ଆମ ଜିଲା ଖବର

ମହନୀୟତା ଦେଖାଇଲେ ନଳିନୀ: ଏଟିଏମ୍‌ କାଉଣ୍ଟରରୁ ମିଳିଥିବା ଟଙ୍କା ବ୍ୟାଙ୍କରେ ଫେରାଇଲେ

ଭଦ୍ରକ ଅଫିସ, ୨୬ା୨- ମହନୀୟତା ଦେଖାଇଲେ ନଳିନୀକାନ୍ତ ପଣ୍ଡା। ଯଦିଓ ସେ ଜଣେ ମୋବାଇଲ ଦୋକାନୀ କିନ୍ତୁ ତାଙ୍କ ମାନବିକତାକୁ ନେଇ ଭଦ୍ରକ ସହରରେ ଚର୍ଚ୍ଚା ଜୋର ଧରିଛି। ୨ ଦିନ ପୂର୍ବେ ତାଙ୍କ ମା’ ତାରିଣୀ ଫୋନ୍‌ ଇନ୍‌...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଅଟକ

କପ୍ତିପଦା,୨୬ା୨(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତଙ୍କୁ ପୋଲିସ୍‌ ଅଟକ ରଖି ତଦନ୍ତ ଜାରି ରଖିଛି । ପୋଲିସ ସୂଚନା ଅନୁଯାୟୀ, ୨୦...

ଉଜୁଡ଼ି ଯାଉଛି ଉପକୂଳ ବନାଞ୍ଚଳ

ଭୋଗରାଇ, ୨୬।୨(ପ୍ରଦୀପ ଦାସ)-ପ୍ରକୃତିର ଅମୂଲ୍ୟ ସମ୍ପଦ ଜଙ୍ଗଲ। ପ୍ରକୃତିକୁ ସୁରକ୍ଷିତ ରଖିଲେ ଆମେ ସୁରକ୍ଷିତ ରହିପାରିବା। ସମୁଦ୍ର ଉପକୂଳବର୍ତ୍ତୀ ଜଙ୍ଗଲ ଦିନକୁ ଦିନ ଧ୍ୱଂସ ହୋଇଯାଉଥିବାରୁ ତାପମାତ୍ରା ବୃଦ୍ଧି ପାଇବା ସହିତ ପରିବେଶ ଉପରେ ଗଭୀର ପ୍ରଭାବ ପଡୁଛି। ଓଡ଼ିଶାରେ...

ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା: ନିର୍ବାହୀ ଅଧିକାରୀଙ୍କୁ ଘେରିଲେ

ବାଲେଶ୍ୱର ଅଫିସ, ୨୬।୨-ବାଲେଶ୍ୱର ସହର ରାସ୍ତାଗୁଡ଼ିକୁ ପ୍ରଶସ୍ତ କରିବା ଲାଗି ଜିଲା ପ୍ରଶାସନ ଓ ପୌରପାଳିକା କର୍ତ୍ତୃପକ୍ଷ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୌରପାଳିକା କର୍ତ୍ତୃପକ୍ଷଙ୍କ ପାତରଅନ୍ତର ନୀତି ଯୋଗୁ ବିଭିନ୍ନ ବସ୍ତିରେ ଉତ୍ତେଜନା ସୃଷ୍ଟି ହେଉଛି। ଘଟଣାସ୍ଥଳରେ...

ଓଡ଼ିଆ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରକୁ ସର୍ବଭାରତୀୟ ସଫଳତା: ଚିତ୍ରଭାରତୀ ସମ୍ମାନ ପାଇଲା ‘ଶ୍ରୀକ୍ଷେତ୍ରରୁ ସାହିଜାତ’

କଟକ ଅଫିସ,୨୫ା୨- ଓଡ଼ିଆ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ସର୍ବଭାରତୀୟ ସ୍ତରରେ ସଫଳତା ହାସଲ କରିଛି। ଏହି ଚଳଚ୍ଚିତ୍ରକୁ ମିଳିଛି ମର୍ଯ୍ୟାଦାଜନକ ‘ଚିତ୍ରଭାରତୀ ସମ୍ମାନ’। ଗୁଜରାଟର ଅହମ୍ମଦାବାଦ୍‌ଠାରେ ଗତ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଚିତ୍ର ଭାରତୀ ସିନେ ଉତ୍ସବ...

ରାଜ୍ୟସ୍ତରୀୟ ରେଳ ସୁରକ୍ଷା କମିଟି ବୈଠକ: ଟ୍ରେନ୍‌ରେ ମାନବ ଚାଲାଣ ରୋକିବାକୁ ଗୁରୁତ୍ୱ

କଟକ ଅଫିସ,୨୫ା୨- ରାଜ୍ୟସ୍ତରୀୟ ରେଳ ସୁରକ୍ଷା କମିଟିର ଚଳିତବର୍ଷର ପ୍ରଥମ ତ୍ରୈମାସିକ ବୈଠକ ମଙ୍ଗଳବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଡିଜିପି ଅଭୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୋଲିସ, ରେଲଓ୍ବେ ସହ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ...

