ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ, ଘୋଷଣା ହୋଇଥିଲା ୫ ଲକ୍ଷର ପୁରସ୍କାର ରାଶି

ମାଲକାନଗିରି,୨୫।୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ପୋଲିସ କାର୍ଯ୍ୟାଳୟଠାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍‌ ଅହମ୍ମଦ କେଙ୍କ ନିକଟରେ ଆଜି ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ କମୁଳୁ ବେଟି। ଛତିଶଗଡ଼ ବିଜାପୁର ଜିଲା କମକା ଗ୍ରାମରେ ତାଙ୍କ ଘର ବୋଲି ଜଣାପଡ଼ିଛି। ସେ ୨୦୦୭ରେ ମାଓ ସଂଗଠନରେ ଯୋଗ ଦେଇଥିବା ବେଳେ ବର୍ତ୍ତମାନ ଦରଭା ଡିଭିଜନ ଅଧୀନ କାଙ୍ଗେରଘାଟି ଏରିଆ କମିଟିର ଏରିଆ କମିଟି ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ସେ ମାଥିଲି ଥାନା ଅନ୍ତର୍ଗତ ଗୋଲିଆଗୁଡ଼ା ଗ୍ରାମର ବିଜୟ ମୁଚାକି ଓ ଧୁରୁଆ ମୁଚାକିଙ୍କୁ ନିସ୍ତୁକ ମାଡ ମାରିବା, ମାଥିଲି ଥାନାର ଖଟୁଆପଦର ଗ୍ରାମର ପରଦେଶି ଧୁରୁଆଙ୍କୁ ହତ୍ୟା, ଟେମୁରୁପାଲ୍ଲୀ ଗ୍ରାମ ନିକଟରେ ଜେସିବି ମେଶିନ ଓ ଟିପ୍ପର ପୋଡ଼ି ଓ ଚାଲାଣଗୁଡ଼ା ନିକଟରେ ପ୍ରବୋଧ ବିଷୋୟୀ ନାମକ ଠିକାଦାରଙ୍କୁ ହତ୍ୟା, କୁକୁରକୁଣ୍ଡ ଗ୍ରାମର ଗୁଜ କବାସୀଙ୍କୁ ହତ୍ୟା, ଦଣ୍ଡିପଦର ଗ୍ରାମର ବୁଦ୍ରା ମାଡ଼କାମି ଓ ସମାରୁ ମୁଚାକିଙ୍କୁ ହତ୍ୟା, ସୋଡ଼ିଗୁଡ଼ା ଗ୍ରାମ ନିକଟରେ ପୁଲସ ସହ ଗୁଳି ବିନିମୟ ଘଟଣା, ଡଲଡଲି ଗ୍ରାମ ନିକଟରେ ପୋଲିସ ସହ ଗୁଳି ବିିନିମୟ ଘଟଣା, ଟେମୁରୁପାଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟକୁ ଭାଙ୍ଗିବା ସହ ସରକାରୀ ସମ୍ପତ୍ତି ଲୁଟ ପ୍ରଭୃତି ବହୁ ହିଂସାକାଣ୍ଡରେ ଜଡ଼ିତ ଥିବା ଜଣାପଡ଼ିଛି। ତାଙ୍କ ନାମରେ ସରକାର ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ଏବେ କମୁଳୁଙ୍କୁ ସରକାରଙ୍କ ଆତ୍ମସମର୍ପଣ ଯୋଜନା ଅନୁଯାୟୀ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବା ସହ ବାସଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା, ପାଠପଢ଼ିବା ଏବଂ ଧନ୍ଦାମୂଳକ ତାଲିମ ପ୍ରଦାନ କରାଯିବ ବୋଲି ଡିଆଇଜି ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ା ଖବରଦାତା ସମ୍ମିଳନୀରେ ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି ଖିଲାରୀ ଓ ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ଅମରେନ୍ଦ୍ର ସିଂ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri