ପ୍ଲାଜମା ଦାନ କରିବେ ଶ୍ରୀମନ୍ଦିର ସେବାୟତ
ପୁରୀ ଅଫିସ, ୧୨।୧୦: ମହାମାରୀ କରୋନା ସହିତ ଲଢ଼ି ବିଜୟୀ ହୋଇଥିବା ୮ ଯୁବ ସେବାୟତ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଛନ୍ତି। କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ପ୍ଲାଜମା ଚିକିତ୍ସା ସଫଳ ହେଉଥିବାରୁ ଅନ୍ୟ ମାନଙ୍କ ଜୀବନ ରକ୍ଷା ଲାଗି ଏମାନେ…
ଗଞ୍ଜାମରେ ପାଳନ ହେବନି ଦୁର୍ଗାପୂଜା: ଜିଲାପାଳ
ଛତ୍ରପୁର,୧୨ା୧୦(ଡି.ଏନ୍.ଏ.): ଗଞ୍ଜାମରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଆପଣମାନଙ୍କ ସହଯୋଗ ଓ ଚେଷ୍ଟା ଯୋଗୁ ଏହା ହୋଇପାରିଛି। ଏଥିପାଇଁ ଗଞ୍ଜାମର ଜନସାଧାରଣଙ୍କୁ ସୋମବାର ଏକ ଭିଡିଓ ବାର୍ତ୍ତା ଜାରି କରି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଦେଇଛନ୍ତି।…
ପୂଜାଛୁଟିରେ ହେଡକ୍ୱାର୍ଟର ଛାଡ଼ିପାରିବେନି ଶିକ୍ଷକ: ଭିତ୍ତିଭୂମି ସଜାଡ଼ିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ
ଛତ୍ରପୁର,୧୨ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କୋଭିଡ୍ ପରିଚାଳନା ପାଇଁ ସ୍କୁଲଗୁଡ଼ିକରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଓ କୋଭିଡ୍ କେୟାର ହସ୍ପିଟାଲ କରାଯାଇ କୋଭିଡ୍ ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଥିଲା। ଉକ୍ତ ସେଣ୍ଟରଗୁଡ଼ିକ ଅନେକ ଦିନ ହେଲା ବନ୍ଦ ହୋଇସାରିଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ଖୋଲିବ। ଏଣୁ…
ବରଗଡ଼ରେ ଥମୁନି କରୋନା: ଆଜି ୯୯ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୪ରେ ପହଞ୍ଚିଲା
ବରଗଡ଼ ଅଫିସ,୧୨ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଜିଲାରେ ପୁଣି ୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୋହେଲା ବ୍ଲକର ୧୦, ଭେଡେନ ବ୍ଲକର ୮, ବରଗଡ଼ ପୌରାଞ୍ଚଳରେ ୧୧, ବରଗଡ଼ ବ୍ଲକର…
ସିର୍କାବର୍ଗରେ ଜମି ବିବାଦ: ଘର ଭାଙ୍ଗି ଲୁଟ୍ ଅଭିଯୋଗ
ଦାରିଙ୍ଗବାଡ଼ି,୧୨ା୧୦: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିର୍କାବର୍ଗ ପଞ୍ଚାୟତର ମାଣିକଯୋଡ଼ି ଗ୍ରାମରେ ଜମି ବିବାଦ ମୁଣ୍ଡ ଟେକିଛି। ଏକ ଅନାବାଦି ଜମିରେ ଦୀର୍ଘବର୍ଷ ଧରି ସେହି ଅଞ୍ଚଳର ଶୁକଦେବ ପ୍ରଧାନ ଘର କରି ରହିଆସୁଥିବା ବେଳେ ସେହିଗ୍ରାମର ଲୋକ ଏହାକୁ ବିରୋଧ…
ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ବାଲେଶ୍ୱରରେ ସ୍ବରୂପ, ତିର୍ତ୍ତୋଲରେ ବିଜୟ ଶଙ୍କର
ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତିର୍ତ୍ତୋଲରେ ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁୁଅ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ…
ସମ୍ଭାବ୍ୟ ବାତ୍ୟା ନେଇ ସମୁଦ୍ରକୂଳିଆ ଲୋକେ ଭୟଭୀତ
ଗଞ୍ଜାମ,୧୨ା୧୦(ଡି.ଏନ୍.ଏ.): ଫାଇଲିନକୁ ପୂରିଛି ଆଠ ବର୍ଷ। ଏହିପରି ପ୍ରତ୍ୟେକ ବର୍ଷ ଅକ୍ଟୋବରରେ କିଛି ନା କିଛି ବନ୍ୟା, ବାତ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅନେକ ଧନ ସମ୍ପତ୍ତି ନଷ୍ଟ ହେଉଛି। ପୂର୍ବ ବାତ୍ୟାର କ୍ଷୟକ୍ଷତି ଲୋକଙ୍କ ମନରୁ ଲିଭି ନ…
ବିନା ରସିଦରେ ଅତ୍ୟଧିକ ଦେୟ ଆଦାୟ
ଯାଜପୁର ରୋଡ୍,୧୨।୧୦ (ଡି.ଏନ୍.ଏ.): ଯାଜପୁର ଜିଲା ବ୍ୟାସନଗର ଲକ୍ଷ୍ମୀନଗରସ୍ଥିତ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷ ବିନା ରସିଦ୍ରେ ଅତ୍ୟଧିକ ଫି’ ଆଦାୟ କରୁଥିବା ଅଭିଯୋଗ ଆଣିଛି ଅଭିଭାବକ କମିଟି। ୧୦ମ ଶ୍ରେଣୀ ପରୀକ୍ଷା ପାଇଁ ଫର୍ମ ପୂରଣ ବାବଦକୁ ସିବିଏସ୍ଇ…
ଆବାସ ଯୋଜନାରେ ମିଳୁନି ଘର
ନୟାଗଡ଼ ଅଫିସ,୧୨ା୧୦: ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଗରିବ ପରିବାରଙ୍କୁ ମାଗଣାରେ ଘର ଯୋଗାଇ ଦେଉଛନ୍ତି। ହେଲେ ଅନେକ ଯୋଗ୍ୟ ପରିବାର ଏହି ତାଲିକାରେ ସାମିଲ ହୋଇପାରୁ ନାହାନ୍ତି। ଗଣିଆ ବ୍ଲକ ଆଡକଟା ପଞ୍ଚାୟତ ଜଗନ୍ନାଥପ୍ରସାଦର…
ଚିଙ୍ଗୁଡି ଘେରି ଯୋଗୁ ଅପରାଧ ବଢୁଛି
କେନ୍ଦ୍ରାପଡା ଅଫିସ/ ରାଜକନିକା, ୧୨। ୧୦: କେନ୍ଦ୍ରାପଡ଼ା ଜିଲାରେ ଦିନକୁ ଦିନ ବେଆଇନ ଚିଙ୍ଗୁଡି ଘେରି ବଢ଼ି ଚାଲିଛି। ଏହି ଘେରି ନିର୍ମାଣ ଜିଲାର ସମୁଦ୍ର ଉପାନ୍ତ ଅଞ୍ଚଳ ମହାକାଳପଡା ଓ ରାଜନଗର ବ୍ଲକରେ ଆଉ ସୀମିତ ନାହିଁ। ରାଜକନିକା ବ୍ଲକରେ…
ଘର ନାହିଁ, ଖୋଲା ଆକାଶ ତଳେ ବନ୍ୟା ବିପନ୍ନ
ବରୀ,୧୨ା୧୦(ଡି.ଏନ୍.ଏ.): ଗତ ଅଗଷ୍ଟରେ ହୋଇଥିବା ବନ୍ୟାକୁ ଇତିମଧ୍ୟରେ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ବି ବରୀ ବ୍ଲକରେ ତ୍ରୁଟିପୂର୍ଣ୍ଣ ତାଲିକା ଯୋଗୁ ବହୁ ବିପନ୍ନ ପରିବାର ସରକାରୀ ସହାୟତାରୁ ବଞ୍ଚତ୍ତ ହୋଇଛନ୍ତି। ଅନେକ ପରିବାର ରିଲିଫ ଚାଉଳ, ଟଙ୍କା ପାଇ…
ଦେଢ଼ ମାସ ପୂରିଲାଣି, ସହାୟତା ମିଳୁନି
ରସୁଲପୁର,୧୨।୧୦ (ଡି.ଏନ୍.ଏ.): ସର୍ବସ୍ବ ଧୋଇ ନେଲା ବନ୍ୟା। ପୁରୁଷ ପୁରୁଷ ଧରି ରହିଆସୁଥିବା ଭିଟାମାଟି ଖଣ୍ଡକ ବ୍ରାହ୍ମଣୀ ନଦୀ ଗର୍ଭରେ ଲୀନ ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ସାଇତି ରଖିଥିବା ସବୁ ସ୍ମୃତି ବନ୍ୟା ପାଣିରେ ଭାସିଗଲା। ହେଲେ ଦେଢ଼…