ଭବାନୀପାଟଣା ସହର ଆଖପାଖ ଅଞ୍ଚଳରେ ଝଡ଼ତୋଫାନ ବର୍ଷା: ଉଡ଼ିଲା ଘରର ଛାତ, କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି

ଭବାନୀପାଟଣା, ୨୫।୨ (ଡି.ଏନ୍‌.ଏ.)- ଭବାନୀପାଟଣା ଆଖପାଖ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ କିଛି ସମୟ ପାଇଁ ଝଡ଼ତୋଫାନ ବର୍ଷା ସହ କୁଆପଥର ମାଡ଼ ହୋଇଛି। ଫଳରେ ଅନେକ ଗଛ ଉପୁଡିବା ସହ ଡାଳପତ୍ର ଭାଙ୍ଗି ରାସ୍ତା ଉପରେ ପଡିବା ଯୋଗୁ ଜାତୀୟ...

ଚମ୍ପକେଶ୍ୱର ମନ୍ଦିରରୁ ବାସନ ଚୋରି ଘଟଣା: ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ

ବଡ଼ବିଲ,୨୫।୨ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବଲାଣୀ ଥାନା ତଥା ବଡବିଲ ପୌରାଂଚଳ ମାଟକାମବେଡାସ୍ଥିତ ଚମ୍ପକେଶ୍ୱର ମନ୍ଦିରରୁ ବାସନକୁସନ ଚୋରି ମାମଲାର ଜେଏମ୍‌ଏଫ୍‌ସି କୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଏହି ଘଟଣାରେ ବିଚାରାଧୀନ କଏଦୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ...

ମହିଳା ରୋଷେୟାଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକ, ପୁରୁଷ ରୋଷେୟା ଗିରଫ

ଦାରିଙ୍ଗବାଡି,୨୫।୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଛଡାକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ରୋଷେୟା(ବିଧବା)ଙ୍କୁ ୩ବର୍ଷ ଧରି ଅସଦାଚରଣ କରିଆସୁଥିବା ଘଟଣାରେ ମଙ୍ଗଳବାର ଦାରିଙ୍ଗବାଡି ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ବିଦ୍ୟାଳୟର ପ୍ରଧାନ...

ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ, ଘୋଷଣା ହୋଇଥିଲା ୫ ଲକ୍ଷର ପୁରସ୍କାର ରାଶି

ମାଲକାନଗିରି,୨୫।୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ପୋଲିସ କାର୍ଯ୍ୟାଳୟଠାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍‌ ଅହମ୍ମଦ କେଙ୍କ ନିକଟରେ ଆଜି ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ କମୁଳୁ ବେଟି। ଛତିଶଗଡ଼ ବିଜାପୁର ଜିଲା କମକା ଗ୍ରାମରେ ତାଙ୍କ ଘର...

ରଣଝାଲି ଗ୍ରାମରେ ପାନୀୟ ଜଳ ସଙ୍କଟ: ହାଣ୍ଡି ମାଠିଆ ଧରି ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ମହିଳା

ପୁରୁଷୋତ୍ତମପୁର,୨୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରଣଝାଲି ଗ୍ରାମର ୪ ଓ ୫ ନଂ ୱାର୍ଡରେ ପାନୀୟଜଳର ଘୋର ଅଭାବ ଦେଖାଦେଇଛି। ଏ ନେଇ ଦୀର୍ଘଦିନ ଧରି ଲୋକେ ବ୍ଲକ ଓ ଜିଲା ପ୍ରଶାସନଠାରେ ବାରମ୍ବାର ଅଭିଯୋଗ କରୁଥିଲେ...

ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଭବାନୀପାଟଣା, ୨୫।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଅଦାଲତ ଜିଲା ଓ ଦୌରାଜଜ୍‌ ପ୍ରଦୀପ କୁମାର ପଟ୍ଟନାୟକ ମଙ୍ଗଳବାର ଏକ ହତ୍ୟା ମାମଲା କେସ୍‌ ନଂ. ୫୧/୨୦୧୫ର ଶୁଣାଣି କରିଛନ୍ତି। କେସିଙ୍ଗା ଥାନା ଅନ୍ତର୍ଗତ ଡେମେରମୁଣ୍ଡା ଗ୍ରାମର ଅଭିଯୁକ୍ତ ଶିଶୁପାଲ ମାଝିଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri