NEET ଟପ୍ପର ସୋଏବ୍‌ଙ୍କ ସହ ଫୋନ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ, ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନ୍‌ଇଇଟି(NEET) ଟପ୍ପର ସୋଏବ ଅଫତାବଙ୍କ ସହ ଫୋନରେ ରବିବାର କଥା ହୋଇଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସୋଏବଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସୋଏବ୍‌ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ସର୍ବଭାରତୀୟ NEET ପ୍ରବେଶିକା ପରୀକ୍ଷାରେ ରାଉରକେଲାର ସୋଏବ୍‌ ଅଫତାବ ୭୨୦ରୁ ୭୨୦ ମାର୍କ ରଖି ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସରେ ଟପ୍ପର ହେବାରେ ସୋଏବ ହେଉଛନ୍ତି ଓଡ଼ିଶାର ପ୍ରଥମ ଛାତ୍ର। ସେ ରାଉରକେଲା ଆଜାଦ ମହଲାରେ ରହୁଥିବା ମହମ୍ମଦ ଆବାସଙ୍କ ପୁଅ। ସୋଏବ୍‌ ରାଉରକେଲା ଡିସୁଜା ସ୍କୁଲରେ ପଢୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ରାଜପଥ ସମ୍ପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ

ଯୋଡ଼ା, ୨୭।୧୧(ଡି.ଏନଏ) କେନ୍ଦୁଝର ଜିଲା ବାମେବାରୀ-ଯୋଡା ରାଜ୍ୟ ରାଜପଥ ନଂ ୨ ର ସମ୍ପ୍ରସାରଣ ପାଇଁ ଜବର ଦଖଲ ହୋଇଥିବା ଜମି ଗୁଡିକୁ ପ୍ରଶାସନ ପକ୍ଷରୁ...

ମାଲକାନଗିରିରେ ଖୋଲିଲା ଧାନମଣ୍ଡି

ମାଲକାନଗିରି,୩୦ା୧୧(ଡି.ଏନ୍‌.ଏ.): ସୋମବାର ମାଲକାନଗିରି ଜିଲାରେ ଚାଷୀମାନଙ୍କ ନିକଟରୁ ଧାନ କିଣିବା ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାନମଣ୍ଡି ଖୋଲାଯାଇଛି। ସଦର ମହକୁମା ନିୟନ୍ତ୍ରିତ ବଜାର...

ଆଜି ବର୍ଷାଙ୍କ ଆବେଦନ ଶୁଣାଣି

କଟକ ଅଫିସ,୨୭ା୫: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତିଙ୍କ ବିବାଦ ତୁଟୁନି। ଶୁକ୍ରବାର ବର୍ଷାଙ୍କ ଆବେଦନର ଶୁଣାଣି କରିବେ ହାଇକୋର୍ଟ। ସୋସିଆଲ ମିଡିଆରେ...

ନୂଆ ରୂପ ପାଇବ ରାଜଧାନୀ ଶ୍ମଶାନ

ଭୁବନେଶ୍ୱର,୧୦।୩ (ବ୍ୟୁରୋ): ରାଜଧାନୀ ଭୁବନେଶ୍ବରର ୬୭ ୱାର୍ଡରେ ଥିବା ସମସ୍ତ ଶ୍ମଶାନକୁ ନୂଆ ରୂପ ମିଳିବ। ଭୁବନେଶ୍ବର ମହାନଗର ନିଗମ (ବିଏମସି) ଦ୍ବାରା ଏ ନେଇ...

ମାଟ୍ରିକ୍‌ ପାସ୍‌ କଲେ ସୋରଡ଼ା ବିଧାୟକ

ସୋରଡ଼ା,୨୫ା୮(ଡି.ଏନ୍‌.ଏ.): ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଗଞ୍ଜାମ ଜିଲା ସୋରଡ଼ାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମାଟ୍ରିକ୍‌ ପରୀକ୍ଷାରେ ପାସ୍‌ କରିଛନ୍ତି।...

ଉଡାନ-୪ ଯୋଜନାରେ ସାମିଲ ହେବ ଓଡ଼ିଶାର ୩ ଏୟାରପୋର୍ଟ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଉଡାନ-୪ ଯୋଜନାରେ ରାଜ୍ୟର ୩ ଏୟାରପୋର୍ଟ ସାମିଲ ହେବ। ଜୟପୁର, ରାଉରକେଲା ଏବଂ ଉତ୍କେଲା ଏୟାରପୋର୍ଟ ଏହି ଯୋଜନାରେ ସାମିଲ ହେବା ନେଇ ମୁଖ୍ୟ...

ତେଲ ଦର ଆକାଶଛୁଆଁ

ଭୁବନେଶ୍ୱର,୧୦।୨: ଚଳିତ ବର୍ଷ ଆରମ୍ଭରୁ ତେଲ ଦର ଦ୍ରୁତ ହାରରେ ବଢ଼ିଚାଲିଛି। କରୋନା ମହାମାରୀ ଯୋଗୁ ଖାଉଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି...

ବୃଦ୍ଧାଙ୍କ ଜୀବନ ନେଲା ପାଗଳା ଗାଈ

ବୌଦ୍ଧ,୫।୭(ସ୍ବ.ପ୍ର)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବନ୍ଧାପଥର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପାଗଳା ଗାଈ ଆକ୍ରମଣରେ ସେହି ଗ୍ରାମର ଜଣେ ୮୦...

Advertisement
Archives

Model This Week