ବନ୍ୟଜନ୍ତୁ ଉପଦ୍ରବ: ମଞ୍ଚାବାନ୍ଧି ଫସଲ ଜଗୁଛନ୍ତି ଚାଷୀ

ଲୋଇସିଂହା, ୧୪।୧୦(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଲୋଇସିଂହା ଓ ଆଗଲପୁର ବ୍ଲକ ଅଞ୍ଚଳରେ ଖରିଫ ଧାନ ପାକଳ ହୋଇ ଆସିଲାଣି। ଆଉ କିଛିଦିନ ପରେ ଅମଳ ପ୍ରକ୍ରିୟା ଆରମ୍ଭ ହୋଇଯିବ। ହେଲେ ଏହାପୂର୍ବରୁ ବନ୍ୟଜନ୍ତୁ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ବନ୍ୟଜନ୍ତୁ ଦାଉରୁ ଫସଲକୁ ସୁରକ୍ଷା ଦେବା ପାଇଁ ଜଙ୍ଗଲ ସୀମାନ୍ତ ଗାଁର ଚାଷୀମାନେ ଗଛରେ ମଞ୍ଚାବାନ୍ଧି ଜଗି ରହୁଛନ୍ତି । ଲୋଇସିଂହା ରେଞ୍ଜ ଅନ୍ତର୍ଗତ ଛେଲିଆପାଟ ଓ ସିଂଜୁରୀ ସଂରକ୍ଷିତ ଜଙ୍ଗଲରେ ବିଗତ କିଛିଦଶନ୍ଧି ହେଲା ହାତୀ ଆସ୍ଥାନ ଜମାଇଛନ୍ତି। ରାତି ସମୟରେ ହାତୀପଲ ଆସି ଲୋଇସିଂହା ବ୍ଲକ କଦଳୀପାଲି, ଭାଲୁପାଲି, ଭାଲିଆମୁଣ୍ଡା, ଚୌହାନପାଲି, ବାଦିବାହାଲ, ଖୁଣ୍ଟଲିମୁଣ୍ଡା, ଯୋଗୀସର୍ଡା, ନେଗିପାଲି ଓ ଆଗଲପୁର ବ୍ଲକର ବେନ୍ଦ୍ରା, ବକଟି, ପଟୁଆପାଲି, ଡୁମେରପାଲି, ବଙ୍ଗାବହାଲ, କୁଟାସିଂହା, ଡୁଙ୍ଗରିପାଲି, ହରଭଙ୍ଗା, ମୁରଶୁଣ୍ଢି, ରାମପୁର, ଲୁହରାମୁଣ୍ଡା, ଧଉଁରାଦାଦର, ତେନ୍ତୁଲିଖୁଣ୍ଟି, କେଶାଇପାଲି, ଲୁହୁରାମୁଣ୍ଡା, ଡୁଡୁକା, ମହାକୁରପାଲି, ଉପରବାହାଲ ପ୍ରଭୃତି ଅଞ୍ଚଳରେ ପ୍ରତିବର୍ଷ ଧାନ ଫସଲ ଓ ପନିପରିବା ଚାଷ ନଷ୍ଟ କରଥାନ୍ତି। ଏହି ଅଞ୍ଚଳରେ ବିଗତ କିଛିବର୍ଷ ହେଲା ବାର୍‌ହା ପଲ ମଧ୍ୟ ଫସଲ ଖାଉଥିବା ଅଭିଯୋଗ ହେଉଛି ା ହାତୀର ଗତିବିଧି ଅନୁଧ୍ୟାନ ପାଇଁ ହାତୀସ୍କ୍ବାଡ ଥିଲେ ସୁଦ୍ଧା ସେମାନେ କୌଣସି କାମରେ ଆସୁ ନ ଥିବା କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି ା ସେମାନଙ୍କ ଅଭିଯୋଗ ହେଲା ବହୁ ପରିମାଣରେ ଚାଷ କ୍ଷୟକ୍ଷତି ହେଉଥିବାବେଳେ ଉଚିତ ପରିମାଣରେ ସରକାରୀ ସହାୟତା ମିଳୁନାହିଁ। ଚଳିତବର୍ଷ ହାତୀ ଉପଦ୍ରବ ଦେଖାଦେଇନାହିଁ ା ତେବେ ବର୍ଷଯାକର ପରିଶ୍ରମ ବୃଥା ନ ଯିବା ପାଇଁ ଚାଷୀମାନେ ଗଛରେ ମଞ୍ଚା ବାନ୍ଧି ଜଗି ରହୁଥିବା କେଶାଇପାଲି ଗାଁର ରାମେଶ୍ୱର କଠାର, ଯାଦବ ସାହୁ, ରାଧେଶ୍ୟାମ ହାତୀ ପ୍ରମୁଖ ଚାଷୀ କହିଛନ୍ତି। ନିଜ ପକ୍ଷରୁ ଫସଲ ଜଗୁଥିଲେ ହେଁ ବନବିଭାଗ ଟର୍ଚ୍ଚ ଲାଇଟ ଯୋଗାଉ ନ ଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ା ଏ ସମ୍ପର୍କରେ ସାଲେଭଟା ଫରେଷ୍ଟର ମଧୁସୂଦନ ଗଡୁଆ କହନ୍ତି, ଚଳିତ ବର୍ଷ ଚାଷୀଙ୍କଠାରୁ ବାର୍‌ହା କିମ୍ବା ହାତୀ ଫସଲ ନଷ୍ଟ କରିଥିବା ଅଭିଯୋଗ ଏ ଯାଏ ଆସିନାହିଁ ା ଅଦ୍ୟାବଧି କାହାକୁ ଟର୍ଚ୍ଚଲାଇଟ କାହାକୁ ଦିଆଯାଇ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri