ମହନୀୟତା ଦେଖାଇଲେ ନଳିନୀ: ଏଟିଏମ୍‌ କାଉଣ୍ଟରରୁ ମିଳିଥିବା ଟଙ୍କା ବ୍ୟାଙ୍କରେ ଫେରାଇଲେ

ଭଦ୍ରକ ଅଫିସ, ୨୬ା୨- ମହନୀୟତା ଦେଖାଇଲେ ନଳିନୀକାନ୍ତ ପଣ୍ଡା। ଯଦିଓ ସେ ଜଣେ ମୋବାଇଲ ଦୋକାନୀ କିନ୍ତୁ ତାଙ୍କ ମାନବିକତାକୁ ନେଇ ଭଦ୍ରକ ସହରରେ ଚର୍ଚ୍ଚା ଜୋର ଧରିଛି। ୨ ଦିନ ପୂର୍ବେ ତାଙ୍କ ମା’ ତାରିଣୀ ଫୋନ୍‌ ଇନ୍‌ ମୋବାଇଲ ଦୋକାନ ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରେ କେହି ଜଣେ ୨୦ ହଜାର ଟଙ୍କା ଛାଡ଼ି ଚାଲିଯାଇଥିଲେ। ଏହି ଟଙ୍କା ପାଇ ସେ ତାଙ୍କ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଦେଖି ଜଣେ ବ୍ୟକ୍ତି ଟଙ୍କା କାଢ଼ିବା ପାଇଁ ପାସୱାର୍ଡ ଦେଇଥିଲେ କିନ୍ତୁ ମେଶିନରୁ ଟଙ୍କା ବାହାରିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ମେଶିନ ଖରାପ ଥିବା ଭାବି ଚାଲିଯାଇଥିଲେ। ଉକ୍ତ ଟଙ୍କା ଏଟିଏମ୍‌ କାଉଣ୍ଟରରେ ବାହାରି ରହିଥିଲା। ଏହି ଟଙ୍କା ସେ ପାଇବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରକୃତ ତଥ୍ୟ ଦେଇ ନେଇଯିବା ପାଇଁ ଅନୁରୋଧ କରିଥିଲେ। ହେଲେ ୨ ଦିନ ଅପେକ୍ଷା ପରେ ମଧ୍ୟ କେହି ଟଙ୍କା ନ ନେବାରୁ ମଙ୍ଗଳବାର ଏସ୍‌ବିଆଇ ଭଦ୍ରକ ମୁଖ୍ୟ ବ୍ରାଞ୍ଚ ମ୍ୟାନେଜର୍‌ଙ୍କୁ ଜିମା ଦେଇଥିଲେ। ଏହିଭଳି ମାନବିକତାକୁ ନେଇ ସୋସିଆଲ ମିଡିଆରେ ନଳିନୀଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ସୂଚନା ଥାଉକି, ନଳିନୀ କାନ୍ତ ପଣ୍ଡାଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବଣିଆଁ ଗାଁରେ। ସେ ଚରମ୍ପା କଲେଜରେ ୨୦୦୭ରେ ଛାତ୍ର ସଙ୍ଗଠନର ସମ୍ପାଦକ ଓ ୨୦୦୮ରେ ସଭାପତି ଭାବେ ନିର୍ବାଚିତ ହୋଇ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଛନ୍ତି। ଏବେ ଭଦ୍ରକ ବିଜୁ ଜନତା ଦଳର ଅଗ୍ରଣୀ ସଦସ୍ୟ ଭାବେ କାର୍ଯ୍ୟ କରିଆସୁଛନ୍ତି ଏବଂ କଲେଜ ରୋଡରେ ଏକ ମୋବାଇଲ ଦୋକାନ ଖୋଲି ଜୀବିକା ଚଳାଇ ଆସୁଛନ୍ତି। ପରବର୍ତ୍ତୀ ସୂଚନା ମୁତାବକ ଉକ୍ତ ଟଙ୍କା ବାଉଦପୁର ଅଞ୍ଚଳର ଜଣେ ସରକାରୀ କର୍ମଚାରୀ ସୁବୋଧ କୁମାର ଦାସଙ୍କ ବୋଲି ଜଣାପଡ଼ିଛି। ବ୍ୟାଙ୍କ ମାଧ୍ୟମରେ ସୁବୋଧଙ୍କୁ ଉକ୍ତ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୨ା୪: ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିବାର ୧୧ ଦିନ ପରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଶ୍ରୀଧର ଦେବଙ୍କ ସ୍ଥାନରେ ସାକା...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri