଆହୁରି ଅଧିକ ଗମ୍ଭୀର ହୋଇପଡ଼ିବ।
ସୂଚନାଥାଉ କି, ପ୍ରଶାସନ ପକ୍ଷରୁ ଜିଲାର ସମସ୍ତ ସୀମା ସିଲ୍‌ କରାଯାଇଛି। ଜିଲାର ୬ଟି ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ ହେଉଛି। ଅତ୍ୟାବଶ୍ୟକ କାମ ନ ଥିଲେ ଜିଲା ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି। ଏହା ସତ୍ତ୍ବେ ଆନ୍ଧ୍ରପ୍ରଦେଶରୁ ପୁରୀ ଗଳାବାଟରେ ଘରୋଇ ବସ୍‌ ଚଳାଚଳ କରୁଥିଲା। ଗତ ୧୪ ତାରିଖରେ ହିନ୍ଦୁସ୍ଥାନ ଟ୍ରାଭେଲ୍ସର ଏକ ବସ୍‌କୁ ଜବତ କରାଯାଇଥିଲା। ସମ୍ପୃକ୍ତ ବସ୍‌ ମାଲିକଙ୍କ ନଁାରେ ସମୁଦ୍ରକୂଳ ଥାନାରେ ମାମଲା ରୁଜୁ ହୋଇଥିଲା। ବସ୍‌ ଚଳାଚଳ ବନ୍ଦ ରହିଥିବାବେଳେ ଏବେ କାର୍‌, ଟ୍ୟାକ୍ସି ଅଟୋ ଆଦି ପୁରୀ ଏବଂ ଆନ୍ଧ୍ର ମଧ୍ୟରେ ଲୋକଙ୍କୁ ନେବା ଆଣିବା କରୁଥିବା ଜଣାପଡ଼ିିଛି। ଏ ସଂକ୍ରାନ୍ତରେ ଆଡ଼ିଶନାଲ ଏସ୍‌ପି ଅରୁଣ କୁମାର ଜେନାଙ୍କୁ ପଚାରିବାରେ କହିଛନ୍ତି, ଯଦି ଲୁଚାଛପାରେ କୌଣସି ଗାଡ଼ି ଆସୁଥିବା ସ୍ଥାନୀୟ ଲୋକେ ଜାଣୁଛନ୍ତି, ତେବେ ସମ୍ପୃକ୍ତ ଗାଡ଼ିକୁ ଅଟକାଇ ପୋଲିସକୁ ଖବର ଦିଅନ୍ତୁ। ପୋଲିସ ପହଞ୍ଚି ଯାଞ୍ଚ କରିବ। ସତ୍ୟାସତ୍ୟ ଜଣାପଡ଼ିଲେ ଗାଡ଼ି ଜବତ କରାଯିବା ସହ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?