କୃଷି ଆଇନକୁ ବିରୋଧ କରି ବିକ୍ଷୋଭ

ଦିଗପହଣ୍ଡି,୨୭ା୧୨(ଡି.ଏନ୍‌.ଏ.): କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଓ ଆନ୍ଦୋଳନରତ ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗଞ୍ଜାମ ଜିଲା ଦିଗପହଣ୍ଡି ଗାନ୍ଧୀ ଛକଠାରେ ରବିବାର ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ବୟ ସମିତି(ଏଆଇ୍‌କେଏସସିସି)ର ଡାକରା କ୍ରମେ ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ’ ମନ କୀ ବାତ୍‌’ କାର୍ଯ୍ୟକ୍ରମ ବେଳେ ସ୍ଥାନୀୟ କଂଗ୍ରେସ – କମ୍ୟୁନିଷ୍ଟ ପାର୍ଟି ସମର୍ଥିତ ବିଭିନ୍ନ ଚାଷୀ ସଙ୍ଗଠନର କାର୍ଯ୍ୟକର୍ତ୍ତା ବୃନ୍ଦ ଏକତ୍ରିତ ହୋଇ ଘଣ୍ଟ ବାଡ଼େଇ ଥିଲେ। ପରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆୟୋଜିତ ପ୍ରତିବାଦ ସଭାରେ ସିପିଆଇ (ଏମ୍‌) କାର୍ଯ୍ୟକର୍ତ୍ତା ଅଶ୍ୱିନୀ କୁମାର ଦାସ,କୁରେଶୁ ପଣ୍ଡା, ପି.ଶିବ ଶଙ୍କର, କୈଳାସ ମହାରଣା, ସିପିଆଇ ଗଞ୍ଜାମ ଜିଲା ସହ ସମ୍ପାଦକ ଅଳକ ନାଥ ମିଶ୍ର, କାର୍ଯ୍ୟକର୍ତ୍ତା ହରପ୍ରସାଦ ରଥ, ସମୀର ଚନ୍ଦ୍ର ମିଶ୍ର,ତପନ କୁମାର ମିଶ୍ର,ପ୍ରମୋଦ ଚନ୍ଦ୍ର ସ୍ବାଇଁ,ମୂଷା ବେହେରା, ଗଞ୍ଜାମ ଜିଲା କଂଗ୍ରେସ କମିଟି ଉପ ସଭାପତି ପ୍ରଫୁଲ୍ଲ ପଣ୍ଡା,କାର୍ଯ୍ୟକର୍ତ୍ତା କେ. କୁନା, ଏମ୍‌. ବାଇନାଥ, ଭଗବାନ ସ୍ବାଇଁ, କେଶବ ରାଓ,ଡମ୍ବରୁଧର ବେହେରା, କୈଳାସ ମହାପାତ୍ର, ଶଙ୍କର ରାଓ ପ୍ରମୁଖ ଉପସ୍ଥିତ ଥିଲେ। କୃଷକ ବିରୋଧୀ ୩ଟି କୃଷି ଆଇନକୁ ରଦ୍ଦ କରିବା ପାଇଁ ଦେଶବ୍ୟାପୀ ଚାଲିଥିବା ଚାଷୀ ଆନ୍ଦୋଳନକୁ ଜନସାଧାରଣ ସମର୍ଥନ କରିବା ପାଇଁ ସଭାରେ ଦଳୀୟ ନେତୃବୃନ୍ଦ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri