ଆମ ଜିଲା ଖବର

ବିଷ ପିଇ ଜୀବନ ହାରିଲେ ଚାଷୀ

ଟିଟିଲାଗଡ଼, ୧୧।୪ (ଡି.ଏନ.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ରିଗଡୁଲ ଗ୍ରାମର ଚାଷୀ ନେପାଲ ରଣା(୩୦) ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ସେ ଫସଲରେ ଦିଆଯାଉଥିବା କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ…

ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା

ବୌଦ୍ଧ,୧୧।୪(ସ୍ବ.ପ୍ର): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଛତରଙ୍ଗ ପଞ୍ଚାୟତର ମହୁମୁଣ୍ଡିଆରେ ଶନିବାର ଆକସ୍ମିକ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୬ ବଖରା ଘର ଜଳି ଭସ୍ମୀଭୂତ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ଗ୍ରାମର ଭୋଳେଶ୍ୱର ବେହେରା, ରାଜକିଶୋର ବେହେରା ଓ ତାଙ୍କ…

ବନ୍ଦ ହେଲା ମଧୁବନ ସାପ୍ତାହିକ ହାଟ

ରସୁଲପୁର,୧୧।୪(ଡିଏନଏ): ହାଟଗୁଡିକରେ ସାମାଜିକ ଦୂରତ୍ୱ ଓ ସଂଗରୋଧ ରକ୍ଷା କରାଯାଉ ନ ଥିବାରୁ ଏହାକୁ କରୋନା ପାଇଁ ଉଷ୍ମପ୍ରବଣ ଅଞ୍ଚଳ ବୋଲି ମନେ କରାଯାଉଛି। ଏହିକ୍ରମରେ ପ୍ରଶାସନ ସମଗ୍ର ରାଜ୍ୟରେ ହାଟଗୁଡିକୁ ବିଭାଜିତ କରିବା ସହ ଖୋଲା ସ୍ଥାନକୁ ସ୍ଥାନାନ୍ତରିତ କରିଛି।…

ବନ୍ଧବାହାଲ ଏମ୍‌ସିଏଲ୍‌ ହସ୍‌ପିଟାଲର ଉନ୍ନତି କରାଯିବ

ଲଖନପୁର,୧୧।୪(ଡି.ଏନ୍‌.ଏ.): ବନ୍ଧବାହାଲସ୍ଥିତ ଏମ୍‌ସିଏଲ୍‌ କୋଭିଡ୍‌ ଚିକିତ୍ସାଳୟକୁ ଶନିବାର ପୂର୍ବାହ୍ନରେ ବରଗଡ ଏମ୍‌ପି ସୁରେଶ ପୂଜାରୀ ପରିଦର୍ଶନ କରଛନ୍ତି। ୫୦ ଶଯ୍ୟା ବିଶିଷ୍ଟ ଏହି ଚିକିତ୍ସାଳୟକୁ ୧୦୦ଶଯ୍ୟା ବିଶିଷ୍ଟ କରିବା, ବିଭିନ୍ନ ବିଭାଗର ଡାକ୍ତର ଓ ଆବଶ୍ୟକ ସ୍ବାସ୍ଥ୍ୟକର୍ମୀ ଆଦି ନିଯୁକ୍ତି କରିବାକୁ…

ଏମ୍‌ସିଏଲ୍‌ ପକ୍ଷରୁ ବିଶୋଧନ

ଲଖନପୁର,୧୧।୪(ଡି.ଏନ୍‌.ଏ): ଏମ୍‌ସିଏଲ୍‌ ତରଫରୁ କୁଶ୍ରାଲୋଇ, ଉବୁଡା, କର୍ଲାଯୋରୀ, ଖଲିଆପାଲି, ସୋଲଦିଆ, ଲଖନପୁର ସଦର ମହକୁମା, କିରାରମା, କୁଡାଲୋଇ, ଯୁରାବଗା, ଖଇରକୁନୀ ଓ ବନ୍ଧବାହାଲ ଆଦି ଗ୍ରାମରେ ବିଶୋଧନ କରାଯାଉଛି । ଏହା ସହିତ କମ୍ପାନୀ ତରଫରୁ ଏହିସବୁ ଗ୍ରାମବାସୀଙ୍କୁ ହ୍ୟାଣ୍ଡ୍‌ ସାନିଟାଇଜର୍‌…

ଫସି ରହିଛନ୍ତି ବାହାର ରାଜ୍ୟ, ଜିଲାର ଶତାଧିକ ଶ୍ରମିକ ସରିଗଲାଣି ଉପାର୍ଜିତ ଅର୍ଥ, ଖାଦ୍ୟ ପାଇଁ ନିବେଦନ

ଚଣ୍ଡିଖୋଲ,୧୧।୪(ଡି.ଏନ.ଏ)- ଯାଜପୁର ଜିଲା ବଡଚଣା ବ୍ଲକ ବଡବାଲିକୁଦା ପଞ୍ଚାୟତରେ ରାଜ୍ୟ ଓ ରାଜ୍ୟ ବାହାରର ଶ୍ରମିକ ଲକଡାଉନ ପାଇଁ ଫସି ରହିଛନ୍ତି। କରୋନା ପାଇଁ ଲକଡାଉନ ଘୋଷଣା ହେବା ଯୋଗୁ ଏମାନେ ନିଜ ରାଜ୍ୟ ଓ ଜିଲାକୁ ଯାଇପାରି ନାହାନ୍ତି। ପଞ୍ଚାୟତର…

୨୬୧ ଲିଟର ମଦଜବତ, ପୋଚ ନଷ୍ଟ

ଧରାକୋଟ,୧୧ା୪(ଡି.ଏନ.ଏ.)- ଧରାକୋଟ ଥାନା ଜଗମୋହନ ପଞ୍ଚାୟତ ଚମ୍ପାପଲ୍ଲୀ ଗ୍ରାମରେ ଧରାକୋଟ ପୋଲିସ ଓ ଆସିକା ପୋଲିସ ମିଳିତ ଭାବେ ଚଢ଼ାଉ କରି ୮ ହଜାର ଲିଟର ଦେଶୀ ମଦ ପୋଚ ନଷ୍ଟ କରିଛି। ଶନିବାର ଭୋରରୁ ଚମ୍ପାପଲ୍ଲୀ ଆଖପାଖ ଅଞ୍ଚଳରେ ଚଢ଼ାଉ…

କର୍ମଚାରୀଙ୍କୁ ଛଟେଇ କଲା ମିଶ୍ରିଲାଲ କମ୍ପାନୀ

କାଳିଆପାଣି,୧୧।୪(ଡିଏନଏ): ଲକ୍‌ଡାଉନ ସମୟରେ କୌଣସି କର୍ମଚାରୀଙ୍କୁ କମ୍ପାନିପକ୍ଷରୁ ଛଟେଇ କରାଯାଇ ପାରିବ ନାହିଁ କିମ୍ବା ଦରମା କାଟିପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ମାତ୍ର ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ଏଡ଼ାଇ ଯାଇ ମିଶ୍ରିଲାଲ କମ୍ପାନୀ ପ୍ରାଥମିକ ପର୍ଯ୍ୟାୟରେ ୧୦ଜଣ…

ବମିଖାଲରୁ ଲୁଚି ପଳାଇ ଆସିଛନ୍ତି ଦମ୍ପତି, ଭୟରେ ଅଞ୍ଚଳବାସୀ

ରସୁଲପୁର,୧୧।୪(ଡିଏନଏ)- ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦ରେ ପହଞ୍ଚତ୍ଛି। ଏଥିରେ ସର୍ବାଧିକ ଆକ୍ରାନ୍ତ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି। ଏହି ସହରର ସତ୍ୟନଗର, ବମିଖାଲ, ସୁନ୍ଦରପଦା, ଝାରପଡ଼ା ଭଳି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହିସବୁ ଅଞ୍ଚଳକୁ ସିଲ କରିଦିଆଯାଇଛି।…

ସାନିଟାଇଜ ହେଲା ଲୋଇସିଂହା ବସ୍ତି

ଲୋଇସିଂହା,୧୧।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର ପଞ୍ଚାୟତ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଓ ପରିବେଶ ସ୍ବଚ୍ଛ ରଖିବା ପାଇଁ ଶନିବାର ସାନିଟାଇଜ କରାଯାଇଛି। ବିଡିଓ ରାମଚନ୍ଦ୍ର ଖାଡିଆଙ୍କ ପ୍ରତଞକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ସରପଞ୍ଚ ସୁନୀଲ ଅଗ୍ରୱାଲ ଉପସ୍ଥିତିରେ…

ବଲାଙ୍ଗୀରରେ ୨୫୦୦ ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ୍‌ ସେଣ୍ଟର

ବଲାଙ୍ଗୀର ଅଫିସ,୧୧ା୪: କରୋନା ମହାମାରୀର ସଫଳ ମୁକାବିଲା ପାଇଁ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନଭିତ୍ତିିରେ ପ୍ରୟାସ ଆରମ୍ଭ ହୋଇଛି। ବଲାଙ୍ଗୀର ମ୍ୟୁନିସିପାଲିଟି ଅଞ୍ଚଳରେ ୨୫୦୦ଶଯ୍ୟାର କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ବଲାଙ୍ଗୀର ସହର, ସଦାଇପାଲି, ଦୁର୍ଗାପାଲିଠାରେ…

ବିଶୋଧନ ହେଲା ଅସ୍ଥାୟୀ କୋଭିଡ୍‌ ହସ୍‌ପିଟାଲ

ଶଙ୍କରାଖୋଲ,୧୧ା୪(ଡି.ଏନ୍‌.ଏ.)- ଶଙ୍କରାଖୋଲ ଠାରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଅସ୍ଥାୟୀ ଭାବେ କୋଭିଡ ହସ୍‌ପିଟାଲ କରାଯାଇଛି। ଶନିବାର ଚକାପାଦ ଅଗ୍ନିଶମ ବିଭାଗ ପକ୍ଷରୁ ଏହାକୁ ସୋଡିୟମ ହାଇପୋକ୍ଲୋରାଇଡ ମିଶ୍ରଣ ସିଞ୍ଚନ କରି ବିଶୋଧନ କରାଯାଇଛି। ଟିମ୍‌ ହ୍ୟୁମାନିଟ୍‌ର ସଦସ୍ୟ ରାଜେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri