ଆମ ଜିଲା ଖବର

ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀଯୁଗଳଙ୍କ ବିବାହ

କୋକସରା,୨୨।୬(ଡି.ଏନ.ଏ)-କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବାଞ୍ଜିବାହାଲ ଗାଁର ଯୁବକ ରାଜାରାମ ଠାକୁର (୨୫) ଓ ସେହି ଗାଁର ଜଣେ ଯୁବତୀ ଦୁତିଆ ହରିଜନ (୨୪) ସଙ୍ଗରୋଧ କେନ୍ଦ୍ରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୂଚନାଅନୁସାରେ, ଉକ୍ତ ପ୍ରେମୀଯୁଗଳଙ୍କ ମଧ୍ୟରେ ଦୀର୍ଘଦିନ…

ଭାବଗ୍ରାହୀ ମହାପ୍ରଭୁ ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ: ଗଜପତି

ପୁରୀ ଅଫିସ,୨୨।୬: ପୁରୀ ରଥଯାତ୍ରାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଅନୁମତି ପରେ ପୁରୀ ଗଜପତି ମହାରାଜା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଭାବଗ୍ରାହୀ ମହାପ୍ରଭୁ ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ ବୋଲି ସେ କହିଛନ୍ତି। ଅଗଣିତ ଭକ୍ତ ରଥଯାତ୍ରା ନେଇ ତାଙ୍କ ନିକଟରେ ଗୁହାରି କରିଥିଲେ…

ନିର୍ଭୟରେ ବିନା ମାସ୍କରେ ବୁଲୁଝନ୍ତି ଲୋକେ: ଯାଞ୍ଚ ବେଳେ ଗଣୁଛନ୍ତି ତଣ୍ଡ

କୋରୁକୋଣ୍ଡା୨୨।୬(ଡି.ଏନ୍‌.ଏ): ଦେଶରେ ଅନଲକ୍‌ ୧ ଚାଲୁଥିବା ବେଳେ ସାମାଜିକ ଦୂରତ୍ୱ ବଜାଇରଖିବା ଓ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ସୋମବାର ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ, କୋରୁକୋଣ୍ଡା ରାଜସ୍ବ ବିଭାଗ ଓ ମାଲକାନଗିରି ପୋଲିସ ପକ୍ଷରୁ କୋରୁକୋଣ୍ଡା ବ୍ଲକ ସଦର ଅନ୍ତର୍ଗତ…

ଭୂମିକମ୍ପରେ ଥରିଲା ରାୟଗଡା

ଭୁବନେଶ୍ୱର,୨୨।୬(ବ୍ୟୁରୋ)-ରାୟଗଡା ଜିଲାର କାଶୀପୁର ଅଞ୍ଚଳରେ ସୋମବାର ଭମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟରସ୍କେଲରେ ୩.୬ ଥିବା ଆକଳନ କରାଯାଇଛି। An earthquake of magnitude 3.6 on the Richter scale, occurred in Kasipur area of Rayagada…

ଶ୍ରୀଗୁଣ୍ଡିଚା ଯାତ୍ରା: ସକାଳ ୭ରୁ ପହଣ୍ଡି, ମଧ୍ୟାହ୍ନ ୧୨ରୁ ରଥଟଣା

ପୁରୀ ଅଫିସ,୨୨।୬: ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ୩ ରଥରେ ବିଜେ କରି ମାଉସୀ ମା’ଙ୍କ ମନ୍ଦିର ଯାତ୍ରା କରିବେ ଦାରୁଦିଅଁ। ଏ ନେଇ ଯୁଦ୍ଧ କାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। କରୋନା କଟକଣା ମଧ୍ୟରେ ରଥଯାତ୍ରା ପାଳନ ନେଇ…

ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗର ୭ ସଦସ୍ୟ ଗିରଫ; ବିଭିନ୍ନ ମାରଣାସ୍ତ୍ର ଜବତ

କଣ୍ଟାପଡା,୨୨।୬(ଡି.ଏନ୍‌.ଏ.)-କଟକ ଜିଲା କଣ୍ଟାପଡାସ୍ଥିତ ବଟଗୋସେଇଁ ଗାଦୀ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରୁ ରବିବାର ଡକାୟତି ପାଇଁ ଯୋଜନା କରୁଥିବାବେଳେ ଓଲଟପୁର ପୋଲିସ ଚଢ଼ାଉ କରି ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ…

ରଥଯାତ୍ରା ନେଇ ପୁରୀ ଶଟ୍‌ଡାଉନ୍‌ : ସୋମବାର ରାତି ୯ରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ରହିବ ବଳବତ୍ତର

ପୁରୀ ଅଫିସ,୨୨।୬: ରଥଯାତ୍ରା ନେଇ ପୁରୀ ଜିଲାକୁ ‌ ଶଟ୍‌ଡାଉନ୍ ଘୋଷଣା କରାଯାଇଛି। ସୋମବାର ରାତି ୯ରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଘୋଷଣା କରାଯାଇଥିବା ସୂଚନା ମିଳିଛି। କଫ୍ୟୁ ଭଳି କଟକଣା ରହିବ ବୋଲି ମୁଖ୍ୟ ସାଶନ ସଚିବ…

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହି ଶ୍ୱଶୂର ଘରକୁ ପଳାଇଲେ ଜ୍ୱାଇଁ: ପରେ ଚିହ୍ନଟ ହେଲେ ପଜିଟିଭ୍‌

ଡେରାବିଶ,୨୨ା୬(ସ୍ବ.ପ୍ର.) ଯାଜପୁର ଜିଲା ବରୀ ବ୍ଲକ ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ ଡେରାବିଶ ବ୍ଲକ ଅଧୀନ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ କେଉଟକଣ୍ଡିଆ ଗ୍ରାମରୁ ଶନିବାର ଚିହ୍ନଟ ହୋଇଛନ୍ତି। ଏ ନେଇ ସୋମବାର ସକାଳ ୫ଟାରୁ ସମ୍ପୃକ୍ତ ଗ୍ରାମକୁ ୪୮ ଘଣ୍ଟା କଣ୍ଟେନମେଣ୍ଟ ଜୋନ୍‌…

ସୁନ୍ଦରଗଡ଼ରେ ୧୨ କରୋନା ପଜିଟିଭ୍‌ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯ରେ ପହଞ୍ଚିଲା

ସୁନ୍ଦରଗଡ଼,୨୧।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ସୋମବାର ୧୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ୧୨ ପଜିଟିଭ୍‌ଙ୍କୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯ରେ ପହଞ୍ଚିଛି। ଏ ନେଇ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ୧୨ ଆକ୍ରାନ୍ତଙ୍କ ମଧ୍ୟରେ…

ସୁପ୍ରିମକୋର୍ଟଙ୍କ ସର୍ତ୍ତ ମୂତାବକ ପାଳନ କରାଯିବ ରଥଯାତ୍ରା: ମୁଖ୍ୟ ଶାସନ ସଚିବ

ପୁରୀ ଅଫିସ, ୨୨।୬: ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ପୁରୀରେ ବସୁଛି ଘନ ଘନ ବୈଠକ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ନୀଳାଦ୍ରି ଭକ୍ତ ନିବାସରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଅପରାହ୍ନରେ ପୁଣି ବସିଛି ଏକ ଜରୁରୀ…

ଛତ୍ରପୁରରେ ନିୟମ ମାନିଲେନି ଲୋକେ : ଟ୍ରାଫିକ୍‌ ଜାମ, ଦୋକାନ ସିଲ୍‌

ଛତ୍ରପୁର,୨୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ହୋଇଥିବା ୬୭ ଘଣ୍ଟିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ସୋମବାର ସକାଳ ୭ଟାରେ ଖୋଲିଥିଲା। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଖୋଲିବ ଏବଂ ଦୁଇ ଚକିଆଠାରୁ ଆରମ୍ଭକରି କୌଣସି ଗାଡ଼ି ରାସ୍ତା ଉପରକୁ ଆସିପାରିବନି ବୋଲି ଜିଲାପାଳ…

ରଥଯାତ୍ରା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ: ପୁରୀ ଜିଲାପାଳ

ପୁରୀ ଅଫିସ୍‌,୨୨।୬: ସୁପ୍ରିମକୋର୍ଟରେ ଚାଲିଛି ରଥଯାତ୍ରାର ଶୁଣାଣି। ସକରାତ୍ମକ ଫଳାଫଳ ଆସିବ ବୋଲି ଭକ୍ତଙ୍କ ମହଲରେ ବେଶ୍‌ ଉତ୍ସାହ ଖେଳିଯାଇଛି। ତେଣୁ ସମୟ ବହୁତ କମ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ସୋମବାର ଅପରାହ୍ନଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?