ରାସ୍ତା ପାର୍ଶ୍ୱ ଗଛ ପୋଡ଼ି ବାଇକ୍‌ ଛାଡ଼ି ଦୁର୍ବୃତ୍ତ ଚମ୍ପଟ

ଓଡ଼ଗାଁ,୨୭ା୧୨(ଡି.ଏନ୍‌.ଏ.): ଓଡ଼ଗାଁ ଆଦର୍ଶ ଥାନା ଓ ବନାଞ୍ଚଳ ଅନ୍ତର୍ଗତ ଭାଡ଼ିକିଲା-ମହୁଲିଆ ରାସ୍ତାରେ ଜଙ୍ଗଲ ବିଭାଗ ଦ୍ୱାରା ଲଗାଯାଇଥିବା ଗଛ ସହିତ ଅଟେଇ ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ।
ସୂଚନାନୁସାରେ, କେତେକ ଯୁବକ ମଦ୍ୟପାନ କରି ଗଛ ପାଖରେ ପାଳ ଏକାଠି କରି ସେଥିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ପ୍ରାୟ ୧୨ରୁ ଅଧିକ ଗଛ ପୋଡ଼ିଯାଇଥିବା ସୂଚନା ମିଳିଛି। ପୋଲିସ ଓ ବନ ବିଭାଗ ପହଞ୍ଚିବାରୁ ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ହେଲେ ପୋଲିସ ଓ ବନ ବିଭାଗ ସେମାନେ ଛାଡ଼ି ଯାଇଥିବା ଓଡି ୨୫ ଏଫ୍‌ ୯୨୦୦ ନମ୍ବର ବିଶିଷ୍ଟ ବାଇକ୍‌ ଜବତ କରି ସମ୍ପୃକ୍ତ ଯୁବକମାନଙ୍କ ସମ୍ପର୍କରେ ତଦନ୍ତ କରୁଥିବା ଆଇଆଇସି ପ୍ରଜ୍ଞାପାରମିତା ଜେନା ଓ ରେଞ୍ଜର ଅମ୍ରିତ କୁମାର ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ରିଷିଡା,୨୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୧୫୧ଜଣ ପ୍ରତିଯୋଗୀ...

୭ ଦିନ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର,୬ା୭(ବ୍ୟୁରୋ)-ସମ୍ବଲପୁର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁର୍ଲାରେ ଭିସୁଟ୍‌ ଅଧ୍ୟାପକ ଓ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏହାକୁ ନେଇ...

ରେକର୍ଡ ବ୍ୟବଧାନରେ ଜିତିଲେ ସରପଞ୍ଚ, ସମିତିସଭ୍ୟ

ଝୁମ୍ପୁରୀ,୫ା୩(ଡି.ଏନ.ଏ.): ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ରେ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରେ ଚମ୍ପେଇପାଳ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ସର୍ବାଧିକ ଭୋଟ୍‌ ବ୍ୟବଧାନରେ ଜିତି...

ଠାକୁରାଣୀ ଯାତ୍ରା ଲାଗି ଶୁଭଖୁଣ୍ଟି ସ୍ଥାପନ

ଛତ୍ରପୁର,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଲାଗି ରବିବାର ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି। ଯାତ୍ରା କମିଟି ମ୍ୟାନେଜର କେ.ଚନ୍ଦ୍ରଶେଖର...

ଅନ୍ୟ ଲାଗି ପ୍ରେରଣା ସାଜିଛନ୍ତି ସୁଲଣର ଯୁବଗୋଷ୍ଠୀ

ହାଟଡିହୀ, ୧୦।୧୨(ଡି.ଏନ.ଏ.)- ସମାଜସେବା କରିବା ସକାଶେ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରି ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି ଉମାକାନ୍ତ। ସେ ନିଜ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ ଯୁବକଙ୍କୁ ଏକାଠି...

ଆଜି ଖୋର୍ଦ୍ଧାକୁ ଟପିଲା କଟକ, ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। କିଛିଦିନ ଧରି ଗଞ୍ଜାମରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧା ଦ୍ୱିତୀୟ...

ପୂର୍ବତନ କଂଗ୍ରେସ ଜିଲା ସଭାପତିଙ୍କ ପରଲୋକ

ଭବାନୀପାଟଣା,୧୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରର କଂଗ୍ରେସର ପୂର୍ବତନ ଜିଲା ସଭାପତି ହାଇଦର ଅଲ୍ଲୀ (୭୨)ଙ୍କ ମଙ୍ଗଳବାର ହୃଦ୍‌ଘାତରେ ପରଲୋକ ଘଟିଛି। ମଧ୍ୟାହ୍ନରେ ସେ ଅସୁସ୍ଥ...

୬ଶହ ଲୋକଙ୍କୁ ଗୋଟିଏ ନଳକୂପ

କୋରାପୁଟ,୧୨।୧(ସ୍ବ.ପ୍ର.): ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ମାତ୍ର ଏଥିରୁ...

Advertisement
Archives

Model This Week