ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ: ୧୦ ଦିନରେ ଗଲାଣି ୩ ଜୀବନ

ମାଲକାନଗିରି,୨୭ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପକାରାଗାର ବିଚାରାଧୀନ ବନ୍ଦୀଙ୍କ ପାଇଁ ସତେ ଯେପରି ମରଣଯନ୍ତା ପାଲଟିଛି। ୧୦ ଦିନ ମଧ୍ୟରେ ୩ ଜଣଙ୍କ ଜୀବନ ଯାଇସାରିଲାଣି। ତେବେ ଉପକାରାଗାରରେ କାର୍ଯ୍ୟରତ କର୍ମଚାରୀଙ୍କ କର୍ତ୍ତବ୍ୟ ପରାୟଣତାକୁ ଏହା ପଦାରେ ପକାଇଛି। ଶନିବାର ରାତିରେ ମାଓବାଦୀ ଅଭିଯୋଗରେ କିଛିଦିନ ପୂର୍ବେ ଗିରଫ ହୋଇ ବିଚାରାଧୀନ କଏଦୀ ଭାବେ ମାଲକାନଗିରି ଉପକାରାଗାରରେ ରହିଥିବା ଧନ ଗଲରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତେବେ ଧନଙ୍କ ନିଜ ଗ୍ରାମ ସ୍ବାଭିମାନ ଅଞ୍ଚଳ ଜଡ଼ାମ୍ବ ଥାନା ଅନ୍ତର୍ଗତ ଖଜୁରିଗୁଡ଼ା ଗ୍ରାମରେ। ଏକ ଧାରୁଆ ଅସ୍ତ୍ରରେ ତାଙ୍କର ବେକ କଟା ଯାଇଥିବା ବେଳେ ସେ ଆତ୍ମହତ୍ୟା କରିଥିବା ଜେଲ କର୍ତ୍ତୃପକ୍ଷ କହୁଛନ୍ତି। ବାସ୍ତବରେ ତାଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହେଉଛି। ତେବେ ଜେଲ୍‌ ମଧ୍ୟକୁ କିଭଳି ଏହି ଧାରୁଆ ଅସ୍ତ୍ର ପହଞ୍ଚିଲା ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ। ଏ ସମ୍ପର୍କରେ ଜେଲ୍‌ ସୁପରିଟେଣ୍ଡେଣ୍ଟ କୌଣସି ତଥ୍ୟ ଦେଉନାହାନ୍ତି। ଅନ୍ୟପକ୍ଷରେ ଗତ ୧୦ ଦିନ ମଧ୍ୟରେ ତିନୋଟି ସନ୍ଦେହଜନକ ମୃତ୍ୟୁ ଘଟିସାରିଲାଣି।

ମାଲକାନଗିରି ଆଇଆଇସି ରାମପ୍ରସାଦ ନାଗଙ୍କୁ ଯୋଗାଯୋଗ କରିବାରୁ ଏହି ଘଟଣାରେ କେସ୍‌ ନଂ ୪୮/୨୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଯଦି କୌଣସି ଦୋଷ ପ୍ରମାଣିତ ହୁଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରିବାରବର୍ଗ ଆସିଲା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ହସ୍ତାନ୍ତର କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ଆଗରେ ଦୁଇ ବିଇଓ ହଟହଟା

ରେଢାଖୋଲ,୧୭।୧୦(ଡି.ଏନ.ଏ.) ସମ୍ବଲପୁର ଜିଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲ ଆଗରେ ଶୁକ୍ରବାର ରେଢାଖୋଲ ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ) ଭଗବାନ ବାଙ୍କିରା ଓ ଜୁଜୁମୁରା ବ୍ଲକ...

ଜନତା ହାଇସ୍କୁଲରେ ମାତୃଭାଷା ପରୀକ୍ଷା ଦେଲେ ୨୫୧ ଛାତ୍ରୀଛାତ୍ର

ବେଗୁନିଆପଡ଼ା,୧୦ା୩(ଡି.ଏନ୍‌.ଏ.): ଶୁକ୍ରବାରଠାରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ପରୀକ୍ଷାର୍ଥୀମାନେ ମାତୃଭାଷା ପରୀକ୍ଷା ଦେଇଛନ୍ତି। ପ୍ରଥମ ଦିନରେ ପରୀକ୍ଷାର୍ଥୀ ୧ ଘଣ୍ଟା...

ଚିକିଛା ଲାଗି ଟଁକା ଅଭାବ୍‌: ଭଗବାନ ଭରସାରେ କର୍କଟ ରୁଗୀ ରତନୀ

ପର୍ଲା, ୧୨ା୨(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଂଚଲ ପୋଡ଼ାଗୁଡ଼ା ପଁଚେତ୍‌ ମଙ୍ଗଳପୁର ଗଁାର ହୀରାଧର ନାଏକକଁର ମାଏକିନା ରତନୀ ନାଏକ(୫୫)। ସେ ଅନେକ...

ଜଳେଶ୍ୱରର ୧୯ ବୁଥ୍‌ରେ ଭୋଟ ଜାଲିଆତି ଅଭିଯୋଗ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ବାଲେଶ୍ୱର ଜିଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକର କାଦରାୟାନ ଓ କାରୁଆ ପଞ୍ଚାୟତର ୧୯ଟି ବୁଥ୍‌ରେ ଶୁକ୍ରବାର ମତଦାନବେଳେ ବ୍ୟାପକ ଜାଲିଆତି,...

ଗାଁରେ ପହଞ୍ଚିଲା ଗୋବିନ୍ଦ ସାହୁଙ୍କ ମୃତଦେହ

ଭବାନୀପାଟଣା,୨୧ା୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ମହାଲିଙ୍ଗ ସନ୍‌ ସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମଙ୍ଗଳବାର କଣ୍ଟାବାଞ୍ଜି...

ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବିପତ୍ର ପ୍ରଦାନ

ବାରିପଦା ଅଫିସ,୫ା୬: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ପାଇଁ ମୟୂରଭଞ୍ଜ ମୁକ୍ତିମୋର୍ଚ୍ଚା ସଂଗଠନର...

ନୂଆପାଲିରେ ଚାଷୀ ଆତ୍ମହତ୍ୟା ଅଭିଯୋଗ : କ୍ଷତିପୂରଣ ଦାବି

ବରଗଡ଼ ଅଫିସ,୨୩।୯: ବରଗଡ଼ ବ୍ଲକ ଅନ୍ତର୍ଗତ ଏସ୍‌ ଡୁମ୍ବେରପାଲି ପଞ୍ଚାୟତ ଅନ୍ତର୍ଗତ ନୂଆପାଲି ଗ୍ରାମର ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବୁର୍ଲା ମେଡିକାଲ...

ଜୈବିକ ସାର ପ୍ରସ୍ତୁତ କରି କରନ୍ତି ଚାଷ

ବଉଳା, ୧୨। ୩(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଢ଼େଙ୍କା ପଞ୍ଚାୟତର ଡେଙ୍ଗାଚୁଆ ଗ୍ରାମର ଆଦିବାସୀ ଯୁବକ ଗୋବିନ୍ଦ ମାଝୀ ଜୈବିକ ସାର ପ୍ରସ୍ତୁତ କରି ତାକୁ...

Advertisement
Archives

Model This Week