ଚିକିତ୍ସା ପାଇଁ ଯାଇଥିବା କଏଦୀ ଅଧାବାଟରୁ ଚମ୍ପଟ

ରାଇରଙ୍ଗପୁର,୨୫ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପକାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଜନୈକ କଏଦୀ ଚିକିତ୍ସା ପାଇଁ ବାରିପଦା ଯାଇ ଫେରିବା ବେଳେ ଚମ୍ପଟ ମାରିଥିବା ସୂଚନା ମିଳିଛି। କଏଦୀ ଜଣକ ହେଲେ ବହଳଦା ବ୍ଲକ ଝରାଡ଼ିହି ଅଞ୍ଚଳର ଡମାନ ମାରାଣ୍ଡି। ତାଙ୍କୁ ଯକ୍ଷ୍ମା(ଟିବି) ହୋଇଥିବାରୁ ସବ୍‌ଜେଲର କର୍ମଚାରୀ ଏକ ଗାଡ଼ିରେ ବାରିପଦାସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ଶୁକ୍ରବାର ଚିକିତ୍ସା ପାଇଁ ଯାଇଥିଲେ। ସେଠାରୁ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଫେରୁଥିବା ସମୟରେ ବିଶୋଇ ଥାନା କୁନ୍ଦୁଳିଆ ନିକଟରେ ଶୌଚ ପାଇଁ କହି ଗାଡ଼ିରୁ ଓହ୍ଲାଇଲେ। ସେହି ସମୟରେ ଚମ୍ପଟ ମାରିଥିଲେ। ରାଇରଙ୍ଗପୁର ଜେଲର ଓ କର୍ମଚାରୀମାନେ ଫେରାର କଏଦୀ ଡମାନଙ୍କୁ ଖୋଜୁଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ୨୦୧୩ ମସିହାରେ ଏକ ହତ୍ୟା ମାମଲାରେ ତିରଙ୍ଗ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ହତ୍ୟାକାରୀ ଡମାନ ମାରାଣ୍ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ୨୦୧୬ ଡିସେମ୍ବର ୧୯ରେ ରାଇରଙ୍ଗପୁର ଜିଲା ଅତିରିକ୍ତ ଦୌରାଜଜ୍‌ ଡମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮ ଦଫା ଦାବିପତ୍ର ଦେଲେ ଏଆଇଏସ୍‌ଏଫ୍‌ ଛାତ୍ରୀଛାତ୍ର

ବଡବିଲ, ୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ କଲେଜ ସମ୍ମୁଖରେ ଅଲ୍‌ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନ(ଏଆଇଏସଏଫ୍‌) ବଡବିଲ ଶାଖା ତରଫରୁ ସୋମବାର ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସାମାଜିକ...

କୋର୍ଟରେ ହାଜର ହେଲେ ନାହିଁ ରାମ୍‌କୋ କର୍ତ୍ତୃପକ୍ଷ

ଯାଜପୁର ଅଫିସ,୧୫ା୪: ଯେତେ ନୀତିନିୟମ ଉଲ୍ଲଂଘନ କଲେ ବି ଶିଳ୍ପ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ସରକାର କେତେ ସହାନୁଭୂତିଶୀଳ ଏକଥା ରାମ୍‌କୋ ସିମେଣ୍ଟ କମ୍ପାନୀ କ୍ଷେତ୍ରରେ...

‘ଅମ୍ଫନ୍‌’କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୬ା୬(ବ୍ୟୁରୋ)/ଚାନ୍ଦବାଲି/ଭଦ୍ରକ ଅଫିସ, (ଡି.ଏନ୍‌.ଏ.)/ଜଗତ୍‌ସିଂହପୁର ଅଫିସ/ଏରସମା(ସ୍ବ.ପ୍ର.): ବାତ୍ୟା ‘ଅମ୍ଫନ୍‌’ର କ୍ଷୟକ୍ଷତି ଆକଳନ କରିବାକୁ ଓଡ଼ିଶା ଗସ୍ତରେ ଆସିଥିବା ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର ୪ଟି ଜିଲା...

ଟିକାକରଣ ସମୟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଖଇରା, ୧୩।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସମସ୍ତ ପ୍ରାଣୀ ଚିକିତ୍ସାକେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକମାନଙ୍କୁ ଗ୍ରାମରେ ଟିକାକାରଣ ପାଇଁ ବରିଷ୍ଠ ଅଧିକାରୀମାନେ ବାରମ୍ବାର ଚାପ ପ୍ରୟୋଗ...

ବସ୍‌ ଭିତରୁ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର ଅଫିସ, ୩୧। ୫: ବାଲେଶ୍ୱରରୁ ବଲାଙ୍ଗୀର ଆସୁଥିବା ଏକ ବସ୍‌ରୁ ଶୁକ୍ରବାର ସକାଳେ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି...

ପଛରୁ ଠେଲିଲେ ଷ୍ଟାର୍ଟ ହେଉଛି ୧୦୨ ଆମ୍ବୁଲାନ୍ସ

ଗଞ୍ଜାମ,୨୪।୧(ଡି.ଏନ୍‌.ଏ.): ଜନସାଧାରଣଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ୧୦୨ ଓ ୧୦୮ ଗାଡ଼ି ବ୍ୟବସ୍ଥା କରିଛନ୍ତି। ଏହି ଗାଡ଼ିଗୁଡିକ ପରିଚାଳନା ନିମନ୍ତେ ପ୍ରାଇଭେଟ୍‌...

ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ମାମଲା

କଟକ ଅଫିସ,୨୮।୧: ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ଘଟଣାରେ ବୁଧବାର ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ଏଫ୍‌ଆଇଆର୍‌ରେ କିପରି...

ଦୁର୍ଦ୍ଦିନରେ କଳିଙ୍ଗନଗର ଶିଳ୍ପାଞ୍ଚଳ: ବିକ୍ରି ଅପେକ୍ଷାରେ ନୀଳାଚଳ, ରୋହିତ

ଯାଜପୁର ଅଫିିସ, ୪ା୮: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଷ୍ଟିଲ ହବ୍‌ ଭାବେ ପରିଣତ କରିବାକୁ ରାଜ୍ୟ ସରକାର ସ୍ବପ୍ନ ଦେଖୁଛନ୍ତି। ଏହାବାଦ ମଧ୍ୟମ ଧରଣର ଶିଳ୍ପ...

Advertisement
Archives

Model This Week