ଆମ ଜିଲା ଖବର

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ କରୋନା

ଭବାନୀପାଟଣା,୧୮।୧୦(ଡି.ଏନ୍‌.ଏ.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ପଜିଟିଭ୍‌ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ସେ ସୁସ୍ଥ ଓ ଫିଟ୍‌…

ରାସ୍ତାପାର୍ଶ୍ୱରେ ପଡ଼ିଥିବା ପେଟିଭିତରୁ ନବଜାତକର ମୃତଦେହ ଉଦ୍ଧାର

ବସ୍ତା,୧୮ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ବାଲିଆପାଳ ରାସ୍ତାର ପେଜଗଳl ପୋଲ ନିକଟ ରାସ୍ତାପାର୍ଶ୍ୱରେ ରବିବାର ସକାଳେ ଏକ ପେଟି ଭିତରେ ନବଜାତକର ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ l ପରେ ପୋଲିସକୁ ଖବର ଦେବାରୁ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି…

କୋରାପୁଟରୁ ୪୧ କରୋନା ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୬୮୭୧କୁ ବୃଦ୍ଧି

କୋରାପୁଟ,୧୮।୧୦(ସ୍ବ.ପ୍ର.): କୋରାପୁଟ ଜିଲାରେ ରବିବାର ଆଉ ୪୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୭୧କୁ ବୃଦ୍ଧି ପାଇଛି। ଚିହ୍ନଟ ୪୧ ଜଣଙ୍କ ମଧ୍ୟରେ ପୁରୁଷ ୨୭ ଓ ମହିଳା ୧୪…

NEET ଟପ୍ପର ସୋଏବ୍‌ଙ୍କ ସହ ଫୋନ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ, ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନ୍‌ଇଇଟି(NEET) ଟପ୍ପର ସୋଏବ ଅଫତାବଙ୍କ ସହ ଫୋନରେ ରବିବାର କଥା ହୋଇଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସୋଏବଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷା: ୧୯ରେ ପ୍ରଥମ ମେରିଟ ଲିଷ୍ଟ

କୋରାପୁଟ,୧୮।୧୦(ସ୍ବ.ପ୍ର.): ଓଡ଼ଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ଦେଶର ୧୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ୪ଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ୟୁଜି ଓ ପିଜି ନାମ ଲେଖା ପାଇଁ ପୁର୍ବରୁ ପ୍ରବେଶିକା ପରୀକ୍ଷା ହୋଇଥିଲା। ତେବେ ଆସନ୍ତା ୧୯ ତାରିଖରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ନାମ…

ଆଉଜଣେ କୋଭିଡ୍‌ ଯୋଦ୍ଧାଙ୍କ ପରଲୋକ

ପାଟଣା,୧୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାର ବର୍ଷୀୟାନ ସଂଗଠକ ତଥା ଖବରଦାତା ଧୀରେନ କୁମାର ରାଉତଙ୍କର ରବିବାର ସକାଳେ ୬୨ ବର୍ଷ ବୟସରେ ପରଲୋକ ଘଟିଛି। କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ଜିଲାରେ ସେ କାନ୍ଦିରି ଭାଈ ରୂପେ…

ବିଜୁ ମାର୍କେଟ ଦୋକାନ ଘରେ ଗୋଦାମ

ନୟାଗଡ଼ ଅଫିସ,୧୮ା୧୦: ନୟାଗଡ଼ ସହର ବିଜୁ ମାର୍କେଟର ଦୋକାନ ଘରେ ଗୋଦାମ ସଂଖ୍ୟା ବଢ଼ିବା ପରେ ଖୁଚୁରା ବ୍ୟବସାୟୀ ଚିନ୍ତାରେ ଅଛନ୍ତି। ସେମାନଙ୍କ ବ୍ୟବସାୟ ଦିନକୁ ଦିନ କମିବାରେ ଲାଗିଛି। ପୁଣି ବଜାରରେ ପାର୍କିଂ ବ୍ୟବସ୍ଥା, ଦୋକାନୀ ଓ ଗ୍ରାହକଙ୍କ ପାଇଁ…

କଟକଣା ମାନିଲେ, ଅରୁଣ ସ୍ତମ୍ଭ ପାଖକୁ ଗଲେନି

ପୁରୀ ଅଫିସ୍‌,୧୮ା୧୦: କରୋନା କଟକଣା ପାଇଁ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ଛଡ଼ାଯାଉ ନାହିଁ। କିନ୍ତୁ ଅନେକ ସମୟରେ ବିଭିନ୍ନ ଦଳର ନେତା, ମନ୍ତ୍ରୀ ମହାପ୍ରଭୁଙ୍କ ଆଶିଷ ଭିକ୍ଷା ପାଇଁ ଆସି ଅରୁଣ ସ୍ତମ୍ଭ ପାଖକୁ ଯାଇଛନ୍ତି। ଅରୁଣ ସ୍ତମ୍ଭ ନିକଟରୁ…

କରୋନା ଆକ୍ରାନ୍ତଙ୍କ ପତ୍ତା ମିଳୁନି

କଟକ ଅଫିସ,୧୮ା୧୦: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ବାରଦା ଗ୍ରାମର ଜଣେ ୭୨ ବର୍ଷୀୟ ବ୍ୟକ୍ତି ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ୨୯ ତାରିଖରେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ…

ବେଳାଭୂମିରେ କରୋନା ବିଜୟୀଙ୍କ ଯୋଗ

ପୁରୀ ଅଫିସ,୧୮ା୧୦: ପୁରୀ ବେଳାଭୂମିରେ ଜିଲା ପ୍ରଶାସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ମୋ ବିଚ୍‌ ଯୋଗ ଅନୁଷ୍ଠିତ ହୋଇଛି। ତାହା ପୁଣି କରୋନା ବିଜୟୀଙ୍କୁ ନେଇ । ଶନିବାର ସକାଳେ ବ୍ଲୁ ଫ୍ଲାଗ ବେଳାଭୂମିରେ ଏହି ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଏସ୍‌ସିବି ଆଇସୋଲେଶନ ୱାର୍ଡ: କରୋନା ରୋଗୀଙ୍କୁ ମିଳୁନି ଉନ୍ନତମାନର ଖାଦ୍ୟ

କଟକ ଅଫିସ,୧୮ା୧୦: ଏସ୍‌ସିବି ମେଡିକାଲରେ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ଗତ ମାର୍ଚ୍ଚରେ ଆଇସୋଲେଶନ ୱାର୍ଡ ଖୋଲାଯାଇଥିଲା। ପ୍ରଥମ ୨ ମାସ ଏଠାରେ ରୋଗୀ ସଂଖ୍ୟା କମ୍‌ ଥିଲା। ହେଲେ ପରବର୍ତ୍ତୀ ସମୟରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଥିଲା। ଏପରି ପ୍ରତିଦିନ…

ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ

ଯାଜପୁର ଟାଉନ,୧୮।୧୦(ଡି.ଏନ.ଏ.): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ରଥଯାତ୍ରା ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଛି। ଚଳିତ ବର୍ଷ ଏହି ରଥଯାତ୍ରା ୯ଦିନ ପରିବର୍ତ୍ତେ ୮ଦିନ ହେବ। ଅକ୍ଟୋବର ୨୩ରେ ମା’ଙ୍କ ଷଷ୍ଠୀ ଓ ସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବାରୁ ଏପରି ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?