କଟକଣା କୋହଳ ସତ୍ତ୍ବେ ବସ୍‌ ବନ୍ଦ

କଟକ ଅଫିସ,୬ା୮: କରୋନା କଟକଣା କୋହଳ ସତ୍ତ୍ୱେ ବସ୍‌ ସେବା ବନ୍ଦ ରହିଛି। ମାର୍ଚ୍ଚରୁ ଘରୋଇ ବସ୍‌ଗୁଡ଼ିକ ବାଦାମବାଡ଼ି-ଲିଙ୍କ୍‌ରୋଡ ମୁଖ୍ୟରାସ୍ତା କଡ଼ରେ ପଡ଼ିରହି ଖତ ଖାଉଛି। ସରକାରୀ ବସ୍‌ ସେବାର ମଧ୍ୟ ସମଦଶା। କଟକରୁ କୌଣସି ବସ୍‌ ଗଡୁ ନ ଥିବାରୁ ଘରୋଇ ବସ୍‌ର ମାଲିକଙ୍କୁ ଏହା ବିପୁଳ କ୍ଷତି ଦେଉଥିବା ମାଲିକମାନେ କହିଛନ୍ତି। ମେ’ରେ କଟକରୁ ଭୁବନେଶ୍ୱରକୁ ବସ୍‌ ଚାଲିବା ପରେ ଓଏସ୍‌ଆର୍‌ଟିସିର ମାତ୍ର ଗୋଟିଏ ବସ୍‌ ଚାଲିଥିତ୍ଲା। ଏହି ବସ୍‌ରେ ମାତ୍ର ୨୦ ଜଣ ଯାତ୍ରା କରୁଥିଲେ ବୋଲି କୁହାଯାଇଥିଲା। ବସ୍‌ଟି ୪୦ ସିଟ୍‌ ବିଶିଷ୍ଟ ହୋଇଥିଲେ ମଧ୍ୟ ସାମାଜିକ ଦୂରତ୍ୱ ପାଇଁ ଏପରି ହୋଇଥିବା ଓଏସ୍‌ଆର୍‌ଟିସି କଟକ ୟୁନିଟ ଇନ୍‌ଚାର୍ଜ ବଳରାମ ମହାନ୍ତି କହିଛନ୍ତି। କିନ୍ତୁ ଜୁଲାଇ ୧୭ରୁ ସରକାରୀ ବସ୍‌ ଗଡ଼ିବା ମଧ୍ୟ ବନ୍ଦ ରହିଛି। ଏବେ ଓଏସ୍‌ଆର୍‌ଟିସିର କୌଣସି ବସ୍‌ ଗଡୁନାହିଁ। ବିଭିନ୍ନ ଜିଲାକୁ ଲୋକେ ଗାଡ଼ି ଭଡ଼ାକରି ଯାଉଛନ୍ତି। ପରବର୍ତ୍ତୀ ଚିଠି ନ ଆସିବା ଯାଏ ମତାମତ ଦେଇହେବ ନାହିଁ ବୋଲି ଓଏସ୍‌ଆର୍‌ଟିସିର ଜଣେ ଅଧିକାରୀ କହିଥିଲେ। ଘରୋଇ ବସ୍‌ ମାଲିକ କପିଳା ବାରିକ କହିଛନ୍ତି, ବସ୍‌ ଏବେ ନଷ୍ଟ ହେବା ଉପରେ। ପଡ଼ିପଡ଼ି ଏହାର ବିଭିନ୍ନ ଯନ୍ତ୍ରାଂଶ ଖରାପ ହେବାକୁ ଲାଗିଲାଣି। କେବେ ଗଡ଼ିବ ତାହା ସ୍ପଷ୍ଟ ହେଉନି। ଏହି ସେବା ପୁଣି ଆରମ୍ଭ ହେବା ବେଳକୁ ଲକ୍ଷ ଲକ୍ଷ ଟଙ୍କା ମରାମତିରେ ଯିବ। ଡ୍ରାଇଭରମାନେ ଗାଁକୁ ଚାଲି ଯାଇଛନ୍ତି। ପ୍ରତି ସପ୍ତାହରେ ସେମାନଙ୍କୁ କିଛି ଖର୍ଚ୍ଚ ଦେବାକୁ ପଡୁଛି। ଗୋଟିଏ ୫୦ ସିଟ୍‌ବିଶିଷ୍ଟ ବସ୍‌ରେ ମାତ୍ର ୨୫ ଜଣଙ୍କୁ ନେଇ ଯାତ୍ରା କଲେ ତେଲ ଖର୍ଚ୍ଚ ଉଠିବ ନାହିଁ ବୋଲି ସେ କହିଛନ୍ତି। ଘରୋଇ ବସ୍‌ ମାଲିକ ସଂଘର କଟକ ସଭାପତି ଅଜୟ ବାରିକ କହିଛନ୍ତି, ବସ୍‌ ସେବାରେ ଏବେ କ୍ଷତି ହିଁ କ୍ଷତି। କିଛି ଘରୋଇ ବସ୍‌ ଚଳାଚଳ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି: ପୁରୀ ନ ଆସିବାକୁ ଅନୁରୋଧ

ପୁରୀ ଅଫିସ,୨୯ା୧୦: ମହାମାରୀ କରୋନା ବିପଦ ସମ୍ପୂର୍ଣ୍ଣ ଭାବେ ଟଳି ନାହିଁ। ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଏହାକୁ ଆମ...

ପାଟଣାରେ ପୁଣି ୨ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଲା

ପାଟଣା,୨୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତର ଜଣେ ୧୯ ବର୍ଷୀୟ ଯୁବକ ଓ ବୁଢ଼ୀକାପୁଡ଼ି ପଞ୍ଚାୟତର ଜଣେ ୧୮ ବର୍ଷୀୟ ଯୁବକ କରୋନା...

ଜେନା ସାହିରେ ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୧୨ ବଖରା

ପିପିଲି,୪ା୬(ଡି.ଏନ୍‌.ଏ./ସ୍ବ.ପ୍ର.)-ପୁରୀ ଜିଲା ପିପିଲି ବ୍ଲକର ଏକ କତା କମ୍ପାନୀରେ ଲାଗିଥିବା ଅଗ୍ନିକାଣ୍ଡ ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଦୁର୍ଗାଦାଶପୁର ପଞ୍ଚାୟତ ଠଣଠଣା ଗ୍ରାମ ଜେନା ସାହିରେ...

ସୁରଟରୁ ଟ୍ରେନ୍‌ରେ ଫେରୁଥିବା ବେଳେ ଅଧାବାଟରେ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର,୨୭।୫(ଡି.ଏନ୍‌.ଏ.)- ବେଲଗୁଣ୍ଠା ବ୍ଲକ ମଙ୍ଗଳପୁରର ଗ୍ରାମର ଜଣେ ମଙ୍ଗଳବାର ସୁରଟରୁ ଟ୍ରେନ ଯୋଗେ ଫେରୁଥିଲେ। ବାଟରେ ମହାରାଷ୍ଟ୍ରର କର୍ଣ୍ଣୋର ଷ୍ଟେଶନ ଠାରେ ସେ ସଂଜ୍ଞାହୀନ ହୋଇ...

ମାନବ କଲ୍ୟାଣରେ ବ୍ରତୀ ହେବାକୁ ଆହ୍ବାନ

ଅମରପାଲି, ୨୩।୯ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ରେଡକ୍ରସ ପକ୍ଷରୁ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା କଲେଜରେ ତିନିଦିନ ଧରି ଚାଲିଥିବା ଯୁବ ରେଡକ୍ରସ ଶିକ୍ଷା, ତାଲିମ...

ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

କୁଜଙ୍ଗ,୧୮ା୩(ଡି.ଏନ.ଏ.): କୁଜଙ୍ଗ ଥାନା ଅଧୀନ ଗୋପିଆକୁଦ ପଞ୍ଚାୟତ ବେଦାପାଟ ଗ୍ରାମର ପବିତ୍ର ଓଝା(୪୫)ଙ୍କ ସୋମବାର ରାତିରେ ସନ୍ଦେହଜନକ ମୃତ୍ୟୁଘଟିଛି। ମାତ୍ର ପବିତ୍ରଙ୍କୁ ଖାଦ୍ୟରେ ବିଷଦେଇ ତାଙ୍କ...

ମୁଦାଲା ଫେରାର ଘଟଣା: ଜଣେ ଏସଆଇ, ୩ କନେଷ୍ଟବଳ ନିଲମ୍ବିତ

କେନ୍ଦୁଝର,୧୫।୧୦ (ସ୍ବ.ପ୍ର.): କେନ୍ଦୁଝର ଜିଲା କୋର୍ଟ ପରିସରରୁ ଦୁଇଜଣ ମୁଦାଲା ଫେରାର ଘଟଣାରେ ପୋଲିସ କୋର୍ଟର ଜଣେ ସିଏସଆଇ ଓ ତିନି ଜଣ କନେଷ୍ଟବଳଙ୍କୁ ଏସପି...

ପିଆର୍‌ଏମ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ: ସଫେଇ ସଂସ୍ଥାଠାରୁ ଦାୟିତ୍ୱ ପ୍ରତ୍ୟାହାର

ବାରିପଦା ଅଫିସ,୧୪।୯- ବଣପାହାଡ଼ ଘେରା ତଥା ଆଦିବାସୀ ଅଧ୍ୟୁଷିିତ ମୟୂରଭଞ୍ଜ ଜିଲାର ଅପହଞ୍ଚ ଇଲାକାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନରେ...

Advertisement
Archives

Model This Week