କଟକଣା ମାନିଲେ, ଅରୁଣ ସ୍ତମ୍ଭ ପାଖକୁ ଗଲେନି

ପୁରୀ ଅଫିସ୍‌,୧୮ା୧୦: କରୋନା କଟକଣା ପାଇଁ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ଛଡ଼ାଯାଉ ନାହିଁ। କିନ୍ତୁ ଅନେକ ସମୟରେ ବିଭିନ୍ନ ଦଳର ନେତା, ମନ୍ତ୍ରୀ ମହାପ୍ରଭୁଙ୍କ ଆଶିଷ ଭିକ୍ଷା ପାଇଁ ଆସି ଅରୁଣ ସ୍ତମ୍ଭ ପାଖକୁ ଯାଇଛନ୍ତି। ଅରୁଣ ସ୍ତମ୍ଭ ନିକଟରୁ ପତିତପାବନଙ୍କୁ ଦର୍ଶନ କରିବା ସହ ଦୀପ ଜାଳିଛନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ହେଲେ ଏ କ୍ଷେତ୍ରରେ ଉଦାହରଣ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ସମୀକ୍ଷା କରିବାକୁ ଆସିଥିବାବେଳେ ସେ ଅରୁଣ ସ୍ତମ୍ଭ ପାଖକୁ ଯାଇ ନ ଥିଲେ। ସାଧାରଣ ଭକ୍ତଙ୍କ ଭଳି ଦୂରରେ ଠିଆ ହୋଇ ପତିତପାବନଙ୍କୁ ଦର୍ଶନ କରିବା ସହ ପ୍ରଣାମ କରିଥିବା ଦେଖିବାକୁ ମିଳିଥିଲା।
ବ୍ୟାଟେରି ଅଟୋ ନିରାଶ, ଚାଲି ଚାଲି ବୁଲିଲେ
ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବୁଲାଇବା ଲାଗି ପୂର୍ବରୁ ଏକ ବ୍ୟାଟେରି ଅଟୋ ବ୍ୟବସ୍ଥା କରାଯାଇଥିଲା। ଅଟୋ ଚାଳକ ମଧ୍ୟ ବେଶ୍‌ ଖୁସିଥିଲେ। ତାଙ୍କ ଗାଡ଼ିରେ ବସି ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ କାର୍ଯ୍ୟ ଦେଖିବେ। ମୁଖ୍ୟମନ୍ତ୍ରୀ ପହଞ୍ଚତ୍ଲେ ସିନା, ହେଲେ ଗାଡ଼ିରେ ନୁହେଁ ଶ୍ରୀମନ୍ଦିର ଚାରିପାଖ ଚାଲି ଚାଲି ବୁଲିଲେ। ସୁରକ୍ଷାବଳୟ ପାଇଁ ଚାଲିଥିବା ଉଚ୍ଛେଦ କାମ କେତେଦୂର ଆଗେଇଛି ତାହାର ଅନୁଧ୍ୟାନ କରିଥିଲେ। ବିଚରା ବ୍ୟାଟେରି ଅଟୋ ଚାଳକଙ୍କୁୁ ନିରାଶ ହେବାକୁ ପଡ଼ିଥିଲା।
୯ ମାସ ପରେ ଦେଖିଲେ ଭିନ୍ନ ପରିବେଶ
ଠିକ୍‌ ୯ ମାସ ପୂର୍ବରୁ ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଜାନୁୟାରୀ ୧୬ ରେ ବଡ଼ଦାଣ୍ଡରେ ବସି ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ରୂପରେଖକୁ ନେଇ ପ୍ରସ୍ତୁତ ନକ୍ସାର ସମୀକ୍ଷା କରିଥିଲେ। ୯ ମାସ ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଘଟିଛି ବ୍ୟାପକ ପରିବର୍ତ୍ତନ। ଏହି ଭିନ୍ନ ପରିବେଶକୁ ମେଘନାଦ ପାଚେରି କଡ଼ରେ ଚାଲିଚାଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ।
ଫଟୋ ଉଠାଇବା ପାଇଁ ଅଟକି ଗଲେ
ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବୁଲିସାରିବା ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବା ପାଇଁ ଗାଡ଼ି ନିକଟକୁ ଯାଉଥିଲେ। ମାତ୍ର ଗଣମାଧ୍ୟମ ପ୍ରତିନିଧିମାନେ ଆସିବା ସମୟର ଫଟୋ ଉଠାଇବା ପାଇଁ ସୁଯୋଗ ପାଇ ନ ଥିବାରୁ ଫଟୋ ଏବଂ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ। ସୁରକ୍ଷା କର୍ମୀମାନେ କର୍ଡନ କରି ଆଗକୁ ବଢ଼ିବାକୁ ଚାହୁଁଥିବା ବେଳେ ମୁଖ୍ୟମନ୍ତ୍ରୀ ଅଟକି ଯାଇଥିଲେ। ସୂଚନା କେନ୍ଦ୍ର ନିକଟରେ ଠିଆ ହୋଇ ଫଟୋ ପାଇଁ ସମୟ ଦେଇଥିଲେ ଏବଂ ପୁରୀ କାହିଁକି ଆସିଛନ୍ତି ସେ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ।
ଏମାର ମଠ ନିକଟରୁ ଦେଖିଲେ ଶ୍ରୀମନ୍ଦିର ଦୃଶ୍ୟ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରିବା ବେଳେ ମୁଖ୍ୟମନ୍ତ୍ରୀ ଏମାର ମଠ ନିକଟରେ କିଛି ସମୟ ଠିଆ ହୋଇଥିଲେ। ସେଠାରେ ଶ୍ରୀମନ୍ଦିରର ଦୃଶ୍ୟ ଉପଭୋଗ କରିଥିଲେ। ପୂର୍ବରୁ ଏମିତି ଖୋଲା ଜାଗାରେ ଠିଆ ହୋଇ ଶ୍ରୀମନ୍ଦିରକୁ ଦେଖିବାର ସୁଯୋଗ ନ ଥିଲା। ମାତ୍ର ଉଚ୍ଛେଦ ପରେ ଭକ୍ତଙ୍କୁ ଏହି ସୁଯୋଗ ମିଳୁଛି । ଠିକ୍‌ ଏହି ସମୟରେ ଶ୍ରୀମନ୍ଦିର ଆକାଶରେ ସୂର୍ଯ୍ୟାସ୍ତ ଏବଂ ଭାସମାନ ମେଘଖଣ୍ଡ ଦୃଶ୍ୟ ବେଶ୍‌ ଚମତ୍କାର ଦେଖାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri