ବନ୍ୟଜନ୍ତୁ ଉପଦ୍ରବ: ମଞ୍ଚାବାନ୍ଧି ଫସଲ ଜଗୁଛନ୍ତି ଚାଷୀ

ଲୋଇସିଂହା, ୧୪।୧୦(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଲୋଇସିଂହା ଓ ଆଗଲପୁର ବ୍ଲକ ଅଞ୍ଚଳରେ ଖରିଫ ଧାନ ପାକଳ ହୋଇ ଆସିଲାଣି। ଆଉ କିଛିଦିନ ପରେ ଅମଳ ପ୍ରକ୍ରିୟା ଆରମ୍ଭ ହୋଇଯିବ। ହେଲେ ଏହାପୂର୍ବରୁ ବନ୍ୟଜନ୍ତୁ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ବନ୍ୟଜନ୍ତୁ ଦାଉରୁ ଫସଲକୁ ସୁରକ୍ଷା ଦେବା ପାଇଁ ଜଙ୍ଗଲ ସୀମାନ୍ତ ଗାଁର ଚାଷୀମାନେ ଗଛରେ ମଞ୍ଚାବାନ୍ଧି ଜଗି ରହୁଛନ୍ତି । ଲୋଇସିଂହା ରେଞ୍ଜ ଅନ୍ତର୍ଗତ ଛେଲିଆପାଟ ଓ ସିଂଜୁରୀ ସଂରକ୍ଷିତ ଜଙ୍ଗଲରେ ବିଗତ କିଛିଦଶନ୍ଧି ହେଲା ହାତୀ ଆସ୍ଥାନ ଜମାଇଛନ୍ତି। ରାତି ସମୟରେ ହାତୀପଲ ଆସି ଲୋଇସିଂହା ବ୍ଲକ କଦଳୀପାଲି, ଭାଲୁପାଲି, ଭାଲିଆମୁଣ୍ଡା, ଚୌହାନପାଲି, ବାଦିବାହାଲ, ଖୁଣ୍ଟଲିମୁଣ୍ଡା, ଯୋଗୀସର୍ଡା, ନେଗିପାଲି ଓ ଆଗଲପୁର ବ୍ଲକର ବେନ୍ଦ୍ରା, ବକଟି, ପଟୁଆପାଲି, ଡୁମେରପାଲି, ବଙ୍ଗାବହାଲ, କୁଟାସିଂହା, ଡୁଙ୍ଗରିପାଲି, ହରଭଙ୍ଗା, ମୁରଶୁଣ୍ଢି, ରାମପୁର, ଲୁହରାମୁଣ୍ଡା, ଧଉଁରାଦାଦର, ତେନ୍ତୁଲିଖୁଣ୍ଟି, କେଶାଇପାଲି, ଲୁହୁରାମୁଣ୍ଡା, ଡୁଡୁକା, ମହାକୁରପାଲି, ଉପରବାହାଲ ପ୍ରଭୃତି ଅଞ୍ଚଳରେ ପ୍ରତିବର୍ଷ ଧାନ ଫସଲ ଓ ପନିପରିବା ଚାଷ ନଷ୍ଟ କରଥାନ୍ତି। ଏହି ଅଞ୍ଚଳରେ ବିଗତ କିଛିବର୍ଷ ହେଲା ବାର୍‌ହା ପଲ ମଧ୍ୟ ଫସଲ ଖାଉଥିବା ଅଭିଯୋଗ ହେଉଛି ା ହାତୀର ଗତିବିଧି ଅନୁଧ୍ୟାନ ପାଇଁ ହାତୀସ୍କ୍ବାଡ ଥିଲେ ସୁଦ୍ଧା ସେମାନେ କୌଣସି କାମରେ ଆସୁ ନ ଥିବା କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି ା ସେମାନଙ୍କ ଅଭିଯୋଗ ହେଲା ବହୁ ପରିମାଣରେ ଚାଷ କ୍ଷୟକ୍ଷତି ହେଉଥିବାବେଳେ ଉଚିତ ପରିମାଣରେ ସରକାରୀ ସହାୟତା ମିଳୁନାହିଁ। ଚଳିତବର୍ଷ ହାତୀ ଉପଦ୍ରବ ଦେଖାଦେଇନାହିଁ ା ତେବେ ବର୍ଷଯାକର ପରିଶ୍ରମ ବୃଥା ନ ଯିବା ପାଇଁ ଚାଷୀମାନେ ଗଛରେ ମଞ୍ଚା ବାନ୍ଧି ଜଗି ରହୁଥିବା କେଶାଇପାଲି ଗାଁର ରାମେଶ୍ୱର କଠାର, ଯାଦବ ସାହୁ, ରାଧେଶ୍ୟାମ ହାତୀ ପ୍ରମୁଖ ଚାଷୀ କହିଛନ୍ତି। ନିଜ ପକ୍ଷରୁ ଫସଲ ଜଗୁଥିଲେ ହେଁ ବନବିଭାଗ ଟର୍ଚ୍ଚ ଲାଇଟ ଯୋଗାଉ ନ ଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ା ଏ ସମ୍ପର୍କରେ ସାଲେଭଟା ଫରେଷ୍ଟର ମଧୁସୂଦନ ଗଡୁଆ କହନ୍ତି, ଚଳିତ ବର୍ଷ ଚାଷୀଙ୍କଠାରୁ ବାର୍‌ହା କିମ୍ବା ହାତୀ ଫସଲ ନଷ୍ଟ କରିଥିବା ଅଭିଯୋଗ ଏ ଯାଏ ଆସିନାହିଁ ା ଅଦ୍ୟାବଧି କାହାକୁ ଟର୍ଚ୍ଚଲାଇଟ କାହାକୁ ଦିଆଯାଇ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri