କରୋନା ଆକ୍ରାନ୍ତଙ୍କ ପତ୍ତା ମିଳୁନି

କଟକ ଅଫିସ,୧୮ା୧୦: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ବାରଦା ଗ୍ରାମର ଜଣେ ୭୨ ବର୍ଷୀୟ ବ୍ୟକ୍ତି ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ୨୯ ତାରିଖରେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ପରିବାର ଲୋକେ କିଛି ସମୟ ପରେ ଆବଶ୍ୟକ କପଡା ଧରି ମେଡିକାଲରେ ପହଞ୍ଚିବା ବେଳକୁ ଜାଣିବାକୁ ପାଇଲେ ଯେ, ତାଙ୍କୁ ଏସ୍‌ସିବି ପଠାଯାଇଛି। ପରେ ପରିବାର ଲୋକେ ଏସ୍‌ସିବି ଆସି ଅନେକ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ଶେଷରେ ନିରାଶ ହୋଇ ଫେରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପୁଅ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହ ଗତ ୧୬ ତାରିଖରେ ଢେଙ୍କାନାଳ ଟାଉନ୍‌ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଢେଙ୍କାନାଳ ଜିଲାପାଳ ଏହାର ତଦନ୍ତ ପାଇଁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଡ. ସତ୍ୟନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଶନିବାର କଟକ ଆସି ଏସ୍‌ସିବିରେ ଖୋଜାଖୋଜି କରିବା ସହ ମେଡିକାଲ ଫାଣ୍ଡିରେ ପଚରାଉଚରା କରିଥିଲେ। ଏହାପରେ ମଙ୍ଗଳାବାଗ ଥାନାକୁ ଯାଇ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ ତଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଅନ୍ୟପକ୍ଷରେ ଡା. ମହାପାତ୍ର କହିଛନ୍ତି, ରୋଗୀ ଜଣକ ଏସ୍‌ସିବିରେ ନାହାନ୍ତି। ଏହି ଘଟଣାର ତଦନ୍ତ ଚାଲିଛି। ରବିବାର ସୁଦ୍ଧା ଜିଲାପାଳଙ୍କୁ ସବିଶେଷ ତଥ୍ୟ ଦିଆଯିବ। ଘଟଣା ଓ ତଦନ୍ତ ବାବଦରେ ଏସ୍‌ସିବି ପଲମୋନାରୀ ମେଡିସିନ ବିଭାଗର ମୁଖ୍ୟ ଡା.ଏମ୍‌. ଆର୍‌. ପଟ୍ଟନାୟକଙ୍କୁ ପଚାରିବାରୁ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ସେ କିଛି ଜାଣିନାହାନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଉ ୟୁଜର୍ସ ଫି’ ଆଦାୟ

ଯାଜପୁର ଅଫିସ,୨୨।୧: ସହରର ନାଗରିକମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବା ସ୍ବାୟତ୍ତ ଶାସନ ସଂସ୍ଥାର ଦାୟିତ୍ୱ। ଏଥିପାଇଁ ୨୬ଟି ୱାର୍ଡକୁ ନେଇ ବ୍ୟାସନଗର ପୌର ପରିଷଦ...

ଦୀର୍ଘବର୍ଷ ପରେ ଷ୍ଟ୍ରିଟ୍‌ ଲାଇଟ୍‌ ଦେଖିଲେ ଲୋକେ

ଗଞ୍ଜାମ,୧୯ା୩(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଜୟଶ୍ରୀ ଛକ ତଥା ତ୍ରିବେଣୀ ମଠରୁ ଜାତୀୟ ରାଜପଥ ସଂଯୋଗ ବିଞ୍ଚଣାପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ଦୀର୍ଘବର୍ଷ ହେବ ଅନ୍ଧାରରେ ଥିଲା। ଉକ୍ତ...

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ: ଜାଣନ୍ତୁ କେନ୍ଦୁଝରରେ କେତେ ରହିଛି ପାସହାର

କେନ୍ଦୁଝର,୧୯।୮(ସ୍ବ.ପ୍ର.): ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ତେବେ କେନ୍ଦୁଝର ଜିଲାରେ ପାସହାର ୬୫.୯୪ ପ୍ରତିଶତ ରହିଛି। ଜିଲାରେ ମୋଟ ୮୩୪ ଜଣ...

ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ୧୨୫ ବାଲୁକା ରଥ

ପୁରୀ ଅଫିସ,୧।୭: ବାଲୁକାକଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଝଲକ। ପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୁରୁବାର ପୁରୀ ସମୁଦ୍ରକୂଳରେ ୧୨୫ଟି ବାଲି ରଥ...

ବାଉଁଶ ବାନ୍ଧି ଗାଁ ରାସ୍ତା ବନ୍ଦ କଲେ ମହିଳା

ଭଦ୍ରକ ଅଫିସ, ୨୬ା୩- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନିୟମ କଡାକଡି କରାଯାଇଛି। ହେଲେ କଟକଣାକୁ ନ ମାନି କେତେକ ଲୋକ...

ଶ୍ରୀ ରାମଚନ୍ଦ୍ର ଭବନରେ ସ୍ଥାନ ପାଇଲା କବି ବ୍ରଜନାଥ ରଥଙ୍କ ତୈଳଚିତ୍ର

ବାଲେଶ୍ୱର ଅଫିସ,୧୨।୬: ବାଲେଶ୍ୱରର ବିଶିଷ୍ଟ କବି ବ୍ରଜନାଥ ରଥଙ୍କର ତୈଳଚିତ୍ର ମଙ୍ଗଳବାର ଶ୍ରୀ ରାମଚନ୍ଦ୍ର ଭବନରେ ସ୍ଥାନୀତ ହୋଇଛି।  ଏହି ଅବସରରେ ଆୟୋଜିତ ସଭାରେ ଉତ୍କଳ...

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଦିବାସୀ ମାନ୍ୟତା

ପଟ୍ଟାଙ୍ଗୀ,୨୦।୧(ଡି.ଏନ୍‌.ଏ.) ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୁଧବାର ଆଦିବାସୀ ମାନ୍ୟତା ଦାବି ଉଠାଇଛି ଦୋରା ମହାସଂଘ। ମହାସଂଘ ଜିଲା ସଭାପତି ବୈଦ୍ୟନାଥ ଗେମେଲ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ...

ପାର୍ବତୀଙ୍କ ମୁହଁରେ ଫୁଟିଲା ହସ: ପହଞ୍ଚିଲା ପ୍ରଶାସନ

ମହାକାଳପଡ଼ା, ୮ା୭ (ଡି.ଏନ୍‌.ଏ.): ‘ପେଟକୁ ମିଳୁନି ଭାତ, ମୁଣ୍ଡରେ ନାହିଁ ଛାତ’ ଶୀର୍ଷକ ଖବର ଧରିତ୍ରୀରେ ବୁଧବାର ପ୍ରକାଶ ପାଇଥିଲା। ଗୁରୁବାର ଜିଲା ପ୍ରଶାସନ ସହାୟତାର...

Advertisement
Archives

Model This Week