ଆମ ଜିଲା ଖବର

ପ୍ରଶାସନର ଅସହଯୋଗ: ଦାରିଙ୍ଗବାଡ଼ି ପଞ୍ଚାୟତ ଶଟ୍‌ଡାଉନ୍‌ ପ୍ରତ୍ୟାହାର କଲେ ସରପଞ୍ଚ

ଦାରିଙ୍ଗବାଡ଼ି,୨୨ା୬(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତରେ ଜଣେ ଶିକ୍ଷକ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ସ୍ଥାନୀୟ ସରପଞ୍ଚ ରାଧାକାନ୍ତ ପ୍ରଧାନ ନିଜ ପଞ୍ଚାୟତ ଅଞ୍ଚଳକୁ ଶଟ୍‌ଡାଉନ୍‌ ଘୋଷଣା କରିଥିଲେ। ହେଲେ ପ୍ରଶାସନର ସହଯୋଗ ମିଳି ନ ଥିବାରୁ ତାକୁ…

ମହିଳାଙ୍କ ବେକରୁ ସୁନାହାର ଝାମ୍ପିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୨ା୬: ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି କରିବାକୁ ଗଞ୍ଜାମ ଜିଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ପକ୍ଷରୁ ପାଟ୍ରୋଲିଂ ବି କରାଯାଉଛି। ଏହାସତ୍ତ୍ୱେ ଦୁର୍ବୃତ୍ତମାନେ ତାଙ୍କ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଛନ୍ତି। ସୋମବାର ସକାଳେ ୨ ଜଣ ଲୁଟେରା ବାଇକ୍‌ରେ ଆସି…

ଏସ୍‌ସିବି ମେଡିକାଲରେ ଆବଶ୍ୟକ ପଡୁଛି ସ୍ବତନ୍ତ୍ର ନିଶ୍ଚେତକ

କଟକ ଅଫିସ,୨୨।୬: ଶଲ୍ୟ ବିଭାଗ କାଳକ୍ରମେ ସମ୍ପ୍ରସାରିତ ଓ ବିଭାଜିତ ହୋଇ ବିଭିନ୍ନ ପ୍ରକାରର ସୁପର୍‌ ସ୍ପେଶିଆଲିଟି ବିଭାଗ ସୃଷ୍ଟି ହୋଇଛି। ଫଳରେ ନ୍ୟୁରୋ ସର୍ଜରି (ସ୍ନାୟୁ), ସିଟିଭିଏସ୍‌ (ହୃଦ୍‌ ଶଲ୍ୟ ବକ୍ଷ), ୟୁରୋ (ମୂତ୍ରାଶୟ) ଏବଂ ପ୍ଳାଷ୍ଟିକ ସର୍ଜରି ପରି…

ଆଜି ପୂର୍ବାହ୍ନ ୧୧ଟାରେ ରଥଯାତ୍ରା ଶୁଣାଣି

ଭୁବନେଶ୍ୱର,୨୨।୬: ଚଳିତବର୍ଷ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ଗତ ୧୮ତାରିଖରେ ଦେଇଥିବା ରାୟର ପୁନର୍ବିଚାର କରିବା ପାଇଁ ଏକାଧିକ ଆବେଦନ ହୋଇଛି। ୧୬ରୁ ଊର୍ଦ୍ଧ୍ୱ ଆବେଦନଗୁଡ଼ିକର ସୋମବାର ଶୁଣାଣି ହେବ। ବିଚାରପତି ଏସ୍‌.ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ…

ଆଜିି ଆଜ୍ଞାମାଳ ବିଜେ

ପୁରୀ ଅଫିସ,୨୨।୬: ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇନି। ଏଥର ବଡ଼ଦାଣ୍ଡରେ ରଥ ଗଡ଼ିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ। ମାତ୍ର ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍‌କୋର୍ଟରେ ଏକାଧିକ ରିଭ୍ୟୁ…

ରଥଯାତ୍ରା ପ୍ରସଙ୍ଗ: ପ୍ରାୟୋଜିତ ଯୋଜନା କହିଲେ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୨।୬: ଚଳିତବର୍ଷ ବଡ଼ଦାଣ୍ଡରେ ଗଡ଼ିବନି ମହାପ୍ରଭୁଙ୍କ ରଥ। ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ ରଖିବା ଲାଗି ଶୁକ୍ରବାର ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ। ଏହି ରାୟ ପରେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ…

ପରିଣତରେ ପୂରଣ ହୋଇଛି ପିଲାବେଳ ଇଚ୍ଛା

ଅନୁଗୋଳ ଅଫିସ, ୨୨।୬ (ଅମିତ କୁମାର ସାମଲ) : କେମିତି ମପାଯାଏ ଦିନର ତାପମାତ୍ରା। କିପରି ଠିକ୍‌ ଆକଳନ କରାଯାଏ ଖରା, ବର୍ଷା ଓ ଶୀତର। ପାଣିପାଗ ବିଭାଗର ଏହି ନିତିଦିନିଆ କାର୍ଯ୍ୟ କେଉଁ ଉପାୟରେ ପରିଚାଳନା କରାଯାଏ ତାହା ଜାଣିବାକୁ…

କାଠଗଡ଼ାରେ ରଥଯାତ୍ରା ଭାଗ୍ୟ, ରାୟ ଅପେକ୍ଷାରେ ଶ୍ରଦ୍ଧାଳୁ

ପୁରୀ ଅଫିସ,୨୨।୬: ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଚଳିତବର୍ଷ ବଡ଼ଦାଣ୍ଡରେ ଗଡ଼ିବ ନାହିଁ ରଥ। ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟକୁ ରାଜ୍ୟ ସରକାର ସ୍ବାଗତ କରିଛନ୍ତି। ହେଲେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ। ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର…

ଗୋବିନ୍ଦପୁର ସୂତାକଳ ଭୂତକୋଠି

ଢେଙ୍କାନାଳ ଅଫିସ, ୨୨।୬: ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରସ୍ଥିତ କଳିଙ୍ଗ ସମବାୟ ସୂତାକଳ ୧୮ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ପରିଚାଳନା ଅଭାବରୁ ଏହା ଏବେ ଭୂତକୋଠିରେ ପରିଣତ ହୋଇଛି। ଶିଳ୍ପସମୃଦ୍ଧ ଜିଲାରେ ଗୋଟିଏ ପରେ ଗୋଟିଏ କଳକାରଖାନା ରୁଗ୍‌ଣ ହୋଇପଡୁଥିବାବେଳେ…

ଘର ଭିତରେ ପଶିଗଲା ହାତୀ, ଦେଢ଼ ଘଣ୍ଟା ଧରି ଫସି ରହିଲା ପରିବାର

ଢେଙ୍କାନାଳ ଅଫିସ, ୨୨।୬-ଗୋଟିଏ କୋଠରିରେ ହାତୀ, ଅନ୍ୟ କୋଠରିରେ ପରିବାରର ୭ ପ୍ରାଣୀ। ମୃତ୍ୟୁ ସହ ମୁହାଁମୁହିଁ। ଜୀବନ ବଞ୍ଚାଇବାକୁ ଦେଢ଼ଘଣ୍ଟାର ସଂଘର୍ଷ। ଶେଷରେ ବନ ବିଭାଗ ସହାୟତାରେ ଝରକା ତାଡ଼ି ଉଦ୍ଧାର ହେଲେ ପରିବାର ଲୋକେ। ଢେଙ୍କାନାଳ ଜିଲା ହିନ୍ଦୋଳ…

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ଚାଇନା ସାମଗ୍ରୀ ବର୍ଜନ କରିବାକୁ ଶପଥ

କୁଆମରା,୨୨ା୬(ଡି.ଏନ୍‌.ଏ.)- ଲଦାଖରେ ଚାଇନା ସେନାର ଅତର୍କିତ ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏଥିରେ ମୟୂରଭଞ୍ଜ ରାଇରଙ୍ଗପୁରର ନନ୍ଦୁରାମ ସୋରେନ ଓ କନ୍ଧମାଳ ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ ମଧ୍ୟ ଶହୀଦ ହୋଇଛନ୍ତି। ଏହି ପରିପେକ୍ଷୀରେ ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ରାଇରଙ୍ଗପୁର,୨୨ା୬(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବୁଢ଼ିଝରଣ ଗ୍ରାମର ଜଣେ ଯୁବକ ରବିବାର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ କାନ୍ଦ୍ରା ଦେହୁରୀ(୨୬)। ନିକଟସ୍ଥ ଜଙ୍ଗଲକୁ ଯାଇଥିତ୍ବା ବେଳେ ସେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?